ପ୍ରମୂଖ ଖବର
  • କଟକ : ଟ୍ରକ୍‌ ଧକ୍କାରେ ବାପ ପୁଅଙ୍କ ମୃତ୍ୟୁ, ଡ୍ରାଇଭର ଫେରାର
  • ||
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

'ଦିଲ୍ଲୀ ମେଟ୍ରୋରେ ଛାତ୍ରମାନଙ୍କୁ ୫୦ ପ୍ରତିଶତ ରିହାତି ମିଳିବା ଉଚିତ୍'; ଅରବିନ୍ଦ କେଜ୍ରିୱାଲ

Published By : Anindita | January 17, 2025 1:09 PM

ନୂଆଦିଲ୍ଲୀ, ୧୭/୦୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏନେଇ ସରଗରମ ରାଜନୀତି । ରାଜନୈତିକ ଦଳମାନେ ଜୋରଦାର କରୁଛନ୍ତି ନିର୍ବାଚନୀ ପ୍ରଚାର । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।   ଏହି ଚିଠି ମାଧ୍ୟମରେ ସେ ଦିଲ୍ଲୀ ମେଟ୍ରୋରେ ଛାତ୍ରମାନଙ୍କୁ ୫୦ ପ୍ରତିଶତ ରିହାତି ଦେବାକୁ ଦାବି କରିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟରେ ପୂର୍ବତନ  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଛାତ୍ରଙ୍କ ସପକ୍ଷରେ ଦାବି ଉଠାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଦିଲ୍ଲୀ ମେଟ୍ରୋରେ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କର ଅଂଶଧନ ଅଛି। ଏଭଳି ପରିସ୍ଥିତିରେ ଦିଲ୍ଲୀ ମେଟ୍ରୋରେ ଛାତ୍ରମାନେ  ୫୦ପ୍ରତିଶତ ରିହାତି ମିଳିବା ଆବଶ୍ୟକ। ଏଥିପାଇଁ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ଖର୍ଚ୍ଚ ବହନ କରିବା ଉଚିତ୍। କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ପାଇଁ ଆପ୍ ସରକାର ଯୋଜନା କରୁଛନ୍ତି।  ତେବେ ଦିଲ୍ଲୀର ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହି ଚିଠି ଲେଖିଥିବା କେଜ୍ରିଓ୍ବାଲ କହିଛନ୍ତି। ଛାତ୍ରମାନେ ସେମାନଙ୍କ ବିଦ୍ୟାଳୟ ଏବଂ କଲେଜକୁ ଯିବା ପାଇଁ ମେଟ୍ରୋ ଉପରେ ନିର୍ଭର କରନ୍ତି । ସେମାନଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବାକୁ ଦିଲ୍ଲୀ ମେଟ୍ରୋରେ ଛାତ୍ରମାନଙ୍କ ପାଇଁ ୫୦ ପ୍ରତିଶତ ରିହାତି ପ୍ରଦାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ମେଟ୍ରୋ ହେଉଛି ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ୫୦: ୫୦ ସହଯୋଗର ଏକ ପ୍ରକଳ୍ପ ।  ତେଣୁ ଉଭୟ ସରକାର ଏଥିପାଇଁ ଖର୍ଚ୍ଚର ଅଧା ବହନ କରିବେ। ତାଙ୍କର ପୂର୍ଣ୍ଣ ଆଶା ଅଛି ଯେ ପ୍ରଧାନମନ୍ତ୍ରୀ ଏହି ପ୍ରସ୍ତାବରେ ରାଜି ହେବେ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.