ପ୍ରମୂଖ ଖବର
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଅନାଥ ଆଶ୍ରମରୁ ଖବରକାଗଜ ବଣ୍ଟିବା ପର୍ଯ୍ୟନ୍ତ, ବିନା ୟୁପିଏସସି ପରୀକ୍ଷାରେ ହୋଇଥିଲେ ଆଇଏଏସ ଅଧିକାରୀ

Published By : Anindita Ratha | August 23, 2025 10:15 AM

ନୂଆଦିଲ୍ଲୀ,୨୩/୦୮:ସାରା ଦେଶରେ ଲକ୍ଷ ଲକ୍ଷ ଯୁବକ ୟୁପିଏସସି ପରୀକ୍ଷା ଦେଇ ଆଇଏଏସ ହେବାର ସ୍ୱପ୍ନ ଦେଖନ୍ତି। କିନ୍ତୁ କିଛି କାହାଣୀ ଏମିତି ବି ଅଛି, ଯାହା ସଂଘର୍ଷ ଏବଂ କଠିନ ପରିଶ୍ରମର ଉଦାହରଣ ପାଲଟିଛି। ଏପରି ଏକ ପ୍ରେରଣାଦାୟକ କାହାଣୀ ହେଉଛି ଆଇଏଏସ ବି ଅବଦୁଲ ନାସରଙ୍କର, ଯିଏ ଦାରିଦ୍ର୍ୟ, ଅନାଥ ଆଶ୍ରମ ଏବଂ ସଂଘର୍ଷ ମଧ୍ୟରେ ନିଜର ଛାପ ସୃଷ୍ଟି କରିଥିଲେ । ବିନା ୟୁପିଏସସି  ପରୀକ୍ଷା ଦେଇ ହୋଇଥିଲେ ଆଇଏଏସ। ତାଙ୍କର ସଂଘର୍ଷର କାହାଣୀ ପ୍ରତ୍ୟେକଙ୍କ ପାଇଁ ପ୍ରେରଣା, ଯେଉଁମାନେ କଠିନ ପରିସ୍ଥିତିରେ ମଧ୍ୟ ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି।

ବି ଅବଦୁଲ ନାସର କେରଳର କନ୍ନୁର ଜିଲ୍ଲାର ଥାଲାସେରିରେ କରିଥିଲେ ଜନ୍ମଗ୍ରହଣ । ଯେତେବେଳେ ସେ ମାତ୍ର  ୫ବର୍ଷ ବୟସର ଥିଲେ, ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ, ପରିବାରର ଆର୍ଥିକ ଅବସ୍ଥା ଏତେ ଖରାପ ହୋଇଗଲା ଯେ ତାଙ୍କୁ ଏବଂ ତାଙ୍କ ଭାଇଭଉଣୀମାନଙ୍କୁ ଏକ ଅନାଥ ଆଶ୍ରମରେ ରହିବାକୁ ପଡିଲା। ସେ ପ୍ରାୟ ୧୩ବର୍ଷରେ ବିଭିନ୍ନ ଅନାଥ ଆଶ୍ରମରେ ବିତାଇଥିଲେ। ସେ ଅନେକ ଥର ଏଥିରୁ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଶିକ୍ଷା ଏବଂ ଏକ ଉନ୍ନତ ଭବିଷ୍ୟତର ସ୍ୱପ୍ନ ତାଙ୍କୁ ଫେରାଇ ଆଣିଥିଲା। ନାସିର ତାଙ୍କ ପରିବାର ଏବଂ ପାଠପଢ଼ା ପ୍ରତିପୋଷଣ ପାଇଁ ବହୁତ କମ୍ ବୟସରୁ କାମ କରିବା ଆରମ୍ଭ କରିଥିଲେ। ମାତ୍ର ୧୦ ବର୍ଷ ବୟସରେ, ସେ ହୋଟେଲ ସଫେଇ କାର୍ଯ୍ୟ କରୁଥିଲେ। ଏହାପରେ ଖବରକାଗଜ ବଣ୍ଟନ କରୁଥିଲେ, ହୋଟେଲ ଯୋଗାଣକାରୀ ଥିଲେ। ତାପରେ ଧୀରେ ଧୀରେ ବଡ଼ ହେବା ସହ ଟ୍ୟୁସନ୍ ପାଠ ପଢ଼ାଇବା ଆରମ୍ଭ କରିଥିଲେ ଏବଂ ଫୋନ୍ ଅପରେଟର ଭାବରେ କାମ କରୁଥିଲେ। ଏସବୁ ମଧ୍ୟରେ, ସେ ତାଙ୍କ ପାଠପଢ଼ା ଉପରେ ମଧ୍ୟ ଧ୍ୟାନ ଦେଇଥିଲେ ଏବଂ  ୧୯୯୪ ମସିହାରେ ସ୍ନାତକୋତ୍ତର ସମାପ୍ତ କରିଥିଲେ।

ପାଠପଢ଼ା ସମାପ୍ତ କରିବା ପରେ, ଅବଦୁଲ ନାସର କେରଳ ସ୍ୱାସ୍ଥ୍ୟ ବିଭାଗରେ ସରକାରୀ ଚାକିରି ଆରମ୍ଭ କରିଥିଲେ। ତାଙ୍କର କଠିନ ପରିଶ୍ରମ ଏବଂ ସଚ୍ଚୋଟତା ଯୋଗୁଁ, ସେ  ୨୦୦୬ ମସିହାରେ କେରଳ ରାଜ୍ୟ ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଡେପୁଟି କଲେକ୍ଟର ହୋଇଥିଲେ। ତାଙ୍କର ଉତ୍କୃଷ୍ଟ କାର୍ଯ୍ୟଶୈଳୀ ଯୋଗୁଁ, ସେ ୨୦୧୫ ମସିହାରେ ଶ୍ରେଷ୍ଠ ଡେପୁଟି କଲେକ୍ଟର ପୁରସ୍କାର ମଧ୍ୟ ପାଇଥିଲେ। ସାଧାରଣତଃ, ଆଇଏଏସ ହେବା ପାଇଁ, ୟୁପିଏସସି ପରୀକ୍ଷା ପାସ୍ କରିବାକୁ ପଡିଥାଏ। କିନ୍ତୁ ନାସରଙ୍କ ନିଷ୍ଠା ଏବଂ ଦକ୍ଷତା ଦେଖି, କେରଳ ସରକାର ତାଙ୍କୁ ପଦୋନ୍ନତି ଦେଇ ୨୦୧୭ ରେ IAS ଅଧିକାରୀ କରିଥିଲେ। ଏହା ପରେ, ସେ କୋଲ୍ଲାମର ଜିଲ୍ଲା କଲେକ୍ଟର ଏବଂ ହାଉସିଂ କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।ଆଇଏଏସ୍ ବି ଅବଦୁଲ୍ ନାସରଙ୍କ କାହାଣୀ ପ୍ରମାଣ କରେ ଯେ ସ୍ୱପ୍ନ ପୂରଣ କରିବାକୁ ପରିସ୍ଥିତି ନୁହେଁ, କଠିନ ପରିଶ୍ରମ ଏବଂ ସାହସ ଆବଶ୍ୟକ। ଯଦି ଅନାଥ ଆଶ୍ରମରେ ପାଳିତ ପିଲାଟି ଦେଶର ଆଇଏଏସ୍ ଅଧିକାରୀ ହୋଇପାରିବ, ତେବେ ଜଣେ ସଂଘର୍ଷଶୀଳ ବ୍ୟକ୍ତି ମଧ୍ୟ ନିଜ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.