ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପରସ୍ପରକୁ ବିରୋଧ କରନ୍ତି, ଆଜି ଗୋଟିଏ ଫ୍ରେମରେ ଗିରିରାଜ ଓ ଅସଦୁଦ୍ଦୁଦିନ

Published By : Ankita S | December 11, 2024 10:33 AM

ନୂଆଦିଲ୍ଲୀ,୧୧/୧୨: ଦିନେ ପରସ୍ପର ବିରୋଧରେ ବୟାନ ଦେଉଥିଲେ । ବିଭିନ୍ନ ପ୍ରସଙ୍ଗରେ ଦୁହିଁଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ସୃଷ୍ଟି ହେଉଥିଲା । ହେଲେ ଆଜି ଦୁହିଁଙ୍କୁ ଗୋଟିଏ ଫ୍ରେମରେ ଏକାସଙ୍ଗରେ ଦେଖିବାକୁ ମିଳିଛି । ଦୁହେଁ ବହୁତ ଖୁସି ଥିବା ଫଟୋରେ ନଜର ଆସିଛନ୍ତି । ଲୋକଙ୍କୁ ଏହା ବିଚିତ୍ର ଲାଗିଲା ମାତ୍ର ଲୋକତନ୍ତ୍ର ହିସାବରେ ଏହା ଭଲ ବୋଲି କୁହାଯାଉଛି । ଆମେ କହୁଛୁ ବିଜେପିର ଫାଏରବ୍ରିଗେଡ ନେତା ଗିରିରାଜ ସିଂହ ଏବଂ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦୁଦିନ ଓୱେସୀଙ୍କ କଥା । ଦୁହେଁ କାହିଁକି ଏକାଠୀ ନଜର ଆସିଲେ ଏହା ପଛରେ କାରଣ କଣ ଆସନ୍ତୁ ଜାଣିବା ।

ଅସଦୁଦ୍ଦୁଦିନ ଓୱେସୀଙ୍କୁ  ଦୁଷ୍ଟ କହିଥିବା ଗିରିରାଜ ସିଂହ ଓ ଗିରିରାଜଙ୍କୁ  ପାକିସ୍ତାନ ମାମଲାରେ ସୂଚନାକାରୀ ମନ୍ତ୍ରୀ କହିଥିବା ଓୱେସୀଙ୍କୁ ଗୋଟିଏ  ଫଟୋରେ ଦେଖିବାକୁ ମିଳିଛି । ଏହି ସାକ୍ଷାତକାର ପଛରେ କଣ କାରଣ । କାହିଁକି ଦୁହେଁ ଏକାଠୀ  ଆସିଲେ ଜାଣିଛନ୍ତି କି । ଗତକାଲି ୧୦ ଜଣିଆ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଗିରିଜାର ସିଂହଙ୍କ  ଅଫିସରେ ପହଞ୍ଚିଥିଲେ ।  କେଉଁ ପ୍ରସଙ୍ଗରେ ଆଲୋଚନା ହେଲା ତାହା ଯେତିକି ଗୁରୁତ୍ବ ବହନ କରୁନାହିଁ  ଗିରିଜାର ସିଂହ ଓ ଅସଦୁଦ୍ଦୁଦିନ ଓୱେସୀ ଏକାଠୀ ନଜର ଆସିବା ବେଶୀ ଚର୍ଚ୍ଚା ହେଉଛି । ସୋସିଆମ ମିଡିଆରେ ୟୁଜର୍ସ ଏହି ଫଟୋକୁ ନେଇ ବିଭିନ୍ନ ମତ ରଖିଛନ୍ତି । 

ଏ ନେଇ ସୋସିଆଲ ମିଡିଆ ଏକ୍ସରେ ଏଆଇଏମଆଇଏମର ମୁଖ୍ୟ  ଅସଦୁଦ୍ଦୁଦିନ ଓୱେସୀ କହିଛନ୍ତି, ୧୦ ଜଣିଆ ପ୍ରତିନିଧି ଦଳ ଟେକ୍ସାଟାଇଲ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଛନ୍ତି । ତାଙ୍କୁ ମାଲେଗାଓଁରେ ଥିବା ପାୱାରଲୁମ ଉଦ୍ୟୋଗ ସମସ୍ୟା ବିଷୟରେ ଜଣାଇଥିଲୁ । ଯେଉଁଥିରେ ୫ଲକ୍ଷ ୟୁନିଟ ପାୱାରଲୁମ ସାମିଲ ଅଛି । ଏହା ସହି ମାଳେଗାଓଁ ଗସ୍ତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛୁ  । ମାଲେଗାଓଁ ଆର୍ଥିକ ସ୍ତରରେ ପଛୁଆ ରହିଛି ଏ ଦିଗରେ ପଦକ୍ଷେପ ନିଆଯାଉ ବୋଲି ଏକ ଚିଠି କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିଲେ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ।

ସେହିପରି କେନ୍ଦ୍ର ଟେକ୍ସଟାଇଲ ମନ୍ତ୍ରୀ ଗିରିରାଜ ସିଂହ ଏହି ବୈଠକକୁ ନେଇ କହିଛନ୍ତି, ଓୱେସୀ  ଓ ତାଙ୍କ ଟିମଙ୍କ ସହ କପଡା ଓ ବୁଣାକାରଙ୍କ ସହ ଜଡିତ ମୁଦ୍ଦା ଉପରେ ଆଲୋଚନା କରିଛନ୍ତି । ମୋଦି ସରକାରରେ ସମାଜର ସମସ୍ତ ବର୍ଗଙ୍କୁ ଗୁରୁତ୍ବ ଦିଆଯାଉଛି । ସବକା ସାଥ, ସବକା ବିକାଶ , ସବକା ବିଶ୍ବାସ ରଖୁଥିବା ଭାରତ ସମୃଦ୍ଧ ଏବଂ ପ୍ରଗତିଶୀଳ ବନାଇବାକୁ ସମସ୍ତଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରସ୍ତୁତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.