ନୂଆଦିଲ୍ଲୀ ୧୨/୦୪: କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଦୁନିଆକୁ ଅଲବିଦା କହିଛନ୍ତି । ସବୁ ଦିନ ପାଇଁ ନୀରବି ଯାଇଛି ଭଏସ୍ ଅଫ୍ ବଲିଉଡ୍ । ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଶା । ୯୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଆଶା ଭୋସଲେ । ଭାରତୀୟ ସଙ୍ଗୀତ ଶିଳ୍ପର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ, ତାଙ୍କ କଣ୍ଠସ୍ୱରରେ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ କରିଆସିଥିଲେ। ସେ ସମସ୍ତ ପ୍ରକାରର ଗୀତ ଗାଇ ନିଜ ପାଇଁ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ। "ଇନ୍ ଆଁଖୋଁ କି ମସ୍ତି" ଠାରୁ "ଦମ୍ ମାରୋ ଦମ୍" ପର୍ଯ୍ୟନ୍ତ, ତାଙ୍କ ଗୀତଗୁଡ଼ିକ ଲୋକଙ୍କ ପ୍ଲେଲିଷ୍ଟର ଏକ ଅଂଶ ହୋଇ ରହିଛି। ଆସନ୍ତୁ ତାଙ୍କର ଶ୍ରେଷ୍ଠ ୧୦ ଗୀତ ଉପରେ ନଜର ପକାଇବା।
ଇନ୍ ଆଁଖୋଁ କି ମସ୍ତି…
୧୯୮୧ ମସିହାରେ ରିଲିଜ୍ କରିଥିବା ଫିଲ୍ମ ‘ଉମ୍ରାଓ ଜାନ’ର ଗୀତ ‘ଇନ୍ ଆଁଖୋଁ କି ମସ୍ତି’ । ଯାହାକୁ ନିଜ ଯାଦୁଗରୀ କଣ୍ଠରେ ସଜାଇଥିଲେ ଆଶା।
ପିଆ ତୁ ଅବ୍ ତୋ ଆଜା…
ଫିଲ୍ମ ‘କାରୱାଁ’ ର ସୁପରହିଟ୍ ଗୀତ 'ପିଆ ତୁ ଅବ୍ ତୋ ଆଜା'। ଯାହା ଆଜି ବି ପ୍ରଶଂସକଙ୍କ ପାଇଁ ଏକ ଲୋକପ୍ରିୟ ଗୀତ ହୋଇ ରହିଛି।
ଓ ମେରେ ସୋନା ରେ…
ଫିଲ୍ମ ‘ତୀସରି ମଞ୍ଜିଲ’ ର ରୋମାଣ୍ଟିକ୍ ଗୀତ ‘ଓ ମେରେ ସୋନା ରେ’। ଯାହାକୁ ଆଶା ଭୋସଲେ ଏବଂ ମହମ୍ମଦ ରଫି ଗାଇଥିଲେ।
କେହ ଦୁ ତୁମ୍ହେ…
ଫିଲ୍ମ ‘ଦିୱାରା‘ର ପ୍ରସିଦ୍ଧ ଗୀତ ‘କେହ ଦୁ ତୁମ୍ହେ’। ଯାହାକୁ କିଶୋର କୁମାର ଏବଂ ଆଶା ଗାଇଥିଲେ। ଏହି ଗୀତଟି ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ।
ଆଓ ନା…
'ଆଓ ନା' ହେଉଛି 'ମେରେ ଜୀବନ ସାଥୀ' ଫିଲ୍ମର ଏକ ଗୀତ। ଏହି ଗୀତରେ ଅଭିନୟ କରିଛନ୍ତି ରାଜେଶ ଖାନ୍ନା ଏବଂ ହେଲେନ ।
ସଜନା ହୈ ମୁଝେ ସଜନା କେ ଲିୟେ …
ଫିଲ୍ମ ‘ସୌଦାଗ’ର ଲୋକପ୍ରିୟ ଗୀତ ସଜନା ହୈ ମୁଝେ ସଜନା କେ ଲିୟେ’।
ମୁଝେ ନୌଲଖା ମଙ୍ଗା ଦେ ରେ…
ମୁଝେ ନୌଲଖା ମଙ୍ଗା ଦେ ରେ' ଫିଲ୍ମ ‘ଶରାବୀ’ର ଏକ ପ୍ରସିଦ୍ଧ ଗୀତ, ଯାହାକୁ ଆଶା ଭୋସଲେ ଗାଇଛନ୍ତି ଏବଂ ଏହି ଗୀତ ଆଜି ବି ହିଟ୍ ହୋଇ ରହିଛି।
ଲେ ଗୟି…
'ଲେ ଗୟି' ହେଉଛି ଫିଲ୍ମ ‘ଦିଲ୍ ତୋ ପାଗଲ୍ ହୈ’ର ଏକ ଗୀତ, ଯାହାକୁ ଆଶା ଭୋସଲେ ଏବଂ ଉଦିତ ନାରାୟଣ ଗାଇଛନ୍ତି ଏବଂ କରିସ୍ମା କପୁର ଏଥିରେ ଅଭିନୟ କରିଛନ୍ତି। ଏହା ଆଜି ମଧ୍ୟ ପାର୍ଟିଗୁଡ଼ିକରେ ଏକ ଲୋକପ୍ରିୟ ଗୀତ।
ଢଲ୍ ଗୟା ଦିନ ହୋ ଗାୟି ଶ୍ୟାମ୍…
'ହମଜୋଲି' ଫିଲ୍ମର ଏକ ଲୋକପ୍ରିୟ ଗୀତ ‘ଢଲ୍ ଗୟା ଦିନ ହୋ ଗାୟି ଶ୍ୟାମ୍’ । ଯାହାକୁ ଆଶା ଭୋସଲେ ଏବଂ ମହମ୍ମଦ ରଫି ଗାଇଥିଲେ।
ଦମ୍ ମାରୋ ଦମ୍…
‘ଦମ୍ ମାରୋ ଦମ୍’ ଗୀତଟି ୧୯୭୧ ମସିହାରେ ନିର୍ମିତ ଫିଲ୍ମ ‘ହରେ ରାମା ହରେ କୃଷ୍ଣ’ରୁ ଆସିଛି। ଯାହାକୁ ଜୀନତ ଅମନଙ୍କ ଉପରେ ଚିତ୍ରିତ କରାଯାଇଥିଲା ଏହି ଗୀତଟି ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା।
ଆହୁରି ପଢ଼ନ୍ତୁ...ଗୋଟିଏ ଗୀତ ପାଇଁ ଆଶା-ରଫିଙ୍କ ମଧ୍ୟରେ ଲାଗିଥିଲା ୫୦୦ ଟଙ୍କାର ସର୍ତ୍ତ, ଅଭ୍ୟାସ ବେଳେ ଅଣନିଃଶ୍ୱାସୀ ହୋଇଯାଇଥିଲେ ଆଶା
ସେହିପରି ଓଡିଆ ସଂଗୀତ ଜଗତ ପ୍ରତି ମଧ୍ୟ ଆଶା ଭୋସଲେଙ୍କ ଅନେକ ଅବଦାନ ରହିଛି। ଜହ୍ନ ଗୋ ତୁମେ, ଝିମି ଝିମି ତା ମାଜା, 'କି ଗୀତ ଗାଇବ' ଟେପାଏ ସିନ୍ଦୁର ଦି ଟୋପା ଫିଲ୍ମର 'ମଇନା ମଇନା ମନ ମଇନା' ଭଳି ଗୀତ ଓଡିଆ ଦର୍ଶକଙ୍କୁ ଭେଟି ଦେଇଥିଲେ। ସେ ଅନେକ ଭକ୍ତି ସଙ୍ଗୀତ ମଧ୍ୟ ଗାଇଥିଲେ। ତାଙ୍କ କଣ୍ଠରେ ଶିବ ସ୍ତୋତ୍ର ହେଉ କିମ୍ବା ଶ୍ରୀକୃଷ୍ଣଙ୍କ ଭଜନ, ସବୁଥିରେ ଏକ ଭିନ୍ନ ଶାନ୍ତି ଅନୁଭବ ହୁଏ। ତେବେ ଓଡ଼ିଆରେ ମହାପ୍ରଭୁଙ୍କ ଭଜନ 'ମଣିଆ ତୁମେ ଏକା ଶାନ୍ତ' ବୋଲି ଗାଇଥିଲେ । ଯାହା ବେଶ ପ୍ରସଂଶା ସାଉଁଟିଥିଲା।