ମୁମ୍ୱାଇ : ଆଶା ଭୋସଲେ ଏହି ଦୁନିଆରୁ ଯିବାର ୩-୪ ଦିନ ପୂର୍ବେ ୟୁଏସ୍-ଇସ୍ରାଏଲ ବିବାଦକୁ ନେଇ କଥାବାର୍ତ୍ତା ହେଉ ଥିଲେ। ସେ ଆମ୍ୱ ଖାଉଥିଲେ। ସେ ଶୋଇବା ସମୟରେ ଏହି ଦୁନିଆରୁ ଶାନ୍ତିରେ ଚାଲିଗଲେ। ଲିଜେଣ୍ଡରୀ ସିଙ୍ଗରଙ୍କ ଶେଷ ସମୟର ଏହି କଥା ତାଙ୍କର ନାତି ଚୈତନ୍ୟ ଭୋସଲେ ଏକ ସାକ୍ଷାତକାର ବେଳେ କହିଛନ୍ତି। ଚୈତନ୍ୟ କହିଛନ୍ତି –ଆଶା ଭୋସଲେଙ୍କ ଜୀବନକୁ ସେଲିବ୍ରେଟ୍ କରିବାକୁ ପରିବାର ଚାହେଁ। ପରିବାର ଦୁଃଖରେ ଅଛି ,କିନ୍ତୁ ସେ ତାଙ୍କର ଶିକ୍ଷା ଉପରେ ଚାଲୁଛି ,ଯାହାକି ସେ କୁହନ୍ତି ସମୟ ସବୁ ଠିକ୍ କରି ଦିଏ।
ଆଶା ଭୋସଲେଙ୍କ ନାତି ଚୈତନ୍ୟ (ଚିଣ୍ଟୁ) ଭୋସଲେ ଇଣ୍ଡିଆନ ଏକ୍ସପ୍ରେସ୍ ସ୍କ୍ରିନ୍ ସହ କଥା ହେଉଥିଲେ। ସେ ଆଶାଙ୍କ ଶେଷ ସମୟକୁ ନେଇ କହୁଥିଲେ। ସେ କହିଥିଲେ ଯେ, ଆଶାଙ୍କ ସହ ତାଙ୍କର କଥା ମୃତ୍ୟୁର ୩-୪ ଦିନ ପୂର୍ବେ ହୋଇଥିଲା। ଏହି ସମୟରେ ଆଶା ୟୁଏସ୍-ଇସ୍ରାଏଲ ୱାରକୁ ନେଇ କଥା ହେଉଥିଲେ ଏବଂ ଆମ୍ୱ ମଧ୍ୟ ଖାଉ ଥିଲେ। ଚୈତନ୍ୟ କହୁଥିଲେ ,ସେ ଗୋଟିଏ ଦିନ ପୂର୍ବେ ତିନି ଘଣ୍ଟା ଦୀର୍ଘ ମରାଠୀ ନାଟକ ଦେଖିବାକୁ ଯାଇଥିଲେ। ସେ ଷ୍ଟେଜକୁ ଗଲେ , ସେଠାରେ ଲୋକଙ୍କୁ କଳାକୁ ବଞ୍ଚାଇ ରଖିବା ନେଇ ତାଗିଦ୍ କରିଥିଲେ। ଶେଷ ସମୟ ଯାଏ ସେ ଏମିତି ହିଁ ଥିଲେ। ସେ ଖୁବ୍ ସୁନ୍ଦର ଉପାୟରେ ଦୁନିଆରୁ ଚାଲିଗଲେ , ଶୋଇବା ଅବସ୍ଥାରେ , କୌଣସି ଯନ୍ତ୍ରଣା ନଥିଲା , ଖୁବ୍ ଶାନ୍ତ ଥିଲେ। ଆମେ ଏହା ମଧ୍ୟ କହି ଥିଲୁ ଯେ, ଆମେ ହସ୍ପିଟାଲ ଆସିବୁ , କିନ୍ତୁ ସେ କହିଲେ , ମୋତେ କିଛି ସମୟ ପାଇଁ ଶୋଇବାକୁ ଦିଅ। ସେ ନିଜର ସର୍ତ୍ତରେ ଚାଲିଗଲେ , ଏମିତି ହିଁ ସେ ଜୀବନ ଜିଇଁ ଥିଲେ।
ଚୈତନ୍ୟ କହିଥିଲେ ଯେ, ପରିବାର ଆଶା ଭୋସଲେଙ୍କ ଲେଗେସିକୁ ସେଲିବ୍ରେଟ୍ କରିବାକୁ ଚାହୁଁଛି।ସେ କହିଲେ , ଲସ୍ ।ସମସ୍ତଙ୍କୁ ଜଣା ଯେ, ଆମେ ସର୍ବଦା ବଞ୍ଚି ରହିବା ନାହିଁ , କିନ୍ତୁ ଯେବେ ଏମିତି ହୁଏ ତ ତୁରନ୍ତ ଝଟକା ଲାଗେ। ଆମେ ତାଙ୍କର ଲାଇଫକୁ ସେଲିବ୍ରେଟ୍ କରିବାକୁ ଚାହୁଁଛୁ। ଆମେ ନିରନ୍ତର ଡିନର ପାଇଁ ପରସ୍ପରକୁ ଭେଟୁ , ପରସ୍ପରର ସାଥିରେ ଅଛୁ, କଥା ହେଉଛୁ ଏବଂ ହସୁଛି ...ଜନାଇ ବହୁତ ଦୁଃଖିତ , ସେ ଭାଙ୍ଗି ପଡ଼ିଛନ୍ତି।ସେ ଦୁହେଁ ବହୁତ କ୍ଲୋଜ୍ ଥିଲେ। ତାଙ୍କର ଲାଳନ ପାଳନ ଓ ସିଙ୍ଗିଙ୍ଗରେ ଆଈଙ୍କ ବଡ଼ ଭୂମିକା ରହିଛି। ଯେବେ ଠାରୁ ସେ ବଡ଼ ହୋଇଛନ୍ତି ଦୁହେଁ ଏକାଠି ବହୁତ ଶୋ କରିଛନ୍ତି।
ଚୈତନ୍ୟ କହିଥିଲେ , ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ଗୋଟେ ପଏଣ୍ଟରେ ଆମେ ଭାବୁ ଥିଲୁ ଯେ, କେମିତି ଆଗକୁ ବଢି ହୁଏ। କିନ୍ତୁ ଆମେ ଆଶା ଆଈଙ୍କ ଠାରୁ ପ୍ରେରଣା ନେଲୁ । ଜଣେ ମାଆ ହୋଇ ସେ ଦୁଇଟି ପିଲା ହରାଇଛନ୍ତି, ଯାହା କୌଣସି ମଣିଷ ପାଇଁ ସବୁଠୁ ଯନ୍ତ୍ରଣାଦାୟକ ଜିନିଷ ହୋଇପାରେ। ଚୈତନ୍ୟ କହିଛନ୍ତି ଯେ, ଆଶା କହୁ ଥିଲେ ଯେ, ଖରାପ ସମୟ ଆପେ , ହେଲେ ସମୟ ସବୁ ଠିକ୍ କରିଦିଏ।
ଆହୁରି ମଧ୍ୟ ପଢନ୍ତୁ : ‘ଧୁରନ୍ଧର’ ସେଟ୍ରେ ହୋଇଥିଲା କଣ୍ଡୋମର ବ୍ୟବହାର , ରକ୍ତର ଛିଟାକୁ ପୂରା ଅସଲି ଦେଖାଇବାର ଥିଲା : ସୁଟିଂ କଥା କହିଲେ ଆକ୍ସନ ଡାଇରେକ୍ଟର