ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କେରଳରେ ଆଶା କର୍ମୀଙ୍କ ଆନ୍ଦୋଳନ; କେନ୍ଦ୍ରର ପ୍ରୋତ୍ସାହନ ରାଶି ବୃଦ୍ଧିକୁ ସ୍ୱାଗତ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପାଇଁ କରିଛନ୍ତି ଅପେକ୍ଷା

Published By : Bijay Swain | July 26, 2025 9:30 PM

ତିରୁଅନନ୍ତପୁରମ: କେରଳରେ ଗତ କିଛି ମାସ ଧରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରୋତ୍ସାହନ ରାଶି ବୃଦ୍ଧି ଓ ଅବସର ପରେ ସୁବିଧା ଦାବିରେ ଆନ୍ଦୋଳନ କରୁଥିବା ଆକ୍ରିଡିଟେଡ୍ ସୋସିଆଲ୍ ହେଲଥ୍ ଆକ୍ଟିଭିଷ୍ଟ (ଆଶା) କର୍ମୀମାନେ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ନିଷ୍ପତ୍ତିକୁ ଶନିବାର ସ୍ୱାଗତ କରିଛନ୍ତି। ଏହି ନିଷ୍ପତ୍ତି ଦେଶର ୧୦ ଲକ୍ଷରୁ ଅଧିକ ଆଶା କର୍ମୀଙ୍କ ପାଇଁ ଲାଭଦାୟକ ହେବ ବୋଲି ସେମାନେ କହିଛନ୍ତି। 

ମିଡିଆ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ନିକଟରେ ଅନୁଷ୍ଠିତ ମିଶନ ଷ୍ଟିଅରିଂ ଗ୍ରୁପର ୯ମ ବୈଠକରେ ଆଶା କର୍ମୀଙ୍କ ସ୍ଥିର ମାସିକ ପ୍ରୋତ୍ସାହନ ରାଶିକୁ ୨,୦୦୦ ଟଙ୍କାରୁ ୩,୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏହା ସହିତ ଅବସର ସୁବିଧା ମଧ୍ୟ ୨୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କେରଳ ଆଶା ହେଲଥ୍ ୱାର୍କର୍ସ ଆସୋସିଏସନ (KAHWA)ର ରାଜ୍ୟ ଉପାଧ୍ୟକ୍ଷ ଏସ୍. ମିନି କହିଛନ୍ତି ଯେ, ଏହି ଦାବି ପୂରଣ ପାଇଁ ସେମାନେ ଦୁଇଥର ପାର୍ଲାମେଣ୍ଟ ମାର୍ଚ୍ଚ କରିଛନ୍ତି। 

ତେବେ, ମିନି ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟ ସରକାର ସେମାନଙ୍କ ମାସିକ ହୋନୋରାରିୟମକୁ ୭,୦୦୦ ଟଙ୍କାରୁ ୨୧,୦୦୦ ଟଙ୍କାକୁ ଏବଂ ଅବସର ସୁବିଧାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ନ କରିବା ପର୍ଯ୍ୟନ୍ତ ସେମାନଙ୍କ ଅନିର୍ଦ୍ଦିଷ୍ଟକାଳୀନ ଆନ୍ଦୋଳନ ଜାରି ରହିବ। ଫେବୃଆରୀ ୧୦ରୁ ସେକ୍ରେଟାରିଆଟ ସମ୍ମୁଖରେ ଚାଲିଥିବା ଏହି ଆନ୍ଦୋଳନରେ ଆଶା କର୍ମୀମାନେ ନିଜର ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି। 

କେରଳରେ ଆଶା କର୍ମୀମାନେ ରାଜ୍ୟ ସରକାରଙ୍କଠାରୁ ୭,୦୦୦ ଟଙ୍କା ହୋନୋରାରିୟମ ପାଉଛନ୍ତି, ଯାହା ସମ୍ପୂର୍ଣ୍ଣ ରାଜ୍ୟ ଦ୍ୱାରା ପ୍ରଦାନ କରାଯାଏ। ସ୍ଥିର ପ୍ରୋତ୍ସାହନ ରାଶି ୬୦:୪୦ ଅନୁପାତରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରଦାନ କରିଥାନ୍ତି। ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, କେନ୍ଦ୍ର ସରକାର ନିଜ ପ୍ରତିଶ୍ରୁତି ପୂରଣ କରିଛି। ଏବେ ରାଜ୍ୟ ସରକାରଙ୍କୁ ଆଶା କର୍ମୀଙ୍କ ଦରମା ବୃଦ୍ଧି କରିବାକୁ ପଡିବ। ସେ ଉଲ୍ଲେଖ କରିଛନ୍ତି ଯେ, ବିଜେପି ଶାସିତ ମହାରାଷ୍ଟ୍ରରେ ଆଶା କର୍ମୀମାନେ ୧୦,୦୦୦ ଟଙ୍କା ପାଉଛନ୍ତି, ଯାହା କେରଳର ତୁଳନାରେ ଅଧିକ। 

ଏହି ଆନ୍ଦୋଳନ କେରଳରେ ଆଶା କର୍ମୀଙ୍କ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ସେମାନଙ୍କ ଅଧିକାର ପାଇଁ ଲଢେଇ ଉପରେ ଆଲୋକପାତ କରିଛି। ତେବେ ଦାବି ପୁରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦଳନକାରୀମାନେ ସୂଚନା ପ୍ରଦାନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.