ପଟ୍ଟାମୁଣ୍ଡାଇ,୩୧/୦୫: ଯାତ୍ରାପାର୍ଟି ହିରୋଇନ୍ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଅଶୋକ ସମ୍ରାଟ ମ୍ୟାନେଜର। ସେ କହିଛନ୍ତି, ଗିରଫ ମ୍ୟାନେଜରମାନେ ତୁଳସୀ ଗଣନାଟ୍ୟ ସହ ଜଡ଼ିତ ନୁହଁନ୍ତି । ମାଲିକ ଅନନ୍ତ ନାରାୟଣ ଧଳ ଆଇନର ସହାୟତା ନେବେ ।

ସୂଚନା ଅନୁଯାୟୀ, ଅଭିନେତ୍ରୀ କରିବା ପାଇଁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ପରେ ଏକ ଯାତ୍ରା ପାର୍ଟିର ଦୁଇ ଜଣ ମ୍ୟାନେଜରକୁ ପୁଲିସ ଗିରଫ କରି କୋର୍ଟଚାଲଣ କରିଛି । ଯୁବତୀଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ପରଦିନ ସକାଳୁ ଦୁଇ ମ୍ୟାନେଜର୍ ଯୁବତୀଙ୍କୁ ଯାତ୍ରା ପାର୍ଟିର ମାଲିକଙ୍କ ସହ ଦେଖା କରାଇବା ପାଇଁ ଏକ ଢାବାକୁ ନେଇ ସେଠାରେ ମାଲିକଙ୍କ ସହ ସେମାନେ ଭେଟ କରାଇବା ସହିତ ଅଭିନେତ୍ରୀ ହେବା ପାଇଁ ଆଉଥରେ ଆସିବାକୁ କହିଥିଲେ ।

ଆହୁରି ପଢନ୍ତୁ-Jatra Controversy: ଯାତ୍ରାପାର୍ଟି ହିରୋଇନ୍ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଟଙ୍କା ନଦେବାରୁ ଅଶ୍ଲୀଳ ଭିଡ଼ିଓ ଭାଇରାଲ ଧମକ

ଗତ ୧୨ ତାରିଖ ପୂର୍ବାହ୍ନ ରେ ଯୁବତୀଙ୍କୁ କେନ୍ଦ୍ରାପଡ଼ା ନେଇଥିଲା । ସେଠାରେ ଥିବା ଏକ ହୋଟେଲ୍ରେ ଦୁଇମ୍ୟାନେଜର୍ ପୁଣି ଦୁଷ୍କର୍ମ କରିବା ଅଭିଯୋଗ ହୋଇଚି । ଟଙ୍କା ନ ଦେଲେ ଭିଡିଓଭାଇରାଲ୍ କରିଦେବେ ବୋଲି ସେମାନେଧମକ ଦେଇ ଯୁବତୀଙ୍କୁ ଏକ ସ୍ଥାନ ରେ ଆଣି ଛାଡ଼ି ଦେଇଥିଲେ । ଫୋନ୍ରେ ଯୁବତୀଙ୍କୁ ସେମାନେ ଟଙ୍କାମାଗିବା ସହିତ ଭିଡିଓ ଭାଇରାଲ୍ କରିବାକୁଧମକ ଦେଉଥିଲେ ବୋଲି ଯୁବତୀଜଣକପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ତେବେ ଏନେଇ ଅନନ୍ତ ନାରାୟଣ ଧଳ ଙ୍କ ଯାତ୍ରା ପାର୍ଟି ଅଶୋକ ସମ୍ରାଟ ର ମ୍ୟାନେଜର ଜଗତ ଜୀବନ ପଣ୍ଡା କହିଛନ୍ତି ଦୁଇ ଗିରଫ ଅଭିଯୁକ୍ତ ତୁଳସୀ ଗଣନାଟ୍ୟ ର କୌଣସି ମ୍ୟାନେଜର ନୁହନ୍ତି ମିଛରେ ତୁଳସୀ ଯାତ୍ରା ପାର୍ଟି ତଥା ମାଲିକ ଙ୍କୁ ବଦନାମ କରାଯାଉଛି । ଆବଶ୍ୟକ ପଡିଲେ ମାନହାନି ମୋକଦ୍ଦମା କରାଯିବା ନେଇ ମଧ୍ୟ କହିଛନ୍ତି ଜଗତ ଜୀବନ ପଣ୍ଡା ।