ପୁରୀ,୧୮।୬: ପୁରୀ ଜିଲା ଚନ୍ଦନପୁର ଥାନା ଏଏସଆଇ ପ୍ରଭାତ କୁମାର ପ୍ରଧାନ ଲାଞ୍ଚ ନେବା ବେଳେ  ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ଏକ ଜମି ବିବାଦ ମାମଲାରେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ଲାଞ୍ଚ ନେଉଥିଲେ।

ଏକ ଜମି ବିବାଦ ମାମଲାରେ  ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ଏଏସଆଇ ପ୍ରଧାନ ୧୫ ହଜାର  ଟଙ୍କା ଲାଞ୍ଚ ମାଗିଥିଲେ। ଏହି ମାମଲାରେ ସେ ନିଜେ ତଦନ୍ତକାରୀ ଅଧିକାରୀ ଥିଲେ। ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସଙ୍କୁ ଜଣାଇଥିଲେ। ଯୋଜନା ମୁତାବକ  ଅଭିଯୋଗକାରୀଙ୍କ ଠାରୁ ଏଏସଆଇ ପ୍ରଧାନ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ଅଭିଯୁକ୍ତଙ୍କ ନିକଟରୁ  ୧୫,୦୦୦ ଟଙ୍କା ଜବତ କରାଯାଇଛି।