ପୁରୀ,୧୨/୦୪:ଖୁବ୍‌ଶୀଘ୍ର ସରିବ ରତ୍ନଭଣ୍ଡାର ମରାମତି।  ଚଟାଣକୁ  ଛାଡ଼ି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି  ଓ ସଂରକ୍ଷଣ କାମ ପ୍ରାୟତଃ ଶେଷ ।  ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଏଏସ୍‌ଆଇ ଅଧିକାରୀମାନଙ୍କ ସହ  ଶୁକ୍ରବାର କାର୍ଯ୍ୟ ସମୀକ୍ଷା କରିବା ପରେ  ଏନେଇ ସେ ତାଙ୍କ ଏକ୍ସ ଆକାଉଣ୍ଟରେ  ସୂଚନା ଦେଇଛନ୍ତି । 




ରତ୍ନ ଭଣ୍ଡାର  ଭିତରେ ଥିବା ପୁରୁଣା ଲୁହା ବିମ୍‌କୁ  କାଢି ନୂଆ ୫ଟି ଷ୍ଟେନଲେସ୍‌ ଷ୍ଟିଲ  ବକ୍ସ ବିମ୍‌ ଦିଆଯାଇଛି । ବାହାର ରତ୍ନ  ଭଣ୍ଡାରରେ ପୁରୁଣା ଭଙ୍ଗା ପଥରଗୁଡ଼ିକୁ  କାଢି ମରାମତି ନଚେତ ନୂଆ ପଥର  ଉକ୍ତ ସ୍ଥାନରେ ବ୍ୟବହାର କରାଯାଇଛି ।  ରତ୍ନ ଭଣ୍ଡାର ବାହାର ପାଶ୍ୱର୍ରେ ମଧ୍ୟ ସଂରକ୍ଷଣ ଓ ମରାମତି କାମ  ଚାଲିଛି । ଜଗମୋହନ ଓ ରତ୍ନଭଣ୍ଡାର  ମଧ୍ୟ ସ୍ଥଳୀରୁ ପ୍ଲାଷ୍ଟର ଛଡ଼ା ଯାଉଛି ।  ଏହି ସ୍ଥାନରେ ଭାଙ୍ଗି ଫାଟି ଯାଇଥିବା  ପଥର ସ୍ଥାନରେ ନୂଆ ପଥର ଲାଗୁଛି ।  ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାର  ମରାମତି କାମ ଏଏସ୍‌ଆଇ ସରିବା  ବୋଲି ସେ ଆଶା ପ୍ରକାଶ କରିଛନ୍ତି ।