ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

'ଭାରତ ଚମକୁଥିବା ମର୍ସିଡ଼ିଜ, ପାକିସ୍ତାନ ବଜୁରି ଡମ୍ପିଂ ଟ୍ରକ୍'...ସତ କହିଦେଲେ ପାକ୍‌ ଆର୍ମି ଚିଫ୍ ଆସିଫ୍ ମୁନୀର

Published By : Ankita S | August 11, 2025 9:48 AM

ନୂଆଦିଲ୍ଲୀ,୧୧/୦୮: 'ଅପରେସନ୍‌ ସିନ୍ଦୂର' ମାଡ଼ରେ ଆଜି ଯାଏ ବିଳିବିଳଉଛି ପାକିସ୍ତାନ । ଏତେ ସରି ଦେବା ପରେ ବି ମୁହଁଫୁଟାଣି ଛାଡୁନାହିଁ । ଦିନକ ପୂର୍ବରୁ ଆମେରିକାରେ ବସି ଭାରତକୁ ପରମାଣୁ ବୋମା ଧମକ ଦେଉଥିଲେ । ଅଧା ବିଶ୍ୱକୁ ଧ୍ୱଂସ କରିଦେବୁ ବୋଲି କହୁଥିଲେ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀର । ଏବେ ନିଜ ମୁହଁରେ ନିଜର ଅପମାନ କରିଛନ୍ତି । 'ଭାରତ ଚମକୁଥିବା ମର୍ସିଡ଼ିଜ, ପାକିସ୍ତାନ ବଜୁରି ଭର୍ତ୍ତି ଡମ୍ପିଂ ଟ୍ରକ୍ ବୋଲି କହିଛନ୍ତି ମୁନୀର । ଭାରତ ବିରୋଧରେ ବିଷ ଓଗାଳୁ ଓଗାଳୁ ସତ କହି ଦେଇଛନ୍ତି ପାକ୍‌ ଆର୍ମି ଚିଫ୍ ଫିଲ୍ଡ ମାର୍ଶଲ ଆସିଫ୍ ମୁନୀର ।

'ଭାରତ ଚମକୁଥିବା ମର୍ସିଡ଼ିଜ, ପାକିସ୍ତାନ ବଜୁରି ଭର୍ତ୍ତି ଡମ୍ପିଂ ଟ୍ରକ୍'- ଆସିଫ୍ ମୁନୀର ଭାରତକୁ ଧମକ ଦେଉ ଦେଉ କିଛି ସତ ବି ମାନିଛନ୍ତି । ଭାରତର ତୁଳନା ଚମକୁଥିବା ମର୍ସିଡ଼ିଜ କାର ସହ କରିଛନ୍ତି । ପାକିସ୍ତାନକୁ ଅଳିଆ ଭର୍ତ୍ତି ଟ୍ରକ ବୋଲି କହିଛନ୍ତି । ଭାରତକୁ ଧମକ ଦେଇ କହିଛନ୍ତି କି, ଭାବନ୍ତୁ ଯଦି ଦୁଇ ଗାଡ଼ି ମଧ୍ୟରେ ଟକ୍କର ହୁଏ ତେବେ କାହାକୁ କ୍ଷତି ପହଞ୍ଚିବ ? ଆମେରିକାର ବସି ଏହି ବୟାନ ଦେଇଛନ୍ତି ମୁନୀର । ଅପରେସନ୍‌ ସିନ୍ଦୂରର ପାକିସ୍ତାନ ଉପରେ ହୋଇଥିବା ମାଡ଼ରେ ନିଜର ରାଗ ବାହାର କରୁଛନ୍ତି । ଯଦି ଭାରତ ପାଇଁ ପାକିସ୍ତାନର ଅସ୍ତିତ୍ୱ ଉପରେ ସଙ୍କଟ ଆସେ ତେବେ ପାକିସ୍ତାନ ଅଧା ଦୁନିଆକୁ ନିଜ ସହ ନେଇ ବୁଡିବ । ଗତକାଲି(ରବିବାର) ଆମେରିକାରେ ବସି ଭାରତକୁ ପରମାଣୁ ବୋମା ଧମକ ଦେଇଥିଲେ । କୌଣସି ତୃତୀୟ ଦେଶରୁ ଭାରତ ବିରୋଧରେ ପାକିସ୍ତାନର ଦିଆଯାଇଥିବା ଏହା ପ୍ରଥମ ଧମକ ।

ଅଧିକ ପଢନ୍ତୁ...ଆମେରିକାରେ ବସି ଭାରତକୁ ପରମାଣୁ ଧମକ ଦେଲେ ପାକିସ୍ତାନ ସେନା ମୁଖ୍ୟ ମୁନିର, କହିଲେ ଆମେ ହାରିଲେ, ଅଧା ବିଶ୍ୱକୁ ଧ୍ୱଂସ କରିଦେବୁ…

୧୦ ମିସାଇଲରୁ ଫାୟାରିଂ କରିବୁ- ଅପରେସନ୍ ସିନ୍ଦୂର ପରେ ଆସିଫ୍ ମୁନୀରଙ୍କର ଏହା ଦ୍ବିତୀୟ ପାକିସ୍ତାନ ଗସ୍ତ । ସେଠାରେ ସେ କହିଛନ୍ତି ''ଭାରତ ଦ୍ୱାରା ଡ୍ୟାମ ବନାଯିବାକୁ ଆମେ ଅସ୍ୱୀକାର କରୁଛୁ । ଭାରତ ଯେବେ ଏମିତି କରିଦେବ ଆମେ ୧୦ ମିସାଇଲରୁ ଫାୟାରିଂ କରିବୁ । ସିନ୍ଧୁ ନଦୀ ଭାରତର ଫ୍ୟାମିଲି ସମ୍ପତ୍ତି ନୁହେଁ, ଆମ ପାଖରେ ମିସାଇଲର ଅଭାବ ନାହିଁ ।'' ପାକିସ୍ତାନ ଭାରତକୁ କିପରି କ୍ଷତି ପହଞ୍ଚାଇ ପାରିବ ଏହା କହି ମୁନୀର ଏକ ଉଦହାରଣ ଦେଇଥିଲେ । ଭାରତ ରାଜପଥରେ ଆସୁଥିବା ଏକ ଚମକୁଥିବା ମର୍ସଡ଼ିଜ କାର୍ ଆଉ ପାକିସ୍ତାନ ହେଉଛି  ବଜୁରି ବୋଝେଇ ଟ୍ରକ । ଯଦି ଦୁହିଁଙ୍କ ମଧ୍ୟରେ ଧକ୍କା ହୁଏ ତେବେ କାହାର କ୍ଷତି ହେବ ?


କିଛି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନେଇ କହିଛନ୍ତି, ମୁନୀର ଅଜାଣତରେ ସ୍ୱୀକାର କରିଛନ୍ତି ଯେ ଭାରତ ଭଲ । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ମୁନୀରଙ୍କ କଥାରେ ଏକମାତ୍ର ସତ୍ୟ ଭାରତ ହେଉଛି ମର୍ସିଡିଜ୍, ଏବଂ ତାଙ୍କ ଦେଶ ହେଉଛି ଡମ୍ପ ଟ୍ରକ୍ । ବାକି ସବୁ ଭ୍ରମ ।

ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ଟାମ୍ପାସ୍ଥିତ ଗ୍ରାଣ୍ଡ ହୟାତ୍‌ ହୋଟେଲ୍‌ରେ ପାକିସ୍ତାନୀ ବଂଶୋଦ୍ଭବ ବ୍ୟବସାୟୀ ଅଦନାନ୍‌ ଅସଦଙ୍କ ତରଫରୁ ଦିଆଯାଇଥିବା ଏକ ଡିନର୍‌ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ବୟାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ପ୍ରାୟ ୧୨୦ ପ୍ରବାସୀ ପାକିସ୍ତାନୀ ଉପସ୍ଥିତ ଥିଲେ । ଏଠାକୁ ମୋବାଇଲ କିମ୍ବା ଅନ୍ୟ କୌଣସି ଡିଜିଟାଲ ଡିଭାଇସ୍‌ ନେବା ପାଇଁ ଅନୁମତି ନ ଥିଲା । ତେଣୁ ମୁନିରଙ୍କ ଭାଷଣର କୌଣସି ଔପଚାରିକ ରେକର୍ଡ ଉପଲବ୍ଧ ନାହିଁ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ବୟାନ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.