ନୂଆଦିଲ୍ଲୀ,୧୦/୨ : ଆସାମରେ ଅନ୍ତିମ ମତଦାତା ସୂଚୀ ପ୍ରକାଶିତ ହୋଇଛି । ଏଥିରେ ୨.୪୯କୋଟି ମତଦାତାଙ୍କ ନାଁ ରହିଛି । ଯାହା ଚୁଡ଼ାନ୍ତ ଭୋଟର ତାଲିକା ତୁଳନାରେ ୦.୯୭ପ୍ରତିଶତ କମ୍ ରହିଛି । ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ଡ୍ରାଫ୍ଟ ମତଦାତା ସୂଚୀରେ ପ୍ରାୟ ଭୋଟର ସଂଖ୍ୟା ୨.୫୨କୋଟି ଥିଲା । ଯାହା ଏବେ ଶେଷ ମତଦାତା ସୂଚୀରେ ହ୍ରାସ ପାଇ ୨.୪୯କୋଟି ହୋଇଯାଇଛି । ସୂଚନା ମୁତାବକ, ଅନ୍ତିମ ମତଦାତା ସୂଚୀରେ ୧.୨୪କୋଟି ପୁରୁଷ ଭୋଟର, ୧.୨୪କୋଟି ମହିଳା ଭୋଟର ଏବଂ ୩୪୩ଥାର୍ଡ଼ ଜେଣ୍ଡର ଭୋଟର ଅଛନ୍ତି ।
ନିର୍ବାଚନ ଆୟୋଗର ଯୁଗ୍ମ ସିଇଓ କହିଛନ୍ତି କି ଆସାମରେ ଅନ୍ତିମ ମତଦାତା ସୂଚୀ ଜାରି ହୋଇସାରିଛି । ଆସାମର ଭୋଟର୍ସଙ୍କ ଡ୍ରାଫ୍ଟ ଲିଷ୍ଟରେ ୨.୪୩ଲକ୍ଷ ନାଁ ହଟାଇ ଦିଆଯାଇଛି । SIR ଦ୍ବାରା ଆସାମରେ ୬୧ଲକ୍ଷରୁ ଅଧିକ ଘରେ ଯାଇ ଭେରିଫିକେଶନ କରାଯାଇଥିଲା। ଏଥିରେ ହଜାରେରୁ ଅଧିକ ନିର୍ବାଚନ ଅଧିକାରୀ, ବୁଥ୍ ଲେବୁଲ ଅଫିସର ଏବଂ ସୁପରଭାଇଜର ସାମିଲ ଥିଲେ । ଏହାସହ ରାଜନୈତିକ ଦଳ ଦେଖାରଖା ଲାଗି ୬୧,୫୩୩ବୁଥ୍ ଲେବୁଲ ଏଜେଣ୍ଟକୁ ନିୟୋଜିତ କରିଥିଲେ । ଏହି ପ୍ରକିୟା ପରେ ରାଜ୍ୟରେ ୩୧,୪୮୬ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।
ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବା ଶର୍ମା କହିଛନ୍ତି କି ବିଧାନସଭା ନିର୍ବାଚନ ପରେ ଆସାମରେ ବ୍ୟାପକ ସ୍ତରରେ ସୁରକ୍ଷା ସମ୍ବନ୍ଧୀ ସମୀକ୍ଷା (SIR) କରାଯିବ । ନିର୍ବାଚନ ଆୟୋଗ ମାର୍ଚ୍ଚ ତଥା ଏପ୍ରିଲରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ଲାଗି ଆସାମର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାସ୍ତରୀୟ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରବର୍ତ୍ତନ ଏଜେନ୍ସି ସହ ସମନ୍ବୟର ଆକଳନ କରିବା ଲାଗି ଦୁଇ ଦିବସୀୟ ବୈଠକ ଆୟୋଜିତ କରିଛନ୍ତି ।