ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଆସାମ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ଅବୈଧ ପ୍ରବାସୀଙ୍କ ନାଗରିକତା ରୋକିବାକୁ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ହେବନି ନୂଆ ଆଧାର

Published By : Manoj | August 22, 2025 12:02 PM

ନୂଆଦିଲ୍ଲୀ ୨୧/୦୮: ଆସାମରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କ ପାଇଁ ଆଧାର କାର୍ଡ ବନାଯିବନି । ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ୱଶର୍ମା ଗୁରୁବାର ଏହି ସୂଚନା ଦେଇଛନ୍ତି । ଅବୈଧ  ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପାଇବାରେ ରୋକିବା ଲାଗି ଆସାମ  କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । 

ମୁଖ୍ୟମନ୍ତ୍ରୀ  କହିଛନ୍ତି, ଆସାମରେ ୧୮ ବର୍ଷରୁ ଊଦ୍ଧ୍ୱର୍ ଯେଉଁ ନାଗରିକଙ୍କର  ପାଖରେ ଏବେ ଯାଏ ଆଧାର କାର୍ଡ ନାହିଁ ସେମାନଙ୍କୁ ଆବେଦନ  ଲାଗି ସମୟ ଦିଆଯିବ । ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ  ଜନଜାତି(ଏସ୍‌ଟି) ବର୍ଗର ୧୮ ବର୍ଷରୁ ଊଦ୍ଧ୍ୱର୍ ଲୋକ ୧ ବର୍ଷ ଭିତରେ  ସେମାନଙ୍କ ଆଧାର କାର୍ଡ ବନାଇପାରିବେ । ଆଧାର କାର୍ଡ ଉପରେ  ରୋକ ଦ୍ୱାରା ନାଗରିକଙ୍କ ଠିକ୍‌ ଭାବେ ଚିହ୍ନଟ ସୁନିଶ୍ଚିତ ହେବ। ଏହି ପଦକ୍ଷେପ ଗତ ୧ ବର୍ଷରେ ବାଂଲାଦେଶରୁ ଅବୈଧ ପ୍ରବେଶ  ଉପରେ ଥିବା ଚିନ୍ତା ଦୂର କରିବା ଲାଗି ନିଆଯାଇଛି । 

ହିମନ୍ତ ଆହୁରି  କହିଛନ୍ତି, ଆସାମରେ କେତେକ ବିଶେଷ ବର୍ଗଙ୍କୁ ଛାଡ଼ି ଅନ୍ୟ  ସମସ୍ତଙ୍କୁ ଆଧାର କାର୍ଡ ମିଳିସାରିଛି । ଏବେ ନୂଆ ଆଧାର କାର୍ଡ  କେବଳ ଡେପୁଟି କମିଶନର କେତେକ ସ୍ୱତନ୍ତ୍ର ମାମଲାରେ ହିଁ ଜାରି  କରିବେ, ଯାହା ଫଳରେ ଅବୈଧ ଅନୁପ୍ରବେଶକାରୀଙ୍କ ତରଫରୁ  ଆସୁଥିବା ଆବେଦନ ଉପରେ କଡ଼ା ନଜର ରଖାଯାଇପାରିବ ।  ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଯେପରି କୌଣସି ଅବୈଧ  ବିଦେଶୀ ନାଗରିକ ଆସାମରେ ଆଧାର କାର୍ଡ ବନାଇ ନ ପାରିବେ  ଏବଂ ନିଜକୁ ଭାରତର ନାଗରିକ ଭାବେ ପ୍ରମାଣ କରି ନ ପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.