ଭୁବନେଶ୍ଵର, ୧୯/୦୨ : ବିଧାନସଭା ଆରମ୍ଭରୁ ହଟ୍ଟଗୋଳ। ତୃତୀୟ ଦିନରେ ଗୃହ ଅଚଳ। ଧାନମଣ୍ଡି ସମସ୍ୟା, କଟନୀ ଛଟନୀ, ଚାଷୀ ମାରଣ ନୀତିକୁ ନେଇ ବିଧାନସଭା ହୁଲୁସ୍ତୁଲୁ। ପ୍ରଶ୍ନକାଳରେ ପ୍ଲାକାର୍ଡ ଧରି ବିରୋଧୀଙ୍କ ହଙ୍ଗାମା। ବାଚସ୍ପତିଙ୍କ ପୋଡିୟମ ପାଖରେ ନାରାବାଜି କଲେ ବିଜେଡି ବିଧାୟକ। ବୁଝାଇଲେ ବାଚସ୍ପତି, ହେଲେ ବୁଝିଲେନି ବିରୋଧୀ। ସେପଟେ ମାଗଣା ବିଦ୍ୟୁତ ସେବା ପ୍ରସଙ୍ଗରେ ହଟ୍ଟଗୋଳ କରିଛି କଂଗ୍ରେସ। ବଜେଟ୍ ଅଧିବେଶନର ତୃତୀୟ ଦିନରେ ମାତ୍ର ୫ ମିନିଟ୍ ଚାଲିବା ପରେ ବିଧାନସଭା ମୁଲତବି। ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି।

ଗୁରୁବାର ବିଧାନସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ପୁରା ଆକ୍ସନ୍ ମୋଡ୍ ରେ ଥିଲେ ବିରୋଧୀ। ସଭିଙ୍କ ହାତରେ ଥିଲା ପ୍ଲାକାର୍ଡ, ବ୍ୟାନର। ଲାଗୁଥିଲାଗୃହ କାର୍ଯ୍ୟ ଆରମ୍ଭ ହେଲାବେଳକୁ କିଛି ଗୋଟେ ବଡ଼ ଘଟିବ, ସେଇଆ ହେଲା । ବାଚସ୍ପତି ଗୃହକୁ ପ୍ରବେଶ କରିବା ମାତ୍ରେ ବିଜେଡି ସଦସ୍ୟମାନେ ମାଡ଼ି ଆସିଲେ ଗୃହର ମଧ୍ୟଭାଗକୁ । ଆରମ୍ଭ ହୋଇଗଲା ହଟ୍ଟଗୋଳ, ନାରାବାଜି । ବାଚସ୍ପତିଙ୍କ ପୋଡିୟମ ସାମ୍ନାକୁ ମାଡ଼ି ଆସିଲେ ବିରୋଧୀ । ମାତ୍ର ୫ ମିନିଟରେ ଅଟକିଗଲା ଗୃହ। ଚାଲି ପାରିଲାନି ପ୍ରଶ୍ନକାଳ।

ଏହି ଖବରଟିକୁ ପଢନ୍ତୁ-ଘୋଷଣାରେ ଅଟକିଛି ରାଜ୍ୟ ଟ୍ରାନ୍ସଜେଣ୍ଡର ବୋର୍ଡ , ସଦସ୍ୟ ନିଯୁକ୍ତି କିମ୍ବା କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀ ନେଇ ମିଳିନି ସ୍ପଷ୍ଟ ସୂଚନା