ସୁବର୍ଣ୍ଣପୁର, ୩୦/୫: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ଠାରେ ଗତ ୨୬ ମାର୍ଚ୍ଚରେ ଘଟିଯାଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ ତିନି ପରିବାରଙ୍କୁ ବିଧାୟକଙ୍କ ପ୍ରଚେଷ୍ଟାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି l 

ସୂଚନା ଥାଉ କି ମାର୍ଚ୍ଚ ମାସ ୨୬ ତାରିଖରେ ଟାଟା ପାୱାରରେ କାର୍ଯ୍ୟରତ ତିନିଜଣ ବିଦ୍ୟୁତ୍ କର୍ମଚାରି କାମ ସାରି କାର୍ଯ୍ୟାଳୟକୁ ଫେରୁଥିବା ସମୟରେ ଏକ ଛଟିଶଗଡ ନମ୍ୱର ଥିବା ହାଇୱା ଟ୍ରକ୍ ଦୃତ ଗତିରେ ଆସି ବିତ୍ୟୁତ୍ କର୍ମଚାରିଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ତିନିଜଣ ବିଦ୍ୟୁତ୍ କର୍ମଚାରିଙ୍କ ମୃତ୍ୟୁ ହୋଇଥିଲା l ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଧାୟକ ଇଂ ରଘୁନାଥ ଜଗଦଲାଙ୍କ ପ୍ରଚେଷ୍ଟାରେ ଆଜି ତିନି ମୃତ ପରିବାର ଲୋକଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଲ କାର୍ଯ୍ୟାଳୟ ଠାରେ ସହାୟତା ପ୍ରଦାନ କରାଯାଇଛି l