​​​​​​​ଭୁବନେଶ୍ବର,୧୪।୧୧ : ଲାଞ୍ଚ ନେଇ ଧରା ପଡ଼ିଲେ ସୁବର୍ଣ୍ଣପୁରର ୨ ସରକାରୀ ବାବୁ ।ଭିଜିଲାନ୍ସ ଜାଲରେ  ସୁବର୍ଣ୍ଣପୁର  ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ଓ ବୁଣାକାର ସମବାୟ ସମିତି ସମ୍ପାଦକ। ସୁବର୍ଣ୍ଣପୁର ଜିଲ୍ଲା ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ସତ୍ୟାନନ୍ଦ ବେହେରା ଓ ଉଲୁଣ୍ଡା ବୁଣାକାର ସମବାୟ ସମିତିର ସମ୍ପାଦକ ରମାକାନ୍ତ ମେହେରଙ୍କୁ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ।

ଉଭୟେ ତାଲିମ ଶିବିରରେ ତାଲିମ ପ୍ରାପ୍ତ ହିତାଧିକାରୀଙ୍କ ଆର୍ଥିକ ସହୟତା ମଞ୍ଜୁର କରିବାକୁ ୮୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ।  ଶୁକ୍ରବାର  ୩୬ ହଜାର ଟଙ୍କା ନେବା ସମୟରେ ଚଢାଉ କରି ଧରିଛି ଭିଜିଲାନ୍ସ ଟିମ । ଭିଜିଲାନ୍ସ ତାଙ୍କ ଠାରୁ ଟଙ୍କା ଜବତ କରିବା ସହ ବିଭିନ୍ନ ସ୍ଥାନରେ  ଚଢାଉ କରିଥିବା ସୂଚନା ମିଳିଛି ।