ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା, ଜାଣନ୍ତୁ କ'ଣ ଖାସ୍‌ ?

Published By : Ankita S | June 9, 2025 8:20 AM

ନୂଆଦିଲ୍ଲୀ,୦୯/୦୬: ଇତିହାସ ରଚିବ ଭାରତ । ପୁଣି ଥିରେ ମହାକାଶରେ ତ୍ରିରଙ୍ଗା ଉଡ଼ାଇବାକୁ ପ୍ରସ୍ତୁତ ହେଉଛି ଭାରତ । ଏଥର ଏହି ଗୌରବର ବାହକ ହେବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । କ'ଣ ମିଶନ୍ ଆକ୍ସିଓମ୍ -୪ ଯାହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଉଡ଼ାଣ ଭରିବ । ମିଶନ୍ ଆକ୍ସିଓମ୍ -୪ ପରିଚାଳନା ଭାର ଶୁଭାଂଶୁଙ୍କ ହାତରେ ରହିବ ।

ଅଧିକ ପଢନ୍ତୁ...ସ୍ପେସ୍‌ରେ ଅଜବ ପରୀକ୍ଷଣ କରିବ ଇସ୍ରୋ ,ଏକ ଅଜବ ଜୀବକୁ ଆଷ୍ଟ୍ରୋନାଟ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ପଠାଇବ ମହାକାଶ

୪ ଦେଶ,ଏକ ମିଶନ୍‌- ଆକ୍ସିଓମ୍ ସ୍ପେସ୍‌ର ଚତୁର୍ଥ ମହାକାଶ ମିସନ୍ (Ax-4) ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ସକାଳ ୬ଟା ୧୨ ମିନିଟରେ ଆରମ୍ଭ ହେବ । ଆକ୍ସିଓମ୍-୪ ମିଶନ୍ ମହାକାଶଚାରୀ ନାସାର କେନେଡି ସ୍ପେସ୍ ସେଣ୍ଟରରେ ଏଲସି-୩୯ଏରୁ ସ୍ପେସଏକ୍ସ ଡ୍ରାଗନ ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଉଡାଣ ଭରିବେ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ମିଶନ୍‌ରେ ଆମେରିକା, ଭାରତ, ପୋଲାଣ୍ଡ ଏବଂ ହେଙ୍ଗେରୀର ୪ ଜଣ ମହାକାଶଚାରୀଙ୍କୁ ୧୪ ଦିନିଆ ଡକିଂ ଅଭିଯାନ ପାଇଁ ପୃଥିବୀର ନିମ୍ନ କକ୍ଷପଥକୁ ନେଇଯିବେ । ଏଥରେ ବିଭିନ୍ନ ପରୀକ୍ଷଣ କରାଯିବ ଯେଉଁଥିରେ ୭ଟିକୁ ଇସ୍ରୋ ସଫଳ କରିବ । ଆକ୍ସିଓମ୍-୪ ମିଶନ ଭାରତ,ପୋଲାଣ୍ଡ ଓ ହେଙ୍ଗେରୀ ପାଇଁ ମାନବ ମହାକାଶ ଯାନର ପ୍ରତ୍ୟାବର୍ତ୍ତନକୁ ସାକାର କରିବ । ଏଥିରେ ସବୁ ଦେଶର ୪୦ରୁ ଅଧିକ ବର୍ଷର ପ୍ରଥମ ମିଶନ ହେବ । ଏହା ଇତିହାସରେ ଦ୍ୱିତୀୟ ମାନବ ମହାକାଶ ମିଶନ ହେବ । ଏହା ପ୍ରଥମ ଥର ହେବ କି ଆଇଏସଏସରେ ଏହି ମିଶନ ସଫଳ ହେବ । ସମଗ୍ର ବିଶ୍ୱର ନଜର ଏହି ମିଶନ ଉପରେ ରହିଛି ।

ISRO କରିବ ୭ ମାଇକ୍ରୋଭିଟି ଗବେଷଣା- ଇସ୍ରୋ ଆଗାମୀ ଆକ୍ସିଓମ୍-୪ ମିଶନ ଜରିଆରେ ୭ଟି ମାଇକ୍ରୋଭିଟିର ଅନୁସନ୍ଧାନ କରିବ । ମାନବ ସ୍ବାସ୍ଥ୍ୟ, ଭୌତିକ ତଥା ଜୈବିକ ବିଜ୍ଞାନ, ପଦାର୍ଥ ଅନୁସନ୍ଧାନ, ଅଭିନବ ଔଷଧ ବିକାଶ ଏବଂ ଜୈବ ପ୍ରେୟୋଗିକ ପରି ବିଭିନ୍ନ କ୍ଷେତ୍ରରେ ଗବେଷଣା କରିବ ।

କିଏ ଶୁଭାଂଶୁ ଶୁକ୍ଳା ? ଭାରତୀୟ ବାୟୁସେନାର ଜଣେ ପ୍ରତିଷ୍ଠିତ ପାଇଲଟ ଶୁଭାଂଶୁ ଶୁକ୍ଳା । ଇସ୍ରୋର ଐତିହାସିକ ଗଗନଯାନ ମିଶନ ପାଇଁ ୪ଜଣ ମହାକାଶଚାରୀଙ୍କ ମଧ୍ୟରୁ ଜଣେ ଭାବେ ମନୋନୀତ ହୋଇଥିଲେ । ଲକ୍ଷ୍ନୌରେ ଜନ୍ମିତ ୩୯ ବର୍ଷୀୟ ଶୁଭାଂଶୁ ଶୁକ୍ଳା ୨୦୦୬ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ । ସେ ୨୦୦ରୁ ଅଧିକ ଘଣ୍ଟାର ବିମାନ ଚଳାଇବାରେ ଅଭିଜ୍ଞତା ହାସଲ କରିଛନ୍ତି । ସୁଖୋଇ-୩୦ ଏମକେ ୧, ମିଗ୍‌-୨୧, ମିଗ୍‌-୨୯, ଜଗୁଆର, ହାକ ଏବଂ ଏଏନ-୩୨ ପରି ବିମାନ ଉଡାଇବା ସହ ପରୀକ୍ଷା କରିଛନ୍ତି । ୨୦୨୦ରେ ଇସ୍ରୋର ଗଗନଯାନ ମିଶନ ପାଇଁ ମନୋନୀତ ହୋଇଥିଲେ । ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ବିଷୟରେ ବହିରେ ପଢି ତାଙ୍କୁ ପ୍ରେରଣା ବୋଲି ମାନନ୍ତି । ଆଇଏସ୍‌ଏସ୍ ଯିବାକୁ ଥିବା ପ୍ରଥମ ଭାରତୀୟ ହେଉଛନ୍ତି ଶୁଭାଂଶୁ । ତାଙ୍କ ପାଖରେ ୨୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଭରିବାର ଅଭିଜ୍ଞତା ରହିଛି । ସେ ଆସନ୍ତାକାଲି ଉଡାଣ ଭରିବେ । ୨୮ ଘଣ୍ଟାର ଯାତ୍ରା ପରେ ୧୧ ତାରିଖ ରାତି ପ୍ରାୟ ୧୦ଟାରେ ପହଞ୍ଚିବେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.