ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା, ଦେଶବାସୀଙ୍କ ସହ ବାଣ୍ଟିବେ ଅନୁଭୂତି

Published By : Tapas Panda | August 16, 2025 5:41 PM

ନୂଆଦିଲ୍ଲୀ: ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ତାଙ୍କର ଐତିହାସିକ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାତ୍ରା ପରେ ରବିବାର ଭାରତ ଫେରିବାକୁ ଯାଉଛନ୍ତି । ଭାରତରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଏହା ପରେ ସେ ନିଜ ଜନ୍ମସ୍ଥାନ ଲକ୍ଷ୍ନୌ ଯାଇପାରନ୍ତି ବୋଲି କୁହାଯାଉଛି । ସେ ଅଗଷ୍ଟ ୨୨-୨୩ରେ ଜାତୀୟ ମହାକାଶ ଦିବସ ସମରୋହରେ ସାମିଲ ହେବେ ।  ଆମେରିକାରୁ ଭାରତ ଅଭିମୁଖେ ଯାତ୍ରା ସମୟରେ ଶୁଭାଂଶୁ ଶୁକ୍ଳା ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ବିମାନରେ ବସିଥିବା ଏହି ଫଟୋରେ ଶୁଭାଂଶୁ ବେଶ ଖୁସି ଥିବା ଜଣାପଡ଼ିଛି । ଶୁକ୍ଳା ପୋଷ୍ଟ କରିଛନ୍ତି, ‘ଭାରତ ଫେରିବା ପାଇଁ ବିମାନରେ ଚଢ଼ିବା ସମୟରେ ମୋ ହୃଦୟରେ ଅନେକ ଭାବନା ଉଠୁଛି। ଏହି ମିଶନ ସମୟରେ ଗତ ଗୋଟିଏ ବର୍ଷ ଧରି ମୋର ବନ୍ଧୁ ଏବଂ ପରିବାରକୁ ଛାଡି ମୁଁ ଦୁଃଖିତ । ମିଶନ ପରେ ପ୍ରଥମ ଥର ପାଇଁ ମୋର ସମସ୍ତ ବନ୍ଧୁ, ପରିବାର ଏବଂ ଦେଶବାସୀଙ୍କୁ ଭେଟିବାକୁ ମୁଁ ଉତ୍ସାହିତ । ମୁଁ ଭାବୁଛି ଏହା ହିଁ ଜୀବନ।’ 

ଏହା ସହ ସେ ଲେଖିଛନ୍ତି, ମିଶନ ସମୟରେ ଏବଂ ପରେ ସମସ୍ତଙ୍କଠାରୁ ଅବିଶ୍ୱସନୀୟ ପ୍ରେମ ଏବଂ ସମର୍ଥନ ପାଇଛି । ମୁଁ ଭାରତ ଫେରିବା ପରେ ଆପଣମାନଙ୍କ ସହିତ ମୋର ଅଭିଜ୍ଞତା ବାଣ୍ଟିବାକୁ ଅପେକ୍ଷା କରିଛି । ବିଦାୟ କହିବା କଷ୍ଟକର, କିନ୍ତୁ ଆମକୁ ଜୀବନରେ ଆଗକୁ ବଢ଼ିବାକୁ ପଡିବ । 

ଶୁଭାଂଶୁ ଶୁକ୍ଳା ପ୍ରଥମ ଭାରତୀୟ ମହାକଶଚାରୀ, ଯିଏ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଥିଲେ । ଚଳିତ ବର୍ଷ ଜୁନ ୨୫ରେ ଆକ୍ସିୟମ୍‌-୪ ମିଶନ ମାଧ୍ୟମରେ ସେ ଆଇଏସଏସ୍‌କୁ ଯାଇଥିଲେ । ସେଠାରୁ ଜୁଲାଇ ୧୫ରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ସହଯୋଗୀ  । ଏହି ମିଶନ ଲାଗି ଶୁଭାଂଶୁ ଶୁକ୍ଳା ଆମେରିକାରେ ଏକ ବର୍ଷ ରହିଥିଲେ । ସଫଳତାର ସହ ମହାକାଶ ଯାତ୍ରା ସାରିବା ପରେ ଏବେ ସେ ଭାରତ ଫେରିବାକୁ ଯାଉଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.