ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଟେକ୍ସାସରେ ଭୀଷଣ ବନ୍ୟା: ୨୪ ମୃତ, ସମର କ୍ୟାମ୍ପରୁ ୨୦ରୁ ଅଧିକ ଝିଅ ନିଖୋଜ

Published By : Swapna Ray | July 5, 2025 12:00 PM

ନୂଆଦିଲ୍ଲୀ, ୫।୭: ପ୍ରବଳ ବର୍ଷା ଯୋଗୁଁ ନଦୀ ଜଳ ସ୍ତର ବୃଦ୍ଧି ପାଇଁ ଟେକ୍ସାସରେ ହଠାତ୍ ବନ୍ୟା ଆସିଥିଲା । ଯେଉଁଥିରେ ଅତି କମ୍‌ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏଥିସହ ଅନେକ ଲୋକ ନିଖୋଜ ହୋଇଥିବା ଖବର ମଧ୍ୟ ଆସୁଛି । ଏକ ସମର୍ କ୍ୟାମ୍ପରୁ ୨୦ରୁ ଅଧିକ ଝିଅ ନିଖୋଜ ଅଛନ୍ତି । ୨୫ ସେମିରୁ ଅଧିକ ବର୍ଷା ହେବା ପରେ ବନ୍ୟା ସ୍ଥିତି ଉପୁଜିଛି । ଗୁଆଡାଲୁପ୍ ନଦୀର ଜଳସ୍ତର ବଢ଼ିଯିବାରୁ ସବୁ ସହରରେ ବନ୍ୟା ଜଳ ପ୍ରବାଭିତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କେର କାଉଣ୍ଟି ସେରିଫ୍ ଲାରି ଲିଥା ଶୁକ୍ରବାର କହିଛନ୍ତି ଯେ, ବନ୍ୟା ପ୍ରଭାବରେ ପ୍ରାୟ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ଉଦ୍ଧାରକାରୀଦଳ ଏ ପର୍ଯ୍ୟନ୍ତ ୨୩୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି । ସେମାନଙ୍କ ମଧ୍ୟରୁ ୧୬୭ ଜଣଙ୍କୁ ହେଲିକପ୍ଟର ଯୋଗେ ଆଣାଯାଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । 

ନିଖୋଜମାନଙ୍କ ମଧ୍ୟରେ ସମର୍ କ୍ୟାମ୍ପ ମିଷ୍ଟିକର ୨୦ରୁ ଅଧିକ ଝିଅ ଅଛନ୍ତି, ଯେଉଁଠାରେ ମୋଟ୍ ୭୫୦ ଜଣ ଉପସ୍ଥିତ ଥିଲେ । ଟେକ୍ସାସର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡାନ୍ ପାଟ୍ରିକ୍ ନିଶ୍ଚିତ କରିଛନ୍ତି ଯେ, ଶୁକ୍ରବାର ଅପରାହ୍ନ ସୁଦ୍ଧା ୬ରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ମଧ୍ୟରେ ବୟସ୍କ ଓ ଛୋଟ ପିଲା ମଧ୍ୟ ରହିଛନ୍ତି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ୯ଟି ଉଦ୍ଧାରକାରୀ ଦଳ, ୧୪ଟି ହେଲିକପ୍ଟର ଏବଂ ୧୨ଟି ଡ୍ରୋନ୍ ସମେତ ସନ୍ଧାନୀ ଦଳ ନିରନ୍ତର କାର୍ଯ୍ୟ କରୁଛନ୍ତି । 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.