ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଯାତ୍ରା ସମୟରେ କ୍ୟାସ୍ ସମସ୍ୟା ହେବ ଦୂର, ଟ୍ରେନ୍‌ରେ ଏଟିଏମ୍ ସୁବିଧା : ପ୍ରଥମ ଥର ଏହି ଏକ୍ସପ୍ରେସରେ ସଫଳ ପରୀକ୍ଷଣ

Published By : Harapriya Biswal | April 16, 2025 3:17 PM

ନୂଆଦିଲ୍ଲୀ,୧୬ /୦୪: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଯାତ୍ରା ସମୟରେ କ୍ୟାସ୍ ସମସ୍ୟା ଆସିଲେ ଚୁଟକୀରେ ହେବ ଦୂର । ଚଳନ୍ତା ଟ୍ରେନ୍‌ରୁ ମଧ୍ୟ ବାହାର କରିପାରିବେ ନଗଦ ଟଙ୍କା । ଏଭଳି ସୁବିଧା ଯୋଗାଇ ଦେଇଛି ଭାରତୀୟ ରେଳ ବିଭାଗ।  ପ୍ରଥମ ପର୍ଯ୍ୟାୟରେ ମନମାଡ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ପଞ୍ଚବଟି ଏକ୍ସପ୍ରେସରେ ହୋଇଛି ଏହାର ପରୀକ୍ଷଣ।  ଟ୍ରାଏଲରେ ଏହା ସଫଳ ହୋଇଥିବା ଜଣାପଡିଛି ।

ଭାରତୀୟ ରେଳପଥ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା। ସବୁବେଳେ କିଛି ନା କିଛି ନୂଆ କରିବାର ଚେଷ୍ଟା କରିଥାଏ। ଏବେ ରେଲଓ୍ବେ ପକ୍ଷରୁ ଟ୍ରେନରେ ଏଟିଏମ୍ ସୁବିଧା ଯୋଗାଇ ଦେଉଛି। ଏହାର ଅର୍ଥ ହେଲା ଏବେ ଯାତ୍ରୀମାନେ ଚଳନ୍ତା ଟ୍ରେନ୍‌ରୁ ଟଙ୍କା ଉଠାଇ ପାରିବେ। ଏହି ATM ପରୀକ୍ଷଣ ଭିତ୍ତିରେ ପଞ୍ଚବଟୀ ଏକ୍ସପ୍ରେସରେ  କରାଯାଇଛି। ପଞ୍ଚବଟୀର ଏୟାରକଣ୍ଡିସନ୍ଡ୍ ଚେୟାର କାର୍ କୋଚ୍‌ରେ ଏଟିଏମ୍ ଲଗାଯାଇଛି। ଏହି ଟ୍ରେନକୁ ଫାଷ୍ଟ କ୍ୟାସ୍ ଏକ୍ସପ୍ରେସ ମଧ୍ୟ କୁହାଯାଉଛି।

ପଞ୍ଚବଟି ଏକ୍ସପ୍ରେସରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଦ୍ୱାରା ଏଟିଏମ୍ ସେବା ଯୋଗାଇ ଦିଆଯାଉଛି। ଭୁସାଭଲ ରେଳ ଡିଭିଜନ ଦ୍ୱାରା ଏହି ସୁବିଧା ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଛି। ଏହି ରୁଟ୍‌ ମଧ୍ୟରେ କିଛି ସ୍ଥାନରେ ଏଟିଏମ୍ ସେବାରେ ବାଧା ସୃଷ୍ଟି ହୋଇଥିଲା। ଯେଉଁଠାରେ ନେଟୱାର୍କ ସମ୍ବନ୍ଧୀୟ ସମସ୍ୟା ଥିଲା। କିନ୍ତୁ ଅନ୍ୟ ସ୍ଥାନରେ ଏଟିଏମ୍ ଠିକ୍ ଭାବରେ କାମ କରୁଥିଲା। ସଫଳ ପରୀକ୍ଷଣ ପରେ, ଆଗକୁ ସବୁ ଟ୍ରେନ୍‌ରେ ଲଗାଯିବ। ଯାହା ଦ୍ଵାରା ସର୍ବାଧିକ ସଂଖ୍ୟକ ଯାତ୍ରୀ ATM ସୁବିଧା ପାଇପାରିବେ। ଖୁବ୍ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଏହି ସୁବିଧା ଆରମ୍ଭ କରାଯିବ। ଏହି ଏଟିଏମ୍ ମେସିନଗୁଡ଼ିକ ଟ୍ରେନର ଶେଷ କୋଚ୍‌ରେ ଲଗାଯିବ। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ପୂର୍ବରୁ ଅସ୍ଥାୟୀ ପାଣ୍ଟ୍ରି ସ୍ଥାପନ କରାଯାଇଥିଲା। ଚଳନ୍ତା ଟ୍ରେନରେ ସୁରକ୍ଷା ବଜାୟ ରଖିବା ପାଇଁ ସଟର ଏବଂ ଦ୍ୱାର ମଧ୍ୟ ଲଗାଯିବ। ଏହି ସୁବିଧା ସମସ୍ତ ଟ୍ରେନ୍‌ରେ ଉପଲବ୍ଧ ହେଲେ ଯାତ୍ରା ସମୟରେ ଯାତ୍ରୀଙ୍କର ବହୁ ସମସ୍ୟା ଦୂର ହୋଇପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.