ଉଦଳା, ୦୭/୦୫ : ATM ଲୁଟ୍ର ନୂଆ ତରିକା । ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟ କରିଛନ୍ତି ଦୁର୍ବୃତ୍ତ। ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି।

ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍ ବାହାରେ ଥିବା ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରିବା ପରେ ଏଟିଏମ ଭିତରେ ପଶି ସମସ୍ତ କ୍ୟାମେରାରେ ରଙ୍ଗ ସ୍ପ୍ରେ ମାରିଥିଲେ। ଏହା ପରେ ଗ୍ୟାସ୍ କଟରରେ ଏଟିଏମକୁ କାଟିଥିଲେ । ଏଟିଏମ୍ କ୍ୟାସ ଟ୍ରେରୁ ସମସ୍ତ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ପିଟି ଭାଙ୍ଗି ଦେଇଥିଲେ। ଗୁରୁବାର ସକାଳେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଘଟଣାସ୍ଥଳରେ ଖୁଣ୍ଟା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନାହିଁ।..

ଏହି ଖବରଟିକୁ ପଢନ୍ତୁOil crisis: ଓଡ଼ିଶାରେ ଖାଲି ହେବାକୁ ବସିଲାଣି ତେଲ ଟାଙ୍କି, କଳକାରଖାନା ଗାଡ଼ିରେ ପଡ଼ୁଛି ବାହାର ଡିଜେଲ