ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପହିଲାରୁ ଏଟିଏମ୍ ଉଠାଣ ହେବ ମହଙ୍ଗା, ମିଳିବ ୫ଟି ମାଗଣା ଟ୍ରାଞ୍ଜାକ୍ସନ ସୁବିଧା

Published By : Rasmita Pradhan | April 29, 2025 8:13 AM

ନୂଆଦିଲ୍ଲୀ, ୨୯/୦୪ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ମେ’ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଏଟିଏମ୍‌ ଟ୍ରାଞ୍ଜାକ୍‌ସନ ନିୟମ । ନୂଆ ନିୟମ ଲାଗୁ ହେବା ଦ୍ୱାରା ଏଟିଏମ୍‌ରୁ ନଗଦ ଉଠାଣ ମହଙ୍ଗା ହୋଇଯିବ । ମାଗଣା ଟ୍ରାଞ୍ଜାକ୍‌ସନ ପରେ ଅତିରିକ୍ତ ଦେୟ ଦେବାକୁ ପଡ଼ିବ । 

ନୂଆ ନିୟମ ଅନୁସାରେ, ଗ୍ରାହକ ପ୍ରତି ମାସରେ ନିର୍ଦ୍ଦିଷ୍ଟ ସଂଖ୍ୟକ ମାଗଣା ଏଟିଏମ୍‌ ଟ୍ରାଞ୍ଜାକ୍‌ସନ ସୁବିଧା ପାଇବେ । ସମସ୍ତ ସଞ୍ଚୟ ଖାତାଧାରୀଙ୍କୁ ପ୍ରତିମାସ ନିଜ ବ୍ୟାଙ୍କ ଏଟିଏମ୍‌ରୁ ୫ଟି ମାଗଣା ଟ୍ରାଞ୍ଜାକ୍ସନ ସୁବିଧା ମିଳିବ । ଏହା ଉଭୟ ମେଟ୍ରୋ ଏବଂ ଅଣ-ମେଟ୍ରୋ ସହରଗୁଡ଼ିକ ପାଇଁ ଉଦ୍ଦିଷ୍ଟ । ଏଥିରେ ବିତ୍ତୀୟ ଏବଂ ଅଣବିତ୍ତୀୟ କାରବାର ଯେପରି ନଗଦ ଉଠାଣ, ବାଲାନ୍ସ ଚେକ୍‌ କରିବା, ପିନ୍‌ ବଦଳାଇବା, ମିନି ଷ୍ଟେଟ୍‌ମେଣ୍ଟ ବାହାର କରିବା ଆଦି ଅନ୍ତର୍ଭୁକ୍ତ । ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟ୍ରାଞ୍ଜାକ୍‌ସନ କରିବାବେଳେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ମେଟ୍ରୋ ସହରଗୁଡ଼ିକରେ ୩ଟି ମାଗଣା ଟ୍ରାଞ୍ଜାକ୍‌ସନ ସୁବିଧା ମିଳିବ । 

ଅଣ-ମେଟ୍ରୋ ସହରଗୁଡ଼ିକରେ ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ୫ଟି ମାଗଣା ଟ୍ରାଞ୍ଜାକ୍‌ସନ ସୁବିଧା ପାଇବେ। ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁସାରେ, ମାଗଣା ଟ୍ରାଞ୍ଜାକ୍‌ସନ ପରେ ପ୍ରତି ଟ୍ରାଞ୍ଜାକ୍‌ସନ ପିଛା ଗ୍ରାହକ ୨୩ ଟଙ୍କାର ଶୁଳ୍କ ଗଣିବେ, ଯାହା ବର୍ତ୍ତମାନ ୨୧ ଟଙ୍କା ରହିଛି । ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ପିଏନ୍‌ବି ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସମେତ ବଡ଼ ବଡ଼ ବ୍ୟାଙ୍କଗୁଡ଼ିକ ନିଜ ଗ୍ରାହକଙ୍କୁ ନୂଆ ମାର୍ଗଦର୍ଶିକା ନେଇ ସୂଚିତ କରାଉଛନ୍ତି । ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସ୍ପଷ୍ଟ କରିଛି ଯେ, ଏହାର ଏଟିଏମ୍‌ରେ କେବଳ ନଗଦ ଉଠାଣ କ୍ଷେତ୍ରରେ ମାଗଣା ଟ୍ରାଞ୍ଜାକ୍‌ସନ ସୀମା ପରେ ପ୍ରତି ଟ୍ରାଞ୍ଜାକ୍‌ସନ ପିଛା ଦେୟ ଦେବାକୁ ପଡ଼ିବ । ଅଣବିତ୍ତୀୟ ଟ୍ରାଞ୍ଜାକ୍‌ସନ ମାଗଣା ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.