ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

LAC ରେ ପୁଣିଥରେ ହେବ ୨୦୨୦ ଭଳି ସ୍ଥିତି: ସୈନିକଙ୍କୁ ହଟାଇବାର ପକ୍ରିୟା ଆରମ୍ଭ, ପୂର୍ବ ଲଦାଖରେ ୨ ପୋଷ୍ଟ ଖାଲି

Published By : Harapriya Biswal | October 29, 2024 8:14 PM

ନୂଆଦିଲ୍ଲୀ,୨୯।୧୦: ଭାରତ ଓ ଚୀନ୍ ଭିତରେ ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକଚୁଆଲ କନଟ୍ରୋଲ(ଏଲଏସି)ରେ ଜାରି ବିବାଦକୁ ନେଇ ଆଶ୍ବସ୍ଥିଜନକ ଖବର। ପ୍ରତିରକ୍ଷା ସୁତ୍ର ଅନୁସାରେ, ଡିପସାଙ୍ଗ ଓ ଡେମଚୋକ୍‌ ଭଳି ସମ୍ବେଦନଶୀଳ କ୍ଷେତ୍ରରେ ସୈନିକଙ୍କ ଫେରିବା ପକ୍ରିୟା ପ୍ରାୟ ଶେଷ ହୋଇଛି। ଏହି ପକ୍ରିୟା ୨୮-୨୯ ଅକ୍ଟୋବର ପର୍ଯ୍ୟନ୍ତ ଶେଷ ହେବାର କଥା କୁହାଯାଉଛି। ଉଲ୍ଲେଖନୀୟ ଯେ, ଦୁଇ ଦେଶର ସେନା ପରସ୍ପରର ପୋଷ୍ଟ ଖାଲି କରିବା ଓ ମୌଳିକ ଢାଞ୍ଚାକୁ ହଟାଇବା ନେଇ କହିସାରିଛନ୍ତି। ଏହି ସ୍ଥିତି ଦୁଇ ଦେଶକୁ ଏପ୍ରିଲ ୨୦୨୦ର ସ୍ଥିତିରେ ଫେରାଇ ଆଣିବାରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ଏହି ଚୁକ୍ତି ଅନୁସାରେ, ଭାରତ ଓ ଚୀନ୍‌ର ସୈନିକ ସେହି ସ୍ଥାନକୁ ପୁଣିଥରେ ଗସ୍ତ କରିବେ, ଯେଉଁଠି ୨୦୨୦ ସଂଘର୍ଷ ପୂର୍ବରୁ ଗସ୍ତ କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ନିକଟରେ ହୋଇଥିବା ଚୁକ୍ତିର ସମର୍ଥନ କରି ଦୁଇ ଦେଶ ଭିତରେ ସୁ ସମ୍ପର୍କକୁ ପୁନଃଜୀବିତ କରିବାର ନିର୍ଦେଶ ଦେଇଛନ୍ତି। ଏହା ଅନ୍ତର୍ଗତ ଦୁଇ ଦେଶର ସୀମାରେ ଶାନ୍ତି ଓ ସ୍ଥିରତା ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି ଫଳରେ ପୂର୍ବଭଳି ସୌହାର୍ଦ୍ଧପୂର୍ଣ୍ଣ ସମ୍ପର୍କ ଗଠନ ହୋଇପାରିବ।

ବ୍ରିକ୍ସ ଶିଖର ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭିତରେ ପ୍ରାୟ ୫୦ ମିନିଟର ବୈଠକ ହୋଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ସୀମା ବିବାଦକୁ ଆଲୋଚନା ମାଧ୍ୟମରେ ଓ ଶାନ୍ତିପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଛ୍ତି। ସେ ବିଶେଷ ରୂପରେ କହିଛନ୍ତି, ପାରସ୍ପାରିକ ବିଶ୍ବାସ, ସମ୍ମାନ ଓ ସମ୍ବୋଦନଶୀଳତା ଦୁଇ ଦେଶର ସମ୍ପର୍କର ମୂଳଦୁଆ ଗଠନ କରିବା ଦରକାର। ଏହାର ଜବାବରେ ଜିନିପିଙ୍ଗ ମଧ୍ୟ ସୀମାରେ ବିବାଦର ସମାଧାନ ପ୍ରତି ସକାରତ୍ମକ ଦୃଷ୍ଟିକୋଣ ବ୍ୟକ୍ତ କରିଛନ୍ତି ଓ କହିଛନ୍ତି ଏହା ଦ୍ବାରା ଦୁଇ ଦେଶର ସମ୍ପର୍କରେ ସ୍ଥାୟିତ୍ବ ମିଳିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.