କଟକ,୨୦।୧୧ : କଟକ ପଟ୍ଟାପୋଲ ଅଞ୍ଚଳରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏପରିକି ଉଭୟ ପକ୍ଷରୁ ଢେଲାପଥର ମାଡ଼ କରାଯାଇଛି। ଏହି ଗଣ୍ଡଗୋଳରେ କେହି ଆହତ ହୋଇନାହାନ୍ତି । ଖବର ପାଇ କଟକ ଡିସିପିଙ୍କ ସମେତ ବରିଷ୍ଠ ଅଧିକାରୀ ଓ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ହେଲେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି।
ସାମାନ୍ୟ ଏକ ଗାଡ଼ି ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଟୀ ମୁହାଁମୁହିଁ ହୋଇଥିଲେ। ପୂର୍ବରୁ ମଧ୍ୟ ଦୁର୍ଗା ପୂଜା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।