ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ରେଳଲାଇନ ନିର୍ମାଣକୁ ନେଇ ଉତ୍ତେଜନା : ଜଣେ ମୃତ, ଅତିରିକ୍ତ ତହସିଲଦାର ସମେତ ୬ ପୁଲିସ ଆହତ

Published By : Prameya | April 19, 2025 4:34 PM

ରାଉରକେଲା,୧୯।୪  : ଡ଼ୁମେର୍ତ୍ତାରୁ ରାଉରକେଲା ଇସ୍ପାତ କାରଖାନା ପାଇଁ ନିର୍ମାଣ ରେଳ ଲାଇନକୁ ବିରୋଧ । ଏହାକୁ ନେଇ ବସ୍ତିବାସିଦା ଓ ପୁଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଛି l ବସ୍ତି ବାସିନ୍ଦାଙ୍କ ଢେଲା ଓ ତୀର ମାଡ଼ରେ ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ ଙ୍କ ସମେତ ଛଅ ପୁଲିସ ଗୁରୁତର ହୋଇଛନ୍ତି l 

 ଅନ୍ୟପକ୍ଷରେ ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା ଜେସିବି ଧକ୍କାରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ମୃତ ଆନ୍ଦୋଳନକାରୀ ଜଣକ ହେଲେ ବରକାନିର ଏତୋ ଏକ୍କା (୩୭) । ଲୋକଙ୍କ ଆକ୍ରମଣରେ  ଏଏସଆଇ ରାଜେନ୍ଦ୍ର ସାହୁ, ସରୋଜ କୁମାର ମୁଦୁଲିଙ୍କ ସମେତ ମନୋରଞ୍ଜନ ଦାସ, ରାକେଶ ମହାରଣା ଓ ଜେସିବି ଅପରେଟର ସାମୱେଲ ମାସି  ଗୁରୁତର ଆହତ ହୋଇଛନ୍ତି l ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.