ନୂଆଦିଲ୍ଲୀ,୨୦/୦୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରକୁ ଜନଶୁଣାଣି ସମୟରେ ଆକ୍ରମଣ ହୋଇଥିବା ଖବର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ଆୟୋଜିତ ଜନଶୁଣାଣିରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ, ଜଣେ ବ୍ୟକ୍ତି ପଥର ଭଳି କୌଣସି ଜିନିଷ ନେଇ ସିଏମ୍ଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ସିଏମ୍ଙ୍କୁ ଚାପୁଡା ମାରିଥିବା ମଧ୍ୟ କୁହାଯାଉଛି । ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳ ଏବଂ ସେଠାରେ ଉପସ୍ଥିତ ଲୋକମାନେ ଅଟକାଇ ଥିଲେ । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଘଟଣାର ତଦନ୍ତ ଚାଲିଛି ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଧିକାରୀଙ୍କୁ କହିବା ଅନୁସାରେ, ଯେତେବେଳେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରୁଥିଲେ, ଜଣେ ବ୍ୟକ୍ତି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଦିଲ୍ଲୀ ବିଜେପି ମୁଖମାତ୍ର ପ୍ରବୀଣ ଶଙ୍କର କହିଛନ୍ତି ଯେ, ଜଣେ ବ୍ୟକ୍ତି ଜନଶୁଣାଣି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ପ୍ରଥମେ କିଛି କାଗଜପତ୍ର ଦେଖାଇଥିଲେ । ଏହାପରେ ଚିତ୍କାର କରିବାକୁ ଲାଗିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିଥିଲେ । ବ୍ୟକ୍ତିଜଣଙ୍କୁ ହେପାଜତକୁ ନିଆଯାଇଛି । ଆକ୍ରମଣକାରୀ ଜଣଙ୍କ ବୟସ ପ୍ରାୟ ୩୫ ବର୍ଷ । 'ଜଣଶୁଣାଣି'କୁ ପଥଭ୍ରଷ୍ଟ କରାଯିବାକୁ ଏପରି କରାଯାଇଛି ।
ଘଟଣାକୁ ନେଇ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ କହିଛନ୍ତି, ''ସିଏମ୍ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ବହୁତ ଦୁଃଖଦ । ଏହାକୁ ମୁଁ ନିନ୍ଦା କରୁଛି । ସିଏମ୍ ପୁରା ଦିଲ୍ଲୀର ନେତୃତ୍ୱ ନିଅନ୍ତି । ଏ ପ୍ରକାର ଘଟଣାକୁ ଯେତେ ନିନ୍ଦା କଲେ କମ୍ । ଏହା ସହିତ ଘଟଣା ଦିଲ୍ଲୀରେ ମହିଳା ସୁରକ୍ଷାର ପୋଲ୍ ବି ଖୋଲିଛି । ଯଦି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଜନତା କିମ୍ବା ମହିଳା କିପରି ସୁରକ୍ଷିତ ରହିବେ ।''
'ଅତ୍ୟନ୍ତ ନିନ୍ଦନୀୟ'- ଘଟଣାକୁ ନେଇ ସୋସିଆଲ ମିଡିଆ ଏକ୍ସରେ ବିରୋଧୀ ଦଳ ନେତା ଆତିଶି କହିଛନ୍ତି, ଦିଲ୍ଲୀ ସିଏମ୍ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଲୋକତନ୍ତ୍ରରେ ଅସହମତି ଓ ବିରୋଧର ସ୍ଥାନ ଅଛି । ହିଂସା ପାଇଁ କୌଣସି ସ୍ଥାନ ନାହିଁ । ଆଶା କରୁଛି ଦିଲ୍ଲୀ ପୋଲିସ ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆଶା କରୁଛି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଥିବେ ।
Delhi LoP and AAP leader Atishi tweets, "The attack on Delhi's Chief Minister Rekha Gupta is highly condemnable. In a democracy, there is a place for disagreement and protest, but there is no place for violence. Hoping that the Delhi Police will take the strictest action against… pic.twitter.com/9iOZWbnIUS
— ANI (@ANI) August 20, 2025