ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଚଢାଉ କରି ଫେରୁଥିବା ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ , ଗାଡ଼ି ଭଙ୍ଗାରୁଜା

Published By : Suraj Kumar | February 5, 2025 11:19 PM

ନୀଳଗିରି,୫/୨(ଆ.ପ୍ର): ନୀଳଗିରିରେ ଦିନକୁ ଦିନ ମଦ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି।ଅବକାରୀ କର୍ମଚାରୀ ଚଢାଉ କରି ଫେରୁଥିବା ବେଳେ ମଦ ମାଫିଆଙ୍କ ସଂପର୍କୀୟ ମାନେ ଏକଜୁଟ ହୋଇ ଆକ୍ରମଣ କରିଛନ୍ତି। ଅବକାରୀ ଅଧିକାରୀ ଜଗନ୍ନାଥ ବେହେରା ଓ ସମସ୍ତ କର୍ମଚାରୀଙ୍କୁ ଅଟକାଇ ମାଡ଼ ମାରିବା ସହ ବୋଲେରୋ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ପ୍ରାୟ ଦୁଇ ଘଣ୍ଟା ଧରି ଅଟକ ରଖିବା ପରେ ବରହମ୍ପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। 

ସୂଚନାଯୋଗ୍ୟ ବୁଧବାର ନିଳଗିରି ଅବକାରୀ ଅଧିକାରୀ ଜଗନ୍ନାଥ ବେହେରା ନିଜ କର୍ମଚାରୀଙ୍କୁ ଧରି ପିଠାଅତା ଗ୍ରାମର ନିରଞ୍ଜନ ବେହେରାଙ୍କ ଠାରୁ ୨୪ଲିଟର ଦେଶୀ ମଦ ସହ ଏକ ବାଇକ୍ ଜବତ କରିଥିଲେ। ପୁଣି ଜାମୁନା ନିକଟ ଚାପଲସାହି ଗ୍ରାମର ଗଙ୍ଗାଧର ସୋରେନ ଙ୍କ ଠାରୁ ୪୦ଲିଟର ଦେଶୀ ମଦ ଜବତ କରିଥିଲେ। ଏହାପରେ  ମହୁଲବଣୀ ଗ୍ରାମର ରଥ ସୋରେନଙ୍କ ଠାରୁ ୮୦ଲିଟର ଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରି ବୋଲେରୋ ଗାଡ଼ିରେ ଆସୁଥିଲେ। ଟାଙ୍ଗଣା ପୋଲ ନିକଟରେ ୫ରୁ ଅଧିକ ଲୋକ ଅବକାରୀ ଗାଡ଼ିକୁ ଅଟକାଇ ଥିଲେ। ପରେ ସମସ୍ତେ ଏକତ୍ରିତ ହୋଇ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।  ଅବକାରୀ ଅଧିକାରୀ ଜଗନ୍ନାଥ ବେହେରାଙ୍କୁ ମାଡ଼ ମାରିବା ସହ ଡ୍ରେସ୍ ଚିରି ଦେଇଥିଲେ। ଅନ୍ୟ କର୍ମଚାରୀ ତପନ୍ ମଲ୍ଲିକ, ନାହାନ୍ ମୁର୍ମୁ, ଦୁର୍ଯ୍ୟଧନ ବେହେରାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୀର୍ଘ ଦୁଇ ଘଣ୍ଟା ଧରି ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଅଟକ ରଖିବା ପରେ ବରମପୁର ପୋଲିସ୍ ପହଞ୍ଚି ଅବକାରୀ ବିଭାଗର କର୍ମଚାରୀ ଙ୍କୁ ଉଦ୍ଧାର କରିଥିଲେ। 

ଅଜୟ ସରେନ, ଜୟନ୍ତୀ ସୋରେନ୍ ବାହାଦୁର ଟୁଡୁ ସମେତ ଅନ୍ୟ ମାନେ ମାଡ଼ ମାରିଥିବା ନେଇ ଅବକାରୀ କର୍ମଚାରୀ ଥାନରେ ଏତଲା ଦେଇଥିଲେ।  ବରମପୁର ପୋଲିସ ଅଜୟ ସରେନକୁ ଗିରଫ କରିଛି।ଏନେଇ  ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଅଜୟକୁ କୋର୍ଟ ଚାଲାଣ କରାଯାଇଛି। ଏପଟେ ନିଳଗିରି ଅବକାରୀ ବିଭାଗ ତିନ୍ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.