ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗୁଣପୁରରେ ଚାଞ୍ଚଲ୍ୟ, ରାତି ଅଧରେ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା ଉଦ୍ୟମ

Published By : Rasmita Pradhan | February 15, 2025 8:32 AM

ଗୁଣପୁର, ୧୫| ୨ : ଗୁଣପୁରରେ ଚାଞ୍ଚଲ୍ୟ। ରାତି ଅଧରେ ଗୁଣପୁର ସହରରେ ଯୁବକଙ୍କୁ ହତ୍ୟା ଉଦ୍ୟମ। ଯୁବକଙ୍କୁ ଆକ୍ରମଣ କରିବା ସହ ପଥରରେ ଛେଚି ଛେଚି ହତ୍ୟା ଉଦ୍ୟମ କଲା ଦୁର୍ବୃତ୍ତ। ଯୁବକ ଜଣଙ୍କ ଅଚେତ ହୋଇଯିବାରୁ ମରିଗଲା ଭାବି ଚାଲିଗଲା ଦୁର୍ବୃତ୍ତ। ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଛାତିଥରା ଦୃଶ୍ୟ। ଏହି ଘଟଣାଟି ଗତ ୧୨ ତାରିଖ ରାତି ସାଢେ ୧୨ଟାରେ ଘଟିଛି। ଗୁରୁବାର ଦିନ ସକାଳେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଗୁରୁତର ଯୁବକଙ୍କୁ ଦେଖି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। 

ସୂଚନାନୁଯାୟୀ, ଗତ ବୁଧବାର ରାତି ପ୍ରାୟ ୧୨ଟା ୪୦ରେ ଗୁଣପୁର ସହରର ହଳଦିଆ ନାଳ ନିକଟରେ ଥିବା ଏସ୍.ବି.ଆଇ ଏଟିଏମ୍ ସମ୍ମୁଖରେ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। ନୀଳ ସାର୍ଟ ପିନ୍ଧିଥିବା ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଲାତ ଗୋଇଠା ମାରିବା ସହ ପଥରରେ ଛେଚି ଛେଚି ହତ୍ୟା ଉଦ୍ୟମ କରିଥିଲା। ମାଡ଼ ଖାଇଥିବା ଯୁବକ ଜଣଙ୍କ ଅଚେତ ହୋଇଯିବାରୁ ମରିଗଲା ଭାବି ଆକ୍ରମଣକାରୀ ଘଟଣାସ୍ଥଳରୁ ଚାଲିଯାଇଥିଲା। ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ରକ୍ତସ୍ରାବ ହେଉଥିଲା। ଗୁରୁବାର ଦିନ ସକାଳେ ସ୍ଥାନୀୟ ଲୋକେ ଗୁରୁତର ଯୁବକଙ୍କୁ ଦେଖି ଆମ୍ଵୁଲାନ୍ସ ଯୋଗେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଘଟଣା ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଗୁରୁତର ଯୁବକ ଜଣଙ୍କ ଗୁଡାରି ଥାନା ଅନ୍ତର୍ଗତ ଗୁରୁଠା ଗ୍ରାମର ମୀନ ଶବରଙ୍କ ପୁଅ କୃଷ୍ଣ ଶବର (୩୮ ବର୍ଷ) ବୋଲି ଜଣାପଡ଼ିଛି। ଆକ୍ରମଣକାରୀଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତର ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆକ୍ରମଣକାରୀଙ୍କ ବିଷୟରେ ଜଣାପଡ଼ିନାହିଁ କିମ୍ଵା ଆକ୍ରମଣ ପଛର କାରଣ ଜଣାପଡ଼ିନାହିଁ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ବିଚ୍ ରାସ୍ତାରେ ସହର ଭିତରେ ଏଭଳି ନାରକୀୟ କାଣ୍ଡ ଘଟିଥିବାରୁ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି ହୋଇଛି। 

ଏହି ଖବରଟିକୁ ପଢନ୍ତୁ-Mo Bus: ଆଉ ଏକ ମୁଣ୍ଡ ନେଲା ମୋ ବସ୍; ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.