ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅତୁଲ ସୁଭାଷଙ୍କ ମା’ଙ୍କୁ ସୁପ୍ରିମକୋର୍ଟରୁ ଝଟକା, ପତ୍ନୀ ନିକିତାଙ୍କୁ ମିଳିଲା ପୁଅର କଷ୍ଟଡି

Published By : Prameya | January 20, 2025 6:28 PM

ନୂଆଦିଲ୍ଲୀ,୨୦।୧: ବହୁ ଚର୍ଚ୍ଚିତ ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ପରିବାରକୁ ଝଟକା ସୁପ୍ରିମକୋର୍ଟ  ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କୁ ୪ ବର୍ଷର ପୁଅର କଷ୍ଡଡି ପ୍ରଦାନ କରିଛନ୍ତି। କୋର୍ଟଙ୍କ ଏହି ରାୟ ଦ୍ବାରା ଅତୁଲଙ୍କ ମା’ଙ୍କୁ ଲାଗିଛି ଶକ୍ତ ଝଟକା।  ଅତୁଲଙ୍କ ମା’ ଅଞ୍ଜୁଦେବୀ ମାମଲା ଦାୟର କରି ନିଜ ୪ ବର୍ଷର ନାତିର କଷ୍ଟଡି ଦାବି କରିଥିଲେ। ଏହା ପୂର୍ବରୁ ଜଷ୍ଟିସ୍ ବି.ବି ନାଗରତ୍ନା ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଶୁଣାଣି ଆରମ୍ଭ ହେବାମାତ୍ରେ ଅତୁଲଙ୍କ ପୁଅକୁ ଅଧଘଣ୍ଟା ଭିତରେ କୋର୍ଟକୁ ଆଣିବାକୁ ନିର୍ଦେଶ ଦେଇଥିଲେ।

ଜଷ୍ଟିସ୍ ନାଗରତ୍ନା ଅତୁଲଙ୍କ ପତ୍ନୀ ନିକିତାଙ୍କ ଓକିଲଙ୍କୁ ଭିଡିଓ ଲିଙ୍କ ମାଧ୍ୟମରେ ପୁଅ ସହ ୩୦ ମିନିଟ୍‌ରେ ହାଜର କରିବାକୁ କହିଥିଲେ। ଏହା ଦ୍ବିତୀୟ ଥର ଯେତେବେଳେ କୋର୍ଟ ଅତୁଲଙ୍କ ପୁଅକୁ ଦେଖିବାକୁ ଦାବି କରିଥିଲେ। ଚଳିତ ମାସ ଆରମ୍ଭରୁ ନିକିତାଙ୍କ ଓକିଲ କୋର୍ଟକୁ କହିଥିଲେ, ପିଲାଟି ଏବେ ହରିୟାଣାର ଫରିଦାବାଦରେ ଥିବା ଏକ ବୋର୍ଡିଂ ସ୍କୁଲରେ ପଢୁଛି। ଏବେ ତାଙ୍କ ମା’ ସହ ବେଙ୍ଗାଲୁର ଆସିବ।

ଅଞ୍ଜୁ ଦେବୀଙ୍କ ଓକିଲ କୁମାର ଦ୍ୟୁଷନ୍ତ ସିଂହ ନାତିର କଷ୍ଟଡି ମାଗିଥିଲେ। ସେ କହିଥିଲେ ନିକିତା ପୁଅର ଠିକଣା ଶାଶୁଙ୍କଠାରୁ ଲୁଚାଇ ରଖିଥିଲେ। ୬ ବର୍ଷରୁ କମ୍ ବୟସର ପିଲାକୁ ବୋର୍ଡିଂ ସ୍କୁଲକୁ ପଠାଯିବା ଉଚିତ ନୁହେଁ।  ଏହାପରେ କୋର୍ଟ ସୋମବାର ଆଗାମୀ ଶୁଣାଣି ପର୍ଯ୍ୟନ୍ତ କୋର୍ଟରେ ପୁଅକୁ ହାଜର କରିବାକୁ ନିର୍ଦେଶ ଦେଇଥିଲେ। ଏହା ସହ କହିଥିଲେ, ମାମଲାରେ ମିଡିଆ ଟ୍ରାଏଲ ଅନୁସାରେ ରାୟ ଦେଇ ହେବନି। ସୋମବାର ଯେତେବେଳେ ଅତୁଲଙ୍କ ପୁଅକୁ ହାଜର କରାଯାଇନଥିଲା ଜଷ୍ଟିସ୍ ରାଗରତ୍ନା ଅସନ୍ତୋଷ ପ୍ରକାଶ କରି ୩୦ ମିନିଟ୍ ଭିତରେ ଭିଡିଓ ଲିଙ୍କରେ ହାଜର କରିବାକୁ ନିର୍ଦେଶ ଦେଇଥିଲେ। ପରେ କୋର୍ଟ ଶିଶୁଟିର କଷ୍ଟଡି ମା’ ନିକିତାଙ୍କୁ ଦେଇଥିଲେ। ଉଲ୍ଲେଖନୀୟ ଯେ, ଗତ ବର୍ଷ ୯ ଡିସେମ୍ବରରେ ବେଙ୍ଗାଲୁରର ୩୪ ବର୍ଷୀୟ ସୁଭାଷ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସୁଭାଷ ଏକ ଲମ୍ବା ସୁସାଇଡ୍ ନୋଟ୍‌ରେ ନିଜ ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କ ଉପରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ଏହି ଘଟଣାରେ ଅତୁଲଙ୍କ ପତ୍ନୀ ନିକିତା, ଶାଶୁ ନିଶା ସିଂଘାନିଆ ଓ ଶାଳକ ଅନୁରାଗ ସିଂଘାନିଆଙ୍କୁ ଗିରଫ କରାଯାଇଥିଲା। ତେବେ ବେଙ୍ଗାଲୁରୁର ଏକ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ।

ଅନୁପ୍ରବେଶକାରୀଙ୍କ ପାଇଁ ଆରପିଏଫ୍ ସତର୍କ, ଗତ ୪ ବର୍ଷରେ ୯୧୬ ଜଣ ବାଂଲାଦେଶୀ-ରୋହିଙ୍ଗ୍ୟା ଗିରଫ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.