ମେଲବର୍ଣ୍ଣ, ୧୦/୦୧: ଆଗାମୀ  ଶ୍ରୀଲଙ୍କା ଗସ୍ତ ପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଦଳ  ଘୋଷଣା କରାଯାଇଛି । ଷ୍ଟିଭେନ ସ୍ମିଥ ଏହି  ସିରିଜରେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ  ନେବେ । ଅଧିନାୟକ ପ୍ୟାଟ୍‌ କମିନ୍ସ ଓ  ଜୋସ ହାଜେଲଉଡ୍‌ଙ୍କୁ ବିଶ୍ରାମ ଦିଆଯାଇ  ଥିବାବେଳେ ମିଚେଲ ମାର୍ଶ ବାଦ ପଡ଼ିଛନ୍ତି ।  ନବାଗତ ଭାବେ କୁପର କନଲିଙ୍କୁ ଦଳରେ  ସ୍ଥାନ ମିଳିଛି । ବର୍ଡର-ଗାଭାସ୍କର ଟ୍ରଫିରେ  ପଦାର୍ପଣ କରିଥିବା ସାମ କନଷ୍ଟାସ, ବ୍ୟୁ  ୱେବଷ୍ଟର ଓ ନାଥାନ ମ୍ୟାକ୍‌ସ୍ୱିନି ୧୬ଜଣିଆ  ଦଳରେ ସ୍ଥାନ ହାସଲ କରିଛନ୍ତି । ଏମାନଙ୍କ  ବ୍ୟତୀତ ସ୍ପିନର ମ୍ୟାଟ୍‌ କୁହ୍ନେମନ ଓ ଟଡ  ମର୍ଫିଙ୍କୁ ଡାକରା ମିଳିଛି । ନାଥାନ ଲାୟନ  ମୁଖ୍ୟ ସ୍ପିନର ଭାବେ ଦଳରେ ରହିଛନ୍ତି ।  ଗାଲେରେ ଉଭୟ ଟେଷ୍ଟ ଖେଳାଯିବ । 

ଦଳ: ଷ୍ଟିଭେନ ସ୍ମିଥ୍‌  (ଅଧିନାୟକ), ସିନ ଆବୋଟ, ସ୍କଟ  ବୋଲାଣ୍ଡ, ଆଲେକ୍ସ କ୍ୟାରୀ, କୁପର  କନଲି, ଟ୍ରେଭିସ ହେଡ୍‌, ଜୋସ ଇଂଲିଶ, ଉସମାନ ଖୱାଜା, ସାମ କନଷ୍ଟାସ, ମ୍ୟାଟ  କୁହ୍ନେମନ, ମାର୍ନସ ଲାବୁସାନ, ନାଥାନ  ଲାୟନ, ନାଥାନ ମ୍ୟାକସ୍ୱିନି, ଟଡ ମର୍ଫି,  ମିଚେଲ ଷ୍ଟାର୍କ, ବ୍ୟୁ ୱେବଷ୍ଟର ।