ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତ ବନାମ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି: ପ୍ରଥମରୁ ଭାରତକୁ ଝଟ୍‌କା; ଜୟସ୍ବାଲଙ୍କୁ ପାଭିଲିୟନ ପଠାଇଲେ ଷ୍ଟାର୍କ

Published By : Soubhagya Ranjan | November 22, 2024 8:41 AM

Image source: Cricbuzz

ପର୍ଥ,୨୨/୧୧: ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତ ପକ୍ଷରୁ ଓପନିଂ କରିଛନ୍ତି କେ.ଏଲ୍. ରାହୁଲ ଓ ଯଶସ୍ବୀ ଜୟଶ୍ବାଲ। ଖବର ଲେଖାସରିବା ସୁଦ୍ଧା ଭାରତର ସ୍କୋର ୯.୪ ଓଭର ପରିସମାପ୍ତିରେ ଗୋଟିଏ ଓ୍ବିକେଟ ବିନିମୟରେ ୧୪ ରନ୍‌ ରହିଛି।  ତୃତୀୟ ଓଭରର ପ୍ରଥମ ବଲ୍‌ରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଥିଲା। ୮ଟି ବଲ୍‌ରେ କୌଣସି ରନ୍‌ ନକରି ମିଚେଲ ଷ୍ଟାର୍କଙ୍କ ଦ୍ବାରା ପାଭିଲିୟନ ଫେରିଥିଲେ ଜୟଶ୍ବାଲ। ଆଘାତ ହେତୁ ଶୁଭମାନ ଗିଲ ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି ଏବଂ ଦେବଦତ୍ତ ପାଡିକଲ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଛନ୍ତି। ଦେବଦତ୍ତ ଇଣ୍ଡିଆ ଏ ସହିତ ଅଷ୍ଟ୍ରେଲିଆ ଆସିଥିଲେ ଏବଂ ତାଙ୍କୁ ବ୍ୟାକଅପ୍ ପ୍ଲେୟାର ଭାବରେ ରଖାଯାଇଥିଲା। ରୋହିତଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା।

ମ୍ୟାଚ୍ ଆରମ୍ଭରେ ଟିମ୍ ଇଣ୍ଡିଆ କଙ୍ଗାରୁ ଦଳର ଦ୍ରୁତ ବୋଲରଙ୍କ ଆଗରେ ରନ୍ ବଢ଼ାଇବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ପର୍ଥ ପିଚ୍‌ରେ ସବୁବେଳେ ଦ୍ରୁତ ବୋଲରଙ୍କୁ ସୁହାଇ ଆସିଛି। ଏବଂ ଆୟୋଜକ ବୋଲରମାନେ ଏହାର ଫାଇଦା ନେଉଛନ୍ତି। ଭାରତୀୟ ଦଳ ବର୍ତ୍ତମାନ ୯.୪ ଓଭରର ପରିସମାପ୍ତିରେ ଗୋଟିଏ ଓ୍ବିକେଟ ହରାଇ ୧୪ ରନ୍‌ କରିଛି। କେଏଲ ରାହୁଲ ଓ ଦେବିଦତ୍ତ ପାଡିକଲ ଏବେ ପିଚ୍‌ରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ଟେଷ୍ଟରେ ନୀତୀଶ କୁମାର ରେଡ୍ଡୀ ଏବଂ ହର୍ଷିତ ରାଣା ଭାରତ ପାଇଁ ଡେବ୍ୟୁ କରିଥିଲେ। ବିରାଟ କୋହଲି ଟେଷ୍ଟ୍ କ୍ୟାପ୍ ନୀତୀଶ ରେଡ୍ଡୀଙ୍କୁ ଦେଇଥିଲେ। ରବିଚନ୍ଦ୍ରନ୍ ଅଶ୍ୱିନ୍ ହର୍ଷିତ ରାଣାଙ୍କୁ ଡେବ୍ୟୁ କ୍ୟାପ୍ ଦେଇଥିଲେ। ଡେବ୍ୟୁ କ୍ୟାପ୍ ପାଇବା ପୂର୍ବରୁ ମଧ୍ୟ ସେ ତାଙ୍କର ରନ୍ ଅପ୍ ମାର୍କ କରିସାରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ମ୍ୟାକସ୍ୱିନି ଅଷ୍ଟ୍ରେଲିଆ ପକ୍ଷରୁ ଟେଷ୍ଟ ଡେବ୍ୟୁ କରିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.