ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ସେପ୍ଟେମ୍ବରରେ ଭାରତ ଆସିବ ଅଷ୍ଟ୍ରେଲିଆ ମହିଳା ଦଳ, ଖେଳିବ ୩ ଦିନିକିଆ ମ୍ୟାଚ୍

Published By : Prameya | May 30, 2025 2:38 PM

ନୂଆଦିଲ୍ଲୀ,୩୦/୦୫: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ଆଗାମୀ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସି ଦିନିକିଆ ସିରିଜ ଖେଳିବ । ବିସିସିଆଇ ଏହି  ସିରିଜ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ  (ସେପ୍ଟେମ୍ବର ୧୪, ୧୭, ୨୦ତାରିଖ)  ଖେଳାଯିବ । ସମସ୍ତ ମ୍ୟାଚ୍‌ ଚେନ୍ନାଇର ଏମ୍‌ଏ  ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।  ଏହି ସିରିଜ ଜରିଆରେ ଉଭୟ ଦଳ ଆଗାମୀ  ଦିନିକିଆ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି କରିବେ ।  ଭାରତ ଦିନିକିଆ ବିଶ୍ୱକପ୍‌ ଆୟୋଜନ କରିବ ।  ଆଗାମୀ ସେପ୍ଟେମ୍ବର ୨୯ରୁ ବିଶ୍ୱକପ୍‌ ଆରମ୍ଭ  ହୋଇ ଅକ୍ଟୋବର ୨୬ ତାରିଖ ଶେଷ ହେବ । 

ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆ, ଦ.ଆଫ୍ରିକା-ଏ ଦଳ ଭାରତ-ଏ’ ଦଳ

ସମ୍ପ୍ରତି ଇଂଲଣ୍ଡ ଗସ୍ତରେ  ରହିଛି । ଦଳ ସେଠାରେ ୨ଟି ୪ଦିବସୀୟ  ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି ।  ଏହାପରେ ଏ’ ଦଳ ସିନିୟର ଦଳ  ବିପକ୍ଷରେ ଗୋଟିଏ ୪ ଦିବସୀୟ ମ୍ୟାଚ୍‌  ଖେଳିବ । ଏହି ମ୍ୟାଚ୍‌ ଜରିଆରେ ସିନିୟର  ଦଳ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି କରିବ। ଏହାପରେ ଭାରତ-ଏ ଦଳ ସ୍ୱଦେଶ  ଫେରି ଆସିବ । ଆଗାମୀ ସେପ୍ଟେମ୍ବରରୁ  ନଭେମ୍ବର ମଧ୍ୟରେ ଏ’ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆ-ଏ ଓ ଦକ୍ଷିଣ ଆଫ୍ରିକା-ଏ  ଦଳ ବିପକ୍ଷରେ ଖେଳିବ । 

ଅଷ୍ଟ୍ରେଲିଆ-ଏ  ଦଳ ପ୍ରଥମେ ଭାରତ ଗସ୍ତରେ ଆସି ୨ଟି  ୪ଦିବସୀୟ ମ୍ୟାଚ୍‌ (ସେପ୍ଟେମ୍ବର ୧୬ରୁ  ୨୩ ତାରିଖ) ଖେଳିବ । ଏହାପରେ ଉଭୟ  ଦଳ ମଧ୍ୟରେ ୩ଟି ଦିନିକିଆ (ସେପ୍ଟେମ୍ବର  ୩୦, ଅକ୍ଟୋବର ୩, ୫ତାରିଖ) ଖେଳାଯିବ ।  ଲକ୍ଷେ୍ନøରେ ୪ଦିବସୀୟ ଏବଂ କାନପୁରରେ  ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ । 

ସେହିପରି  ଦକ୍ଷିଣ ଆଫ୍ରିକା-ଏ ଦଳ ନଭେମ୍ବରରେ  ଭାରତ ଗସ୍ତରେ ଆସି ୨ଟି ୪ଦିବସୀୟ  ମ୍ୟାଚ୍‌ (ନଭେମ୍ବର ୨ରୁ ୯ତାରିଖ) ଏବଂ  ୩ଟି ଦିନିକିଆ (ନଭେମ୍ବର ୧୩, ୧୬,  ୧୯) ଖେଳିବ । ବେଙ୍ଗାଲୁରୁରେ ଥିବା  ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସଲେନ୍ସ  ଠାରେ ସମସ୍ତ ମ୍ୟାଚ୍‌ ଖେଳାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.