ନୂଆଦିଲ୍ଲୀ,୩୦/୦୫: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ଆଗାମୀ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସି ଦିନିକିଆ ସିରିଜ ଖେଳିବ । ବିସିସିଆଇ ଏହି  ସିରିଜ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ  (ସେପ୍ଟେମ୍ବର ୧୪, ୧୭, ୨୦ତାରିଖ)  ଖେଳାଯିବ । ସମସ୍ତ ମ୍ୟାଚ୍‌ ଚେନ୍ନାଇର ଏମ୍‌ଏ  ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।  ଏହି ସିରିଜ ଜରିଆରେ ଉଭୟ ଦଳ ଆଗାମୀ  ଦିନିକିଆ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି କରିବେ ।  ଭାରତ ଦିନିକିଆ ବିଶ୍ୱକପ୍‌ ଆୟୋଜନ କରିବ ।  ଆଗାମୀ ସେପ୍ଟେମ୍ବର ୨୯ରୁ ବିଶ୍ୱକପ୍‌ ଆରମ୍ଭ  ହୋଇ ଅକ୍ଟୋବର ୨୬ ତାରିଖ ଶେଷ ହେବ । 

ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆ, ଦ.ଆଫ୍ରିକା-ଏ ଦଳ ଭାରତ-ଏ’ ଦଳ

ସମ୍ପ୍ରତି ଇଂଲଣ୍ଡ ଗସ୍ତରେ  ରହିଛି । ଦଳ ସେଠାରେ ୨ଟି ୪ଦିବସୀୟ  ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି ।  ଏହାପରେ ଏ’ ଦଳ ସିନିୟର ଦଳ  ବିପକ୍ଷରେ ଗୋଟିଏ ୪ ଦିବସୀୟ ମ୍ୟାଚ୍‌  ଖେଳିବ । ଏହି ମ୍ୟାଚ୍‌ ଜରିଆରେ ସିନିୟର  ଦଳ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି କରିବ। ଏହାପରେ ଭାରତ-ଏ ଦଳ ସ୍ୱଦେଶ  ଫେରି ଆସିବ । ଆଗାମୀ ସେପ୍ଟେମ୍ବରରୁ  ନଭେମ୍ବର ମଧ୍ୟରେ ଏ’ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆ-ଏ ଓ ଦକ୍ଷିଣ ଆଫ୍ରିକା-ଏ  ଦଳ ବିପକ୍ଷରେ ଖେଳିବ । 

ଅଷ୍ଟ୍ରେଲିଆ-ଏ  ଦଳ ପ୍ରଥମେ ଭାରତ ଗସ୍ତରେ ଆସି ୨ଟି  ୪ଦିବସୀୟ ମ୍ୟାଚ୍‌ (ସେପ୍ଟେମ୍ବର ୧୬ରୁ  ୨୩ ତାରିଖ) ଖେଳିବ । ଏହାପରେ ଉଭୟ  ଦଳ ମଧ୍ୟରେ ୩ଟି ଦିନିକିଆ (ସେପ୍ଟେମ୍ବର  ୩୦, ଅକ୍ଟୋବର ୩, ୫ତାରିଖ) ଖେଳାଯିବ ।  ଲକ୍ଷେ୍ନøରେ ୪ଦିବସୀୟ ଏବଂ କାନପୁରରେ  ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ । 

ସେହିପରି  ଦକ୍ଷିଣ ଆଫ୍ରିକା-ଏ ଦଳ ନଭେମ୍ବରରେ  ଭାରତ ଗସ୍ତରେ ଆସି ୨ଟି ୪ଦିବସୀୟ  ମ୍ୟାଚ୍‌ (ନଭେମ୍ବର ୨ରୁ ୯ତାରିଖ) ଏବଂ  ୩ଟି ଦିନିକିଆ (ନଭେମ୍ବର ୧୩, ୧୬,  ୧୯) ଖେଳିବ । ବେଙ୍ଗାଲୁରୁରେ ଥିବା  ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସଲେନ୍ସ  ଠାରେ ସମସ୍ତ ମ୍ୟାଚ୍‌ ଖେଳାଯିବ ।