ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ହସ୍ପିଟାଲ ଶୌଚାଳୟରେ ୪୬୦ଜଣ ମହିଳାଙ୍କ ଭିଡିଓ ଉତ୍ତୋଳନ; ବାପାମାଆଙ୍କ ପାଇଁ ସର୍ଜନଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Published By : Harapriya Sethi | August 24, 2025 2:45 PM

ନୂଆଦିଲ୍ଲୀ, ୨୪/୦୮: ଅଷ୍ଟ୍ରେଲିଆର ଏକ ଡାକ୍ତରଖାନାରେ ଗୁପ୍ତ ଭାବରେ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ଅଭିଯୁକ୍ତ ଡାକ୍ତରଙ୍କୁ ଜାମିନ ମିଳିଛି । ଭିକ୍ଟୋରିଆ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟକୁ ଦିଆଯାଇଥିବା ଦଲିଲରେ ଅଭିଯୋଗ ରହିଛି, ୨୮ ବର୍ଷୀୟ ରିଆନ ଚୋ ୨୦୨୧ରୁ ମେଲବର୍ଣ୍ଣର ତିନୋଟି ହସ୍ପିଟାଲର ଶୌଚାଳୟରେ ଗୁପ୍ତ ଭାବେ ଫୋନ୍ ରଖି ରେକର୍ଡିଂ କରିଥିଲେ । ତାଙ୍କ ନାଁରେ ୪,୫୦୦ ଅନ୍ତରଙ୍ଗ ଭିଡିଓ ଉତ୍ତୋଳନର ଅଭିଯୋଗ ଥିବାରୁ ୫ଶହ ମାମଲା ହୋଇପାରେ ବୋଲି ପୁଲିସ କହିଛି । 

ସର୍ଜନଙ୍କୁ ସର୍ତ୍ତମୂଳକ ଜାମିନ ଆଦେଶ;

ଜଷ୍ଟିସ ଜେମ୍ସ ଇଲିଅଟ୍ ରାୟ ଦେଇଛନ୍ତି ଯେ, ଜୁନିଅର ଡାକ୍ତରଙ୍କୁ ଏହି ସର୍ତ୍ତରେ ଜାମିନ ମିଳିବା ଉଚିତ୍ ଯେ, ସେ ତାଙ୍କ ବାପା ମାଆଙ୍କ ସହିତ ରହିବେ । କାରଣ ତାଙ୍କ ପିତାମାତା ପୁଅକୁ ଜାମିନ ମିଳିବା ଆଶାରେ ସିଙ୍ଗାପୁରରୁ ମେଲବର୍ଣ୍ଣ ଆସିଥିଲେ । ତାଙ୍କ ବାପାମାଆଙ୍କୁ ୫୦,୦୦୦ ଅଷ୍ଟ୍ରେଲିୟ ଡଲାର (୩୨,୦୦୦ ଆମେରିକୀୟ ଡଲାର ) ଜାମିନ ପାଇଁ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ଅଭିଯୋଗକାରୀ ଯୁକ୍ତି ବାଢିଥିଲେ, ଅଭିଯୋଗ ହେବା ପରେ ରିଆନ ଚୋ ଖସି ଯିବାକୁ ଚେଷ୍ଟା କରିଥିଲେ । ଚାକିରିରୁ ନିଲମ୍ୱିତ ହେବା ପରେ ଅଷ୍ଟ୍ରେଲିଆ ସହ ତାଙ୍କର କୌଣସି ସମ୍ପର୍କ ନଥିଲା । 

ହାମିଲ କହିଛନ୍ତି ଯେ, ରିଆନ ଚୋ ଏପ୍ରିଲ ମାସରେ ଅଷ୍ଟ୍ରେଲିଆର ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି । କିନ୍ତୁ ଯଦି ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଏ ଏବଂ ୧୨ ମାସ କିମ୍ୱା ତାଠାରୁ ଅଧିକ ଜେଲ୍ ଦଣ୍ଡ ଦିଆଯାଏ, ତେବେ ତାଙ୍କୁ ନିର୍ବାସନର ସମ୍ମୁଖୀନ ହେବାକୁ ପଡ଼ିବ । ବିଚାରପତି କହିଛନ୍ତି ଯେ,ରିଆନ ଚୋ ତାଙ୍କର ସିଙ୍ଗାପୁର ପାସପୋର୍ଟ ଦେଇ ସାରିଛନ୍ତି ଏବଂ ଅଷ୍ଟ୍ରେଲିଆ ଛାଡ଼ିବାରେ ତାଙ୍କର କୌଣସି ଅପରାଧିକ ଭୂମିକା ନାହିଁ । 

୪୬୦ଜଣ ମହିଳାଙ୍କ ଅନ୍ତରଙ୍ଗ ଫଟୋ ଉଠାଇଥିବା ଅଭିଯୋଗ-

ପୁଲିସ ଅଭିଯୋଗ କରିଛି ଯେ,ରିଆନ ଚୋ ଅତି କମ୍‌ରେ ୪୬୦ଜଣ ମହିଳାଙ୍କ ଅନ୍ତରଙ୍ଗ ଫଟୋ ଉଠାଇଛି । ବିଚାରପତି କହିଛନ୍ତି ଯେ, ଚୋ ସେହି ଫଟୋ ପ୍ରସାରିତ କରିବାର କୌଣସି ଅଭିଯୋଗ ନାହିଁ । ଅଷ୍ଟିନ ହସ୍ପିଟାଲର ଏକ ଶୌଚାଳୟରେ ଏକ ଜାଲି ବ୍ୟାଗ୍ ଭିତରେ ଏକ ରେକର୍ଡିଂ ଫୋନ୍ ମିଳିବା ପରେ ଚୋକୁ ଜୁଲାଇ ମାସରେ ଗିରଫ କରାଯାଇଥିଲା । ପୁଲିସ ଅଭିଯୋଗ କରିଛି ଯେ, ସେ ପିଟର ମ୍ୟାକ୍କଲମ୍ କ୍ୟାନସର୍ ସେଣ୍ଟର  ଏବଂ  ରୟାଲ ମେଲବର୍ଣ୍ଣ ହସ୍ପଟାଲରେ ମଧ୍ୟ ରେକର୍ଡିଂ କରିଥିଲେ । 

ସେପଟେ ରିଆନ ଚୋଙ୍କ ଓକିଲ ଜୁଲିୟନ ମ୍ୟାକମୋହନ, ଜାମିନ ପରେ ସାକ୍ଷୀମାନଙ୍କ କାମରେ ଦଖଲ ଦେବା ନେଇ ରହିଥିବା ଆଶଙ୍କାକୁ ଖାରଜ କରିଦେଇଛନ୍ତି ।  ମ୍ୟାକମୋହନ କହିଛନ୍ତି ଯେ, ଏପରି ଅପରାଧର ଶହ ଶହ ସାକ୍ଷୀ ରହିବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ, ଯଦି ମୋର କ୍ଲାଇଣ୍ଟ ସାକ୍ଷୀମାନଙ୍କ କାମରେ ଦଖଲ ଦିଅନ୍ତି, ତେବେ ଏହା ଦ୍ୱାରା ମାମଲାର ଶୁଣାଣି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । 

୨୦୧୭ ରେ ଅଷ୍ଟ୍ରେଲିଆ ଆସିଥିଲେ ରିଆନ ଚୋ-

ରିଆନ ଚୋ ୨୦୧୭ରେ ଜଣେ ଛାତ୍ର ଭାବରେ ଅଷ୍ଟ୍ରେଲିଆ ଆସିଥିଲେ ଏବଂ ମେଲବର୍ଣ୍ଣର ମୋନାଶ ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ପାଠ ପଢିଥିଲେ । ରିଆନ ଚୋଙ୍କ ବିରୁଦ୍ଧରେ ପ୍ରଥମେ ୬ଟି ଅପରାଧ ପାଇଁ ଅଭିଯୋଗ ହୋଇଥିଲା । କିନ୍ତୁ ଗୁରୁବାର ଦିନ ଆହୁରି ୧୨୭ଟି ଅଭିଯୋଗ କରାଯାଇଥିଲା । ଯେଉଁଥିରେ ବିନା ଅନୁମତିରେ ଉଦ୍ଦେଶ୍ୟମୂଳକ ଭାବରେ ଅନ୍ତରଙ୍ଗ ଫଟୋ ଉଠାଇବା ଏବଂ ଭିଡିଓ ରେକର୍ଡ କରିବା ମଧ୍ୟ ରହିଛି । ମ୍ୟାକମୋହନ କହିଛନ୍ତି ଯେ, ଏହି ଅଭିଯୋଗୁଡ଼ିକୁ ନେଇ ମୋକଦ୍ଦମା ଚାଲିବ କି ନାହିଁ, ତାହା ବର୍ତ୍ତମାନ କହି ହେବ ନାହିଁ । ରିଆନ ଚୋ ଏପର୍ଯ୍ୟନ୍ତ କୌଣସି ଆବେଦନ କରିନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.