ନୂଆଦିଲ୍ଲୀ,୧୬।୨: ଭାରତ ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୬୧ ରନ୍‌ରେ ହରାଇ ସୁପର ୮ ପାଇଁ କ୍ବାଲିଫାଏ କରିଛି। ସେଭଳି ପାକିସ୍ତାନ ଏବେ ପଏଣ୍ଟ ଲେବଲର ତୃତୀୟ ସ୍ଥାନକୁ ଖସି ଯାଇଛି। ତେବେ କଲୋମ୍ବୋରେ ଚାଲିଥିବା ଏହି ମ୍ୟାଚ୍ ବେଳେ ପାକିସ୍ତାନ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଜଣେ ଅଷ୍ଟ୍ରେଲୀୟ ଭ୍ଲଗରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାବ। ପାକିସ୍ତାନୀ ଇନଫ୍ଲୁଏନ୍ସର ଜଣକ ଅଷ୍ଟ୍ରେଲୀୟ ବ୍ଲଗରଙ୍କୁ ସ୍ୟାଣ୍ଡ ପେପର ଦେଖାଇ ଚିଡାଇବାକୁ ଚେଷ୍ଟା କରିଥିଲେ।​‌ ସେ କହିଥିଲେ, ଏହା ହିଁ ତୁମ ପାଇଁ ଉପଯୁକ୍ତ ଗିଫ୍ଟ। ତେବେ ଅଷ୍ଟ୍ରେଲୀୟ ଭ୍ଲଗର​​​​​​​ ତାଙ୍କୁ ଦେଇଥିଲେ କଡା ଜବାବ୍। ଅଷ୍ଟ୍ରେଲୀୟ ଇନଫ୍ଲୁଏନ୍ସର ଜଣକ ଭାରତର ବିଜୟ ପାଳନ କରି ପାକିସ୍ତାନୀ ଇନଫ୍ଲୁଏନ୍ସରଙ୍କୁ ଅସମ୍ମାନଜନକ କାର୍ଯ୍ୟର ଜବାବ ଦେଇଥିଲେ। ଏହା ବ୍ୟତୀତ , ସେ ପାକିସ୍ତାନୀ ଇନଫ୍ଲୁଏନ୍ସରଙ୍କୁ ପରୋକ୍ଷରେ ଯାହା କହିଛନ୍ତି ତାହା ଆପଣଙ୍କୁ ହସାଇ ପାରେ। ତେବେ ଆସନ୍ତୁ ଜାଣିବା ସ୍ୟାଣ୍ଡପେପର କନଟ୍ରୋଭର୍ସି କ’ଣ ଥିଲା ? ଯାହାକୁ ନେଇ ଦୁହିଁଙ୍କ ଭିତରେ ବିବାଦ ହୋଇଥିଲା ?

୦୧୮ରେ ବଲ୍ ଟ୍ୟାମ୍ପରିଙ୍ଗ ବିବାଦ ଚର୍ଚ୍ଚାରେ ରହିଥିଲା। ସେତେବେଳେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା। ୨୦୧୮ରେ ସ୍ୟାଣ୍ଡପେପର ଦୁର୍ନୀତି ସମୟରେ ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍, କ୍ୟାମେରନ୍ ବ୍ୟାନକ୍ରଫ୍ଟ ଓ ଡେଭିଡ୍ ୱାର୍ଣ୍ଣର ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। କେପଟାଉନରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଏହି ତିନି ଜଣ ବଲ୍ ଟ୍ୟାମ୍ପରିଙ୍ଗ ଉଦ୍ୟମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସ୍ମିଥ୍ ଏବଂ ଓ୍ବାର୍ଣ୍ଣର ଦୁହିଁଙ୍କ ଉପରେ ବର୍ଷେ ଲେଖାଏଁ ବ୍ୟାନ୍ ଲଗାଯାଇଥିଲା। ବଲ୍‌କୁ ସୁଇଂ କରିବା ପାଇଁ ସେମାନେ ସ୍ୟାଣ୍ଡପେପର ବ୍ୟବହାର କରିଥିଲେ ବୋଲି ପରେ ସ୍ବୀକାର କରିଥିଲେ।

ଏହି ମାମଲା ୭-୮ ବର୍ଷ ପୁରୁଣା। ତାଠାରୁ ଏହା ଆଗକୁ ବଢିଯାଇଛି। ଏପରିକି ଯେତେବେଳେ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ଲୋକେ ସ୍ମିଥ୍‌ଙ୍କ ଟ୍ରୋଲ କରିବା ଆରମ୍ଭ କରିଥିଲେ,କୋହଲି ନିଜେ ତାଙ୍କ ସପୋର୍ଟରେ ବାହାରି ଜନତାଙ୍କୁ ଏଭଳି ନକରିବାକୁ ମନା କରିଥିଲେ। କିନ୍ତୁ ପାକିସ୍ତାନୀ ଭ୍ଲଗର ଜଣକ ଅଷ୍ଟ୍ରେଲିଆ ଇନଫ୍ଲୁଏନ୍ସରଙ୍କ ସହ ପଙ୍ଗା ନେବା ଅଡୁଆରେ ପକାଇଥିଲା। ଅଷ୍ଟ୍ରେଲିଆ ଭ୍ଲଗର ଜ୍ୟାକ୍ ଜୋକିଂଙ୍ଗଙ୍କୁ ପାକିସ୍ତାନୀ ବ୍ୟକ୍ତି ସ୍ୟାଣ୍ଡପେପର ଦେଇ ଟ୍ରୋଲ କରିବାକୁ ଚେଷ୍ଟା କରୁଥିଲେ। ଯାହାର ଜବାବରେ ଜ୍ୟାକ୍ ମଧ୍ୟ ଇନଫ୍ଲୁଏନ୍ସର ଜୁହେବ ମହମ୍ମଦଙ୍କୁ ଏଭଳି ନକରିବାକୁ ପରାମର୍ଶ ଦେଇଥିଲେ। ଦୁହିଁଙ୍କ ଭିତରେ ବିବାଦ ଏତେ ବଢି ଯାଇଥିଲା ଯେ,ଧକ୍କାମୁକ୍କି ହୋଇଥିଲା। ଜ୍ୟାକ୍ କହିଛନ୍ତି, ପାକିସ୍ତାନୀ ଇନ୍‌ପ୍ଲୁଏନ୍ସର ତାଙ୍କୁ କ୍ଷତି ପହଁଞ୍ଚାଇବାକୁ ଚେଷ୍ଟା କରୁଥିଲେ। ଅନ୍ୟପକ୍ଷେ ଜୁହେବ କହୁଛନ୍ତି, ଜ୍ୟାକ୍ ପାକିସ୍ତାନ ଟିମ୍‌କୁ ପରିହାସ କରୁଥିଲେ।

ତେବେ ମ୍ୟାଚ୍ ସରିବା ପରେ ଜ୍ୟାକ୍ ଏହାର ପ୍ରତିଶୋଧ ନେଇଥିଲେ। ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯେତେବେଳେ ଭାରତ ଜିତି ଯାଇଥିଲା। ସେତେବେଳେ ସେ ପାକିସ୍ତାନ ଇସଫ୍ଳୁଏନ୍ସରଙ୍କୁ ମୁହଁ ବନ୍ଦ କରିବାକୁ ଇଶାରା କରିଥିଲେ। ଏହାପରେ ଭାରତୀୟ ଫ୍ୟାନଙ୍କ ଭିତରକୁ ଆସି ଭିଡିଓ ତିଆରି କରି ଦେଇଥିଲେ କଡା ଜବାବ୍। ୧୫ ଫେବୃଆରୀରେ ଜ୍ୟାକ୍ ଏହି ଭିଡିଓ ପୋଷ୍ଟ କରିଥିବା ବେଳେ,ଏହାକୁ ୧୧ଘଣ୍ଟାରେ ୨୨ ଲକ୍ଷ ଭିୟୁ ଏବଂ ୨ ଲକ୍ଷ ୪୪ ହଜାର ଲାଇକ୍ ମିଳିଥିଲା। ତାଙ୍କର ଏହି ପୋଷ୍ଟରେ ଅନେକ କମେଣ୍ଟ ଦେଖିବାକୁ ମିଳିଛି। ଇଣ୍ଡିଆନ୍ ଫ୍ୟାନ୍ ମଧ୍ୟ ଜୋରଦାର ରିଆକ୍ସନ ଦେଇଛନ୍ତି। କହିବା ଅପେକ୍ଷା,କରି ଦେଖାଇବା ଗୁରୁତ୍ବପୂର୍ଣ୍ଣ। ହାରିବା ପରେ ପାକିସ୍ତାନୀଙ୍କ ପ୍ରଥମ କାମ ନିଜ ଘରେ ଟିଭି ଭାଙ୍ଗିବା।

ଆହୁରି ପଢନ୍ତୁ :ଭାରତଠାରୁ ଲଜ୍ଜାଜନକ ପରାଜୟକୁ ସହି ପାରିଲେନି ଶାହିଦ ଆଫ୍ରିଦି, କହିଲେ ଶାହିନଙ୍କୁ ବାହାର କର...