ପ୍ରମୂଖ ଖବର
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ; ୨୦ରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ||
  • ଜନ୍ମ ତିଥିରେ ସ୍ନାନ କରୁଛନ୍ତି ଜଗତର ମଉଡ଼ମଣି, ସନ୍ଧ୍ୟାରେ ଗଜାନନ ବେଶ
  • ||
  • ମହାପ୍ରଭୁଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ, ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁଦିଅଁ
  • ||
  • ବଲାଙ୍ଗୀର : ଜୁନ୍‌ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ଓ ମନ୍ତ୍ରୀ
  • ||
  • କଟକ : ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ସମ୍ପର୍କୀୟ ଦାଦା ଗିରଫ
  • ||
  • ଦିବ୍ୟ ଭବ୍ୟ ଦେବ ସ୍ନାନପୂର୍ଣ୍ଣିମା, ଭକ୍ତମୟ ବଡ଼ଦାଣ୍ଡ, ଜନସମୁଦ୍ର ଶ୍ରୀକ୍ଷେତ୍ର
  • ||
  • ସ୍ନାନବେଦୀରେ ସାଆନ୍ତେଙ୍କୁ ଦେଖି ଭିଜିଲା ଭକ୍ତଙ୍କ ଆଖି, ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଚତୁର୍ଦ୍ଦିଗ
  • ||
  • ଗଞ୍ଜାମ : ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ଅଷ୍ଟ୍ରିଆର ଏକ ସ୍କୁଲରେ ଆଖିବୁଜା ଗୁଳିମାଡ,୧୧ ମୃତ,୨୮ ଆହତ…

Published By : Ladu Kishor | June 10, 2025 5:19 PM

ନୂଆଦିଲ୍ଲୀ: ଅଷ୍ଟ୍ରିଆର ଏକ ସ୍କୁଲରେ ଆଖିବୁଜା ଗୁଳିମାଡ ହୋଇଛି। ସ୍କୁଲର ଜଣେ ଛାତ୍ର ଏହି ଗୁଳିକାଣ୍ଡ ଘଟାଇଛନ୍ତି । ଅଷ୍ଟ୍ରିଆର ଦ୍ୱିତୀୟ ବୃହତ୍ତମ ସହର ଗ୍ରାଜ୍‌ର ଏହି ସ୍କୁଲ ଅବସ୍ଥିତ । ଅଷ୍ଟ୍ରିଆର ପ୍ରେସ୍ ଏଜେନ୍ସି APA ର ରିପୋର୍ଟ ଅନୁଯାୟୀ, ଗ୍ରାଜ୍ ସହରର ମେୟର କହିଛନ୍ତି ଯେ, ଏହି ଗୁଳିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ୨୮ ଜଣ ଆହତ ହୋଇଛନ୍ତି । 

ସୂଚନା ଅନୁଯାୟୀ, ସ୍କୁଲର ଜଣେ ଛାତ୍ର ବନ୍ଧୁକ ଧରି ସ୍କୁଲରେ ପହଞ୍ଚିଥିଲେ ଏବଂ ଏହି ସମୟରେ ସେ ତାଙ୍କ ସାମ୍ନାରେ ଯାହାକୁ ଦେଖିଲେ ଅଚାନକ ଗୁଳି ଚଳାଇଥିଲେ। ଏହା ପରେ, ଛାତ୍ର ଜଣକ ଶୌଚାଳୟକୁ ଯାଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ପୋଲିସ କହିଛି ଯେ, ସେମାନେ ସକାଳ ୧୦ଟା (ସ୍ଥାନୀୟ ସମୟ) ରେ ସୂଚନା ପାଇଥିଲେ ଏବଂ କିଛି ସମୟ ପରେ ସ୍କୁଲ କୋଠା ଭିତରୁ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ପାଇଥିଲେ।

ସ୍ଥାନୀୟ ପୋଲିସ ଲୋକ ମାନଙ୍କୁ ସେହି ଅଞ୍ଚଳରୁ ଦୂରରେ ରହିବାକୁ ଏବଂ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦେଇଛି। ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛି ଯେ, ସ୍କୁଲକୁ ଖାଲି କରିଦିଆ ଯାଇଛି ଏବଂ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେ ଆହୁରି କହିଛନ୍ତି ଯେ, ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ବର୍ତ୍ତମାନ କୌଣସି ବିପଦ ନାହିଁ। ଅଷ୍ଟ୍ରିଆର ଗ୍ରାଜ୍ ସହର ଦେଶର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଏବଂ ଏହାର ଜନସଂଖ୍ୟା ପ୍ରାୟ ୩ ଲକ୍ଷ । 

ରିପୋର୍ଟ ଅନୁଯାୟୀ, ଗ୍ରାଜ୍ ସହରର ମେୟର କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୯ ଜଣ ଛାତ୍ର, ଜଣେ ସ୍କୁଲ କର୍ମଚାରୀ ଏବଂ ଗୁଳି ଚଳାଇଥିବା ଜଣେ ଅପରାଧୀ ଅଛନ୍ତି। ସ୍କୁଲ ଗୁଳିକାଣ୍ଡର ତଦନ୍ତ ଦାୟିତ୍ୱ ସ୍ପେଶାଲ୍ ଟାସ୍କ ଫୋର୍ସକୁ ଦିଆଯାଇଛି। ଅଷ୍ଟ୍ରିଆର ଗୃହମନ୍ତ୍ରୀ ମଧ୍ୟ ଗ୍ରାଜ୍ ସହର ଅଭିମୁଖେ ଯାଇଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.