ହରଭଙ୍ଗା,୨୦/୨ : ବୌଦ୍ଧ ଜିଲ୍ଲା ଚାରିଛକ -ଫୁଲବାଣୀ ରାସ୍ତାର କଁହର ସାହି ନିକଟରେ ଏକ କାର୍ -ଅଟୋ ମୁହାଁମୁହିଁ ଧକ୍କା । ଏଥିରେ ତିନି ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଗେଟାମୁଣ୍ଡାରୁ ଲଳିତ ଭୋଇ, ପ୍ରତାପ ପ୍ରଧାନ ଓ ଚିତ୍ତ ରଞ୍ଜନ ପ୍ରଧାନ ଅଟୋ ଯୋଗେ ଚାରିଛକ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଯାଉଥିବା ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋରେ ବସିଥିବା ସମସ୍ତ ଯାତ୍ରୀ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ ।
ଖବରପାଇ ଚାରିଛକ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରି ସମସ୍ତ ଗୁରୁତରଙ୍କୁ ପୁରୁଣାକଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।