ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

'ପିନ୍ଧନି ଗେରୁଆ ରଙ୍ଗର ବସ୍ତ୍ର, ପୋଛିଦିଅ ମଥାରୁ ତିଳକ..'; କୋଲକାତା ଇସ୍କନ

Published By : Anindita Ratha | December 3, 2024 11:44 AM

ନୂଆଦିଲ୍ଲୀ,୦୩/୧୨: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କ ଗିରଫ ପରେ  ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବଢି ଚାଲିଛି ଅତ୍ୟାଚାର । ଯାହାକୁ ନେଇ କୋଲକାତାର ଇସ୍କନ ବାଂଲାଦେଶରେ ଥିବା ନିଜର ସହଯୋଗୀ ଏବଂ ଅନୁସରଣକାରୀଙ୍କୁ ଦେଇଛି ଖାସ ପରାମର୍ଶ ।  ଇସ୍କନ କୋଲକାତା କହିଛି ଯେ, ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିବାଠାରୁ ଦୂରେଇ ରୁହନ୍ତୁ, ତୁଳସୀ ମାଳା ଲୁଚାନ୍ତୁ, ତିଳକ ମଥାରୁ ପୋଛି ଦିଅନ୍ତୁ ଏବଂ ମୁହଁକୁ ଘୋଡାଇ ରଖନ୍ତୁ, ଯାହା ଦ୍ୱାରା ବାଂଲାଦେଶରେ ଅଶାନ୍ତି-ଝଗଡ଼ାରୁ ସୁରକ୍ଷିତ ରହିପାରିବେ ।

ଏନେଇ ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧାରମଣ ଦାସ କହିଛନ୍ତି ଯେ, ସନ୍ଥ ଏବଂ ସଦସ୍ୟମାନଙ୍କୁ ମୋର ପରାମର୍ଶ ମନ୍ଦିର ଏବଂ ଘର ଭିତରେ ନିଜ ଧର୍ମ ପାଳନ କରନ୍ତୁ । ବାହାରକୁ ବାହାରିବା ସମୟରେ ଅଧିକ ସାବଧାନ ରୁହନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ସମସ୍ତ ସନ୍ଥ ଏବଂ ସଦସ୍ୟଙ୍କୁ ପରାମର୍ଶ ଦେଉଛି , ଏହି ସଂକଟ ମୁହୂର୍ତ୍ତରେ ନିଜ ସୁରକ୍ଷା ପାଇଁ ସାବଧାନ ରୁହନ୍ତ ଏବଂ ସଂଘର୍ଷଠାରୁ ଦୂରେଇ ରୁହନ୍ତୁ । ମୁଁ ସେମାନଙ୍କୁ ଗେରୁଆ ବସ୍ତ୍ର ପିନ୍ଧିବା ଏବଂ ମଥାରେ ତିଳକ ଲଗାଇଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛି । ଯଦି ଗେରୁଆ ବସ୍ତ୍ର ପିନ୍ଧିବାର ଆବଶ୍ୟକତା ରହୁଛି, ତେବେ ଏହି ବସ୍ତ୍ରକୁ ଭିତରେ ଲୁଚାଇ ପିନ୍ଧ । ଯାହାକି ବେକ ପର୍ଯ୍ୟନ୍ତ ନ ଦେଖାଯିବା ଆବଶ୍ୟକ । ଯଦି ସମ୍ଭବ ହେଉଛି ତେବେ ନିଜ ମୁଣ୍ଡକୁ ଘୋଡାଇ ବୁଲନ୍ତୁ । ଏପରି କରନ୍ତୁ, ଯେପରି ଆପଣ ସାଧୁ ଦେଖାଯିବେନି ।’ଏହି ସମୟରେ ବାଂଲାଦେଶରେ ଆମକୁ ସୁରକ୍ଷିତ ରହିବାକୁ ପଡିବ । ହିନ୍ଦୁ ନେତା ଓ ଇସ୍କନ ସଦସ୍ୟ ଚିନ୍ମୟ ଦାସଙ୍କୁ ଦେଶଦ୍ରୋହୀ ଭାବେ ଗିରଫ ପରେ ଇସ୍କନର ସାଧୁମାନଙ୍କ ଉପରେ ଆକ୍ରମଣ ହେଉଛି। ସେମାନଙ୍କୁ ଔଷଧ ଦେବାକୁ ଯାଇଥିବା ୨ ଜଣ ସାଧୁଙ୍କୁ ମଧ୍ୟ ଗିରଫ କରାଯାଇଛି । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.