ନୂଆଦିଲ୍ଲୀ,୨୫/୦୬: ଅପେକ୍ଷାର ହେଲା ଅନ୍ତ । ୬ଥର ଘୁଞ୍ଚିବା ପରେ ମହାକାଶକୁ ଯିବେ ଶୁଭାଂଶୁ ଶୁକ୍ଳା। ଆଜି ଲଞ୍ଚ୍ ହେବ ଆକ୍ସିଅମ୍ -୪ ମିଶନ । ଆମେରିକାର ଫ୍ଲୋରିଡ଼ା ସ୍ଥିତ ନାସାର କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନ ଲଞ୍ଚ ହେବ । ଭାରତୀୟ ସମୟ ଦିନ ୧୨ଟା ୧ ମିନିଟ୍ରେ ସ୍ପେଶ୍ ଏକ୍ସ ଫାଲକନ-୯ ରକେଟ ଉତ୍କ୍ଷେପଣ କରାଯିବ । ଆସନ୍ତାକାଲି ଅପରାହ୍ଣ ୪ଟା ୩୦ରେ ଡକିଂ ପାଇଁ ଟାର୍ଗେଟ୍ ରଖାଯାଇଛି । ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISSକୁ ଯାଇ ଇତିହାସ ରଚିବେ ଭାରତୀୟ ମହାକାଶଚାରୀ ତଥା ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ।
ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍,ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି । ୧୪ ଦିନିଆ ମିଶନ ସମୟରେ ମହାକାଶଚାରୀ ISSରେ ବିଶ୍ୱବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ । ଅକ୍ସିଅମ୍ ସ୍ପେସ୍, ସ୍ପେସ୍ ଏକ୍ସ ଏବଂ ଇସ୍ରୋର ଏହା ମିଳିତ ଅଭିଯାନ । ତେବେ ଶୁଭାଂଶୁଙ୍କର ୨ହଜାର ଘଣ୍ଟାରୁ ଅଧିକ ଉଡାଣ ଅଭିଜ୍ଞତା ରହିଛି । ୪୦ ବର୍ଷ ପରେ ଶୁଭାଂଶୁଙ୍କ ଏହା ଦ୍ବିତୀୟ ମାନବ ମହାକାଶ ଅଭିଯାନ ।