ନୂଆଦିଲ୍ଲୀ: ଜଣାଶୁଣା ଗାୟକ ହନି ସିଂ ତାଙ୍କର ଏକ ଶୋ’ ସମୟରେ ଦେଇଥିବା ଏକ ବୟାନ ପାଇଁ ଏବେ ବିବାଦ ଘେରରେ ଫସି ରହିଛନ୍ତି। ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହନି ସିଂହ ଦିଲ୍ଲୀର ଥଣ୍ଡା ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବାର ଦେଖାଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ମଧ୍ୟ ହେଉଛନ୍ତି। ଏହି ସମୟରେ ଅଯୋଧ୍ୟାର ସାଧୁ ଏବଂ ସନ୍ଥ ମାନେ ହନି ସିଂଙ୍କ ମନ୍ତବ୍ୟ ଉପରେ ଆପତ୍ତି ଉଠାଇଛନ୍ତି, ସେ ସମାଜ ପାଇଁ କଳଙ୍କ ବୋଲି କହି ଅପମାନିତ କରିଛନ୍ତି।

ହନି ସିଂଙ୍କ ମାମଲା ସମ୍ପର୍କରେ ଏକ ଜାତୀୟ ନ୍ୟୁଜ ଏଜେନ୍ସି ଅଯୋଧ୍ୟାର କିଛି ସାଧୁ ଏବଂ ସନ୍ଥଙ୍କ ସହ କଥା ହୋଇଥିଲା। ଅଯୋଧ୍ୟାର ସୀତାରାମ ଦାସ ମହନ୍ତ କହିଛନ୍ତି ଯେ, ଦିଲ୍ଲୀର ଥଣ୍ଡା ବିଷୟରେ ହନି ସିଂଙ୍କ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ। ତାଙ୍କର ବକ୍ତବ୍ୟ ଆପତ୍ତିଜନକ ଏବଂ ନିନ୍ଦନୀୟ।

​​​​​​​

ଗାୟକ ତାଙ୍କ ଶୋ’ସମୟରେ ଦିଲ୍ଲୀବାସୀଙ୍କ ଭାବନାକୁ ଆଘାତ ଦେବା ପାଇଁ ଦେଇଥିବା ମନ୍ତବ୍ୟ ଉପରେ ତୁରନ୍ତ ସାର୍ବଜନୀନ ଭାବରେ କ୍ଷମା ମାଗିବା ଉଚିତ। ଜଣେ ଗାୟକଙ୍କ କାମ ଭଲ ଗୀତ ଗାଇବା, କିନ୍ତୁ ହନି ସିଂ ସମସ୍ତ ସୀମା ଅତିକ୍ରମ କରି ଅଶ୍ଳୀଳତା ପ୍ରସାର କରୁଛନ୍ତି, ଯାହା ଅସହ୍ୟ। ହନି ସିଂ ସମାଜ ପାଇଁ ଅପମାନ ଜନକ। ସେ କହିଛନ୍ତି ଯେ ଯେତେବେଳେ ସେ ମଞ୍ଚରୁ ଅପମାନଜନକ ବୟାନ ଦେଉଥିଲେ, ଲୋକମାନେ ମଞ୍ଚ ଉପରେ ହିଁ ତାଙ୍କୁ ଏକ ଶିକ୍ଷା ଦେବା ଉଚିତ ଥିଲା। ସେ ଜଣେ ପ୍ରସିଦ୍ଧ ଗାୟକ, କିନ୍ତୁ ତାଙ୍କ ପାଖରେ ଜ୍ଞାନର ଅଭାବ ରହିଛି। ଏହି ଲୋକ ମାନେ ଶସ୍ତା ଲୋକପ୍ରିୟତା ଏବଂ ଟଙ୍କା ପାଇଁ ସମାଜକୁ ଅତଳଗାମୀ କରିପାରନ୍ତି। ସେ ମା’ ଏବଂ ଭଉଣୀ ମାନଙ୍କ ବିରୁଦ୍ଧରେ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି ତାହା ସମ୍ପୂର୍ଣ୍ଣ ନିନ୍ଦନୀୟ। ତାଙ୍କୁ ଦିଲ୍ଲୀ ସମାଜ ନିକଟରେ କ୍ଷମା ମାଗିବା ଉଚିତ।

ମହାମଣ୍ଡଳେଶ୍ୱର ବିଷ୍ଣୁ ଦାସ କହିଛନ୍ତି ଯେ ହନି ସିଂହ ଜଣେ ଗାୟକ, କିନ୍ତୁ ସେ ଅପମାନଜନକ ଏବଂ ଅଶ୍ଳୀଳ ଭାଷା ବ୍ୟବହାର କରନ୍ତି। ତାଙ୍କର ଏହି ମାନସିକତା ସମାଜକୁ ଖରାପ ବାର୍ତ୍ତା ଦେଉଛି। ପାଗ ପ୍ରକୃତିର ଏକ ଉପହାର। ଥଣ୍ଡା ବିଷୟରେ ଏପରି ବୟାନ ଦେବା ଅନୁଚିତ। ତାଙ୍କୁ ଦିଲ୍ଲୀବାସୀଙ୍କ ନିକଟରେ କ୍ଷମା ମାଗିବା ଉଚିତ। ଆମେ ସମସ୍ତେ ସନ୍ଥ ଏବଂ ମୁନି ମାନେ ତାଙ୍କୁ ନିନ୍ଦା କରୁଛୁ। ହନି ସିଂହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।