ପ୍ରମୂଖ ଖବର
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଔଷଧୀୟ ଗୁଣରେ ଭରପୁର କେନ୍ଦୁ, ମଧୁମେହ ଏବଂ ମୋଟାପଣରୁ ଦିଏ ମୁକ୍ତି

Published By : Rasmita Pradhan | April 8, 2025 2:31 PM

ଭୁବନେଶ୍ଵର, ୦୮/୦୪ : ଆୟୁର୍ବେଦରେ ଜଡ଼ିବୁଟି ଏବଂ ଫଳ ଗୁଡ଼ିକର ଔଷଧୀୟ ଗୁଣ ବିଷୟରେ ଉଲ୍ଲେଖ କରାଯାଇଛି। ଔଷଧୀୟ ଗୁଣ ବିଶିଷ୍ଟ ଏକ ଜଙ୍ଗଲଜାତ ଫଳ ହେଉଛି କେନ୍ଦୁ। ଏଥିରେ ଭରପୁର ମାତ୍ରାରେ ପୋଷଣ ରହିଛି। ଏହାର ସ୍ଵାଦ ଯେତିକି ମିଠା ସ୍ଵାସ୍ଥ୍ୟ ପାଇଁ ସେତିକି ହିତକର। କେନ୍ଦୁ ନିୟମିତ ଖାଇଲେ ମଧୁମେହ ଏବଂ ମୋଟାପଣରୁ ମୁକ୍ତି ମିଳେ। 

କେନ୍ଦୁ ଫଳରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ରହିଛି। ଯାହାକି ଇମ୍ୟୁନିଟି ବୁଷ୍ଟ୍ କରେ। ରୋଗ ସହ ଲଢିବାକୁ ଶରୀରକୁ ଶକ୍ତି ପ୍ରଦାନ କରେ। ଏଥିରେ ଥିବା ଫାଇବର ପାଚନ କ୍ରିୟାରେ ସହଯୋଗ କରେ। ଏଥିରେ ଥିବା ପୋଟାସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ରକ୍ତଚାପକୁ ନିୟନ୍ତ୍ରଣ କରେ। କେନ୍ଦୁରେ କମ୍ ମାତ୍ରାରେ କ୍ୟାଲୋରୀ ରହିଛି ଏବଂ ଫାଇବର୍ ଅଧିକ ମାତ୍ରାରେ ରହିଛି। ଯାହାକି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। କେନ୍ଦୁରେ ଥିବା ଜୀବାଣୁ ନାଶକ ଗୁଣ ଯୋଗୁଁ ଘା ହୋଇଥିଲେ ଶୀଘ୍ର ଶୁଖିଯାଏ। ଏଥିରେ ଥିବା ଭିଟାମିନ୍ ଏ ଏବଂ ଇ ତ୍ଵଚାକୁ ସୁସ୍ଥ ରଖେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.