ମାଲକାନଗିରି,୨୫/୧୧ : ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରଧାନିଗୁଡ଼ା, ଆଦିବାସୀ ଗାଁରେ ଶୁଭ ଉଦଘାଟନ କରାଯାଇଛି । ଆଜି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରଧାନିଗୁଡା ଠାରେ ଶୁଭାରମ୍ଭ ହୋଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗଦେଇଥିଲେ I ସମ୍ମାନିତ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମଡ଼କାମୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଯୋଗଦେଇଥିଲେ I

ଏହା ନବରଙ୍ଗପୁର ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ସ୍ଥାନୀୟ କାଉନସିଲର ପେଣ୍ଡରା ପ୍ରସାଦ ପଣ୍ଡା ଉପସ୍ଥିତ ରହିଥିଲେ I ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ଡୋଳIମଣି ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ଯାଣ ବିଭାଗ) ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା. ଦିବାକର ମାଝୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡା. ନୀଳମଣି ତିଳକଚାନ୍ଦ ବେହରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଡ଼I. ମୌସୁମୀ ମିଶ୍ର ଯୋଗଦେଇଥିଲେ I

ଏହି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ଜେଲ ସାହି ମାଲକାନଗିରିଠାରୁ ପ୍ରଧାନିଗୁଡ଼ା, ନୂତନ ନିର୍ମିତ କୋଠା ଗୃହକୁ ସ୍ଥାନାନ୍ତରିତ ହୋଇଛି I ଏହି ଉଦଘାଟନ ଉତ୍ସବରେ ଆଶା କର୍ମୀ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଗଣ ଉପୋସ୍ଥିତ ଅଥିତିଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନIଜ୍ଞାପନ କରିଥିଲେ, ଏହାପରେ ଅଥିତିଗଣ ପ୍ରଭୁ ଜଗନ୍ନାଥ ନିକଟରେ ଫୁଲ, ଧୂପ, ଦୀପ ଦେଇ ଶିଳାନ୍ୟାସ କରି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉଦଘାଟନ କରିଥିଲେ I ଏହା ସହ ଅଥିତିଗଣ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗକୁ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟକର୍ମୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସ୍ଥାନୀୟ ଜନ ସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗେଇଦେବା ନିମନ୍ତେ ଆଲୋଚନା କରିଥିଲେ I

ଏହାପରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରସଭାଗୃହରେ ଏକ ସାଧାରଣସଭା ଆୟଜନ କରଯାଇଥିଲା I ଏହି ସଭାରେ ସାଂସଦ, ନ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏବଂ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିରବଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ନିର୍ଦେଶ ଦେଇଥିଲେ I ମାନ୍ୟବର ବିଧାୟକ, ମାଲକାନଗିରି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ଜନସାଧାରଣ ଯେପରି ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ପାଇବେ ସେ ବିଷୟରେ ଉପସ୍ଥିତ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ I ଜିଲ୍ଲା ପରିଷଦ ସଭାପତି, ମାଲକାନଗିରି ଜନସାଧାରଙ୍କ ସ୍ୱାସ୍ଥ୍ୟ ସମସ୍ଯା ଓ ତୁରନ୍ତ ସେବା ଯୋଗାଇଦେବା ସମ୍ପର୍କରେ ବୁଝେଇଥିଲେ I ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ସ୍ଥାନୀୟ ବାସିନ୍ଦା କିପରି ସରକାରଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧା ପାଇବେ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ବିଭିନ୍ନ ପରୀକ୍ଷI ବିଷୟରେ ଉଦବଧନ ଦେଇଥିଲେ I ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡା. ଅଭିଷେକ ମିଶ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କର୍ମଚାରୀ, ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ I