ପ୍ରମୂଖ ଖବର
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା 'ଇଣ୍ଡି' ମେଣ୍ଟ... ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ବି.ସୁଦର୍ଶନ ରେଡ୍ଡିଙ୍କ ନାମରେ ବାଜିଲା ମୋହର

Published By : Ankita S | August 19, 2025 1:10 PM

ନୂଆଦିଲ୍ଲୀ,୧୯/୦୮: ସବୁ କଳ୍ପନାଜଳ୍ପନାର ଅନ୍ତ । ମାନସ-ମନ୍ଥନ ପରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଇଣ୍ଡିଆ ବ୍ଲକ୍ । ସୁପ୍ରିମକୋର୍ଟ ପୂର୍ବତନ ଜଜ୍ ବି.ସୁଦର୍ଶନ ରେଡ୍ଡିଙ୍କ ନାମରେ ମୋହର ମାରିଛନ୍ତି ବିରୋଧୀ ଦଳ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ତାଙ୍କ ନାଁ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ସୁଦର୍ଶନ ରେଡ୍ଡୀ । ଏବେ 'ଇଣ୍ଡି' ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଅବସରପ୍ରାପ୍ତ ଜଷ୍ଟିସ୍‌ ସୁଦର୍ଶନ ରେଡ୍ଡୀ । ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ବନାମ ଦକ୍ଷିଣ ଲଢେଇ ହେବ । ଏନ୍‌ଡିଏ ପ୍ରାର୍ଥୀ ସିପି ରଧାକୃଷ୍ଣନ ବନାମ ବି.ସୁଦର୍ଶନ ରେଡ୍ଡିଙ୍କ ମଧ୍ୟରେ ହେବ ଟକ୍କର ।

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ''ଅଗଷ୍ଟ ୨୧ରେ ନାମାଙ୍କନ ଭରିବେ ବି. ସୁଦର୍ଶନ । ଏହି ଉପ-ରାଷ୍ଟ୍ରପତି ପ୍ରତିଯୋଗିତା ଏକ ଆଦର୍ଶଗତ ଯୁଦ୍ଧ, ଏବଂ ସମସ୍ତ ବିରୋଧୀ ଦଳ ଏଥିରେ ସହମତ । ଏହି କାରଣରୁ ଆମେ ବି.ସୁଦର୍ଶନ ରେଡ୍ଡୀଙ୍କୁ ମିଳିତ ପ୍ରାର୍ଥୀ ଭାବରେ ମନୋନୀତ କରିଛୁ । ସେ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ପୂର୍ବରୁ ଜୟରାମ ରମେଶ କହିସାରିଛନ୍ତି । ମୁଁ କିଛି ଅଧିକ କହିବାରୁ ଚାହୁଁନାହିଁ ବୋଲି ମଲ୍ଲିକା ଅର୍ଜୁନ ଖଡଗେ କହିଛନ୍ତି । ଗତକାଲି ଅପରାହ୍ନ ୧ଟାରେ ସବୁ ବିରୋଧୀ ଦଳ ସଦସ୍ୟ ଓ ସାଂସଦଙ୍କୁ ନେଇ ଏକ ବୈଠକ ହୋଇଥିଲା । ଆମ ଆଦମୀ ପାର୍ଟି ସମେତ ସମସ୍ତ ବିରୋଧୀ ଦଳ ଙ୍କ ସମର୍ଥନ ରହିଛି ।''

ବି. ସୁଦର୍ଶନ ରେଡ୍ଡୀ କିଏ ? ବି. ସୁଦର୍ଶନ ରେଡ୍ଡୀ ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ବିଚାରପତି ଥିଲେ। ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିବା ସୁଦର୍ଶନ ରେଡ୍ଡୀଙ୍କ ପ୍ରାରମ୍ଭିକ ଶିକ୍ଷା ଆନ୍ଧ୍ରରେ ହୋଇଥିଲା । ରେଡ୍ଡୀ ଓସମାନିଆ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଜଣାଶୁଣା ଆଇନଜୀବୀ ପ୍ରତାପ ରେଡ୍ଡୀଙ୍କ ଅଧୀନରେ କାମ କରିବା ଆରମ୍ଭ କରିଥିଲେ । ଅଗଷ୍ଟ ୧୯୮୮ ମସିହାରେ ରେଡ୍ଡୀଙ୍କୁ ହାଇକୋର୍ଟରେ ସରକାରୀ ଓକିଲ ଭାବରେ ନିଯୁକ୍ତ କରାଯାଇଥିଲା ।

୧୯୯୩ ମସିହାରେ ରେଡ୍ଡୀଙ୍କୁ ଆନ୍ଧ୍ରପ୍ରଦେଶର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । ୨୦୦୫ ମସିହାରେ ରେଡ୍ଡୀଙ୍କୁ ଗ୍ୱାହାଟି ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଥିଲା । ୨୦୦୭ ମସିହାରେ ରେଡ୍ଡୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ୨୦୧୩ ତାଙ୍କୁ ଗୋଆର ଲୋକାୟୁକ୍ତ ଭାବରେ ନିଯୁକ୍ତ କରାଯାଇଥିଲା ।

ବି. ସୁଦର୍ଶନ ବନାମ ସିପି ରାଧାକ୍ରିଷ୍ଣନ- ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡିଛି ଉପରାଷ୍ଟ୍ରପତି ପଦ ।  ଦେଶର ଦ୍ବିତୀୟ ସର୍ବୋଚ୍ଚ ପଦ ପାଇଁ ଆସନ୍ତା ସେପ୍ଟେମ୍ବରରେ ନିର୍ବାଚନ ଅନୁଷ୍ଠିତ ହେବ । ଏନ୍‌ଡିଏ ସି.ପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିରୋଧୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ମୈଦାନକୁ ଓହ୍ଲାଇଛି । ତେବେ ଦୁଇ ଦକ୍ଷିଣ ଭାରତୀୟଙ୍କ ମଧ୍ୟରେ ଟକ୍କର ହେବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.