ଢେଙ୍କାନାଳ, ୧୬/୦୫ : ଧରାପଡ଼ିଲେ ଯୌନ କେଳେଙ୍କାରୀ ବାବା। ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଢେଙ୍କାନାଳର ବାବା ମଧୁମଙ୍ଗଳ ଦାସ ଗିରଫ ହୋଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ପରେ ବାବା ଫେରାର୍ ଥିଲେ। ମାତ୍ର ମଠକରଗୋଳା ଗ୍ରାମବାସୀ ବାବାଙ୍କୁ କାବୁ କରି କାମାକ୍ଷାନଗର ପୁଲିସର ଜିମା ଦେଇଛନ୍ତି।
ସୂଚନାନୁଯାୟୀ, ଶୁକ୍ରବାର ଠାରୁ କାମକ୍ଷାନଗର ପୁଲିସ ବାବା ମଧୁମଙ୍ଗଳ ଦାସଙ୍କ ଗୋବିନ୍ଦ ଭୋଜନାଳୟ ନାମକ ଏକ ହୋଟେଲ ଓ ମଠକରଗୋଳା ଗ୍ରାମରେ ଥିବା ବବର ମଠ ଉପରେ ଚଢ଼ାଉ ଜାରି ରଖିଛି। ଆଜି ଫରେନସିକ୍ ଟିମ୍ ସହିତ ପୁଲିସ ମଠରେ ପହଞ୍ଚି ଛାନଭିନ୍ ଚଳାଇଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ବାବାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
ସୂଚନା ଥାଉକି, ବାବା ମଧୁମଙ୍ଗଳ ଦାସ ଜଣେ ବିବାହିତା ମହିଳାଙ୍କୁ ଠାକୁରଙ୍କ ନୀତିକାନ୍ତି କରିବା ଆଳରେ ମଠରେ ରଖି ତାଙ୍କ ସହ ଜୋର ଜବରଦସ୍ତ ଯୌନ ସମ୍ପର୍କ ରଖିଥିଲେ। ମହିଳା ଜଣଙ୍କ ପ୍ରତିବାଦ କରିବାରୁ ବାବା ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ତେବେ ବବର ମଠରୁ ପୀଡ଼ିତା ଜଣଙ୍କ ଖସି ଆସି ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିବାରୁ କାମାକ୍ଷାନଗର ପୁଲିସ ମହିଳାଙ୍କୁ ଉଦ୍ଧାର କରିଥିଲା । ମହିଳାଙ୍କ ଅଭିଯୋଗ ମୁତାବକ କାମାକ୍ଷାନଗର ପୁଲିସ ବାବା ମଧୁ ମଙ୍ଗଳ ଦାସଙ୍କୁ ଗିରଫ କରି ଛାନଭିନ୍ ଚଳାଇଛି।