ନୂଆଦିଲ୍ଲୀ: ବାବା ରାମଦେବ ଫୁଣି ଅଡୁଆରେ। ଏଜ-ରିଭର୍ସିଂର କର୍ଯ୍ୟନିର୍ବାହି ଅଧିକାରୀ ତଥା ଆମେରିକାର ଅରବପତି ବ୍ରାୟନ ଜନସନ ରାମଦେବଙ୍କ ନାମରେ ଆଣିଛନ୍ତି ଅଭିଯୋଗ। ସାମାଜିକ ଗଣମାଧ୍ୟମ ଏକ୍ସରେ ଯୋଗଗୁରୁ ରାମଦେବ ବାବଙ୍କ ଭିଡିଓ ଉପରେ କମେଣ୍ଟ ପ୍ରଦାନ କରିବା ପରେ ରାମଦେବ ତାଙ୍କୁ ବ୍ଲକ କରିଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। 

ସୂଚନା ମୁତାବକ, ୫୯ ବର୍ଷିୟ ବାବା ରାମଦେବ ନିକଟରେ ନିଜର ଦୁଇଟି ବ୍ରାଣ୍ଡର ପ୍ରମୋସନ ପାଇଁ ଏକ ଭିଡିଓ ଜାରି କରିଥିଲେ। ଏହି ଭିଡିଓରେ ସେ ପତଞ୍ଜଳି ବ୍ରାଣ୍ଡର ‘ସ୍ୱର୍ଣ୍ଣ ଶିଲାଜିତ’ ଓ ‘ଇମ୍ୟୁନୋଗ୍ରିଟ ଗୋଲ୍ଡର’ ପ୍ରଚାର ପାଇଁ ଏକ ଘୋଡା କଡରେ ଦଉଡୁଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ୪୭ ବର୍ଷ ବୟଷ୍କ ଜନଶନ ଏକ କମେଣ୍ଟ ପ୍ରଦାନ କରିଥିଲେ। ଆଉ ଏଇଠୁ ହିଁ ବିବାଦର ଆରମ୍ଭ ହୋଇଥିଲା। 




ଏହି ଉତ୍ପାଦ ଗୁଡିକ ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି, କାର୍ଯ୍ୟଦକ୍ଷତାକୁ ବଢାଇବା ସହିତ ବୟସ ବୃଦ୍ଧିକୁ ମନ୍ଥର କରିବ। କିନ୍ତୁ ଜନଶନ ଏହାକୁ କିଣିବେ ନାହିଁ ବୋଲି  ରାମଦେବ ଏହି ପୋଷ୍ଟରେ ଉଲ୍ଲେଖ କରିଥିଲେ। ଏହାର ଉତ୍ତରରେ ଜନଶନ ହରିଦ୍ୱାରର ବାୟୁ ଗୁଣାତ୍ମକ ମାନଙ୍କକୁ ନେଇ ରାମଦେବଙ୍କୁ ସିଧା ଟାର୍ଗେଟ କରିଥିଲେ। ପତଞ୍ଜଳିର ମୁଖ୍ୟାଳୟ ଯେଉଁ ଅଞ୍ଚଳରେ ରହିଛି ସେଠି ସିଧାସଳଖ ନିଶ୍ୱାସ ନେବା ମଧ୍ୟ ବିପଜ୍ଜନକ। କାରଣ ଏହା ହୃଦୟ ସମସ୍ୟା ଓ ଶ୍ୱାସ ଜନିତ ସମସ୍ୟାକୁ ବୃଦ୍ଧି କରିବାକୁ ଯଥେଷ୍ଟ ବୋଲି ଜନଶନ ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ। 

ଏହାର କିଛି ସମୟ ପରେ ଜନଶନ ସୋଶିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫୁଣି ଆଉ ଏକ ପୋଷ୍ଟ ଜାରି କରିଥିଲେ। ଯେଉଁଥିରେ ବାବା ରାମଦେବ ତାଙ୍କୁ ବ୍ଲକ କରିଦେଇଛନ୍ତି ବୋଲି ସେ ଦାବି କରିଥିଲେ। ଆଉ ଏହାପରେ ଏହାକୁ ନେଇ ସୋଶିଆଲ ମିଡିଆ ୟୁଜର୍ସ ମାନଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଥିଲା। କେତେକ ଯୁଜର୍ସ ରାମଦେବଙ୍କୁ ସମର୍ଥନ କରୁଥିଲା ବେଳେ ଅନେୟ କେତେକ ମିମସ୍ ସେୟାର କରି ପତଞ୍ଜଳିର ଉତ୍ପାଦ ଗୁଡିକର ମଜା ଉଡାଇଥିଲେ। 

ତେବେ ଜନଶନ ପ୍ରଥମ ଥର ପାଇଁ ଭାରତର ଖରାପ ଗୁଣାତ୍ମକ ବାୟୁ ସମ୍ପର୍କରେ କହିନାହାନ୍ତି। ଏହା ପୂର୍ବରୁ ଜିରୋଧାର ସହ ପ୍ରତିଷ୍ଠାତା ନିଖିଲ କାମାଥଙ୍କ ସହ ଏକ ପୋଡକାଷ୍ଟରେ ବସିଥିବା ବେଳେ ସେ ଅଧାରୁ ଉଠିଯାଇଥିଲେ। ସେ ଭାରତରେ ପ୍ରଦୁଷିତ ବାୟୁ ସମ୍ପର୍କରେ ଦୋଷାରୋପ କରିବା ସହ ଷ୍ଚୁଡିଏରୁ ବାହାରକୁ ଚାଲିଯାଇଥିଲେ। ଆଉ ଏହା ପରଠୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେ ଲଗାତାର ଖରାପ ଗୁଣାତ୍ମକ ବାୟୁ ଓ ଏହା ସ୍ପର୍ଶସରେ ଆସିଲେ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପୋଷ୍ଟ ଜାରି ରଖିଛନ୍ତି। 

ନିଜର ଆଣ୍ଟି ଏଜିଂ ଗୁଣ ସହ ଜୀବନ ଶୈଳୀ, ନିର୍ଦ୍ଧିଷ୍ଟ ଖାଦ୍ୟସାରଣୀ ଓ ଏକାଧିକ ଏକ୍ସପେରିମେଣ୍ଟାଲ ଚିକିତ୍ସା ପାଇଁ ବ୍ରାୟନ ଜନଶନ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି।