ନୂଆଦିଲ୍ଲୀ,୨୭।୯: ଆତଙ୍କବାଦ ଏବଂ ସଂଗଠିତ ଅପରାଧ ବିରୁଦ୍ଧରେ ବଡ଼ ସଫଳତା । ପଞ୍ଜାବ ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ୍ ବା BKI ଆତଙ୍କବାଦୀ ପରବିନ୍ଦର ସିଂହ ଓରଫ ପିଣ୍ଡିକୁ  UAEର ଆବୁ ଧାବିରୁ ଭାରତ ଆଣିବାରେ ସଫଳତା ପାଇଛି। ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ଓ ଶନିବାର ଏନେଇ ସୂଚନା ଦେଇଛନ୍ତି।ସେ କହିଛନ୍ତି ପିଣ୍ଡିକୁ ହରବିନ୍ଦର ସିଂହ ଓ ହାପି ପାସିଆର ସହଯୋଗୀ ପିଣ୍ଡିକୁ ଭାରତ ଅଣାଯାଇଛି। ପିଣ୍ଡି ଉପରେ ଅନେକ ଗମ୍ଭୀର ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ସେ ବଟାଲା-ଗୁରୁଦାସପୁରରେ ପେଟ୍ରୋଲ ବମ୍ ଆକ୍ରମଣ ଏବଂ ହିଂସାକାଣ୍ଡ ମାମଲାରେ ସମ୍ପୃକ୍ତ ଅଛି। 

ଡିଜିପି ଯାଦବ କହିଛନ୍ତି ବାଟାଲା ପୋଲିସ ଦ୍ବାରା ରେଡ୍ କର୍ଣ୍ଣର ନୋଟିସ୍  ଜାରି କରାଯାଇଥିଲା। ତୁରନ୍ତ କାର୍ଯ୍ୟାନ୍ତୁଷ୍ଠାନ ଗ୍ରହଣ କରି ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ୪ ସଦସ୍ୟ ଟିମ୍ ୨୪ ସେପ୍ଟେମ୍ବର ୨୦୨୪ରେ ୟୁଏଇ ଯାଇଥିଲା। ବୈଦଶିକ ମନ୍ତ୍ରଣାଳୟ ଓ ୟୁଏଇ ଅଧିକାରୀଙ୍କ ସମନ୍ବୟରେ ସମସ୍ତ ଆଇନଗତ ଔପଚାରିକତା ପୂରଣ କରାଯାଇଥିଲା। ଏହି ସଫଳ ପ୍ରତ୍ୟର୍ପଣ ଆତଙ୍କବାଦ  ଓ ସଂଗଠିତ ଅପରାଧ ପ୍ରତି ପୋଲିସର ଜିରୋ ଟଲେରାନ୍ସ ନୀତିକୁ ଦର୍ଶାଉଛି। ବୈଦେଶିକ ମନ୍ତ୍ରଣାଳୟ ୟୁଏଇ ସରକାର ଓ ଭାରତର କେନ୍ଦ୍ରୀୟ ଏଜେନ୍ସିକୁ ଧନ୍ୟବାଦ ଜଣାଇଛି।