ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବଦଲାପୁର ଯୌନ ଶୋଷଣ ମାମଲା: ଅଭିଯୁକ୍ତକୁ ଏନ୍‌କାଉଣ୍ଟର ମାମଲାରେ ୫ ପୁଲିସ ଦାୟୀ

Published By : Prameya | January 21, 2025 11:34 AM

ମୁମ୍ବାଇ,୨୧/୦୧: ମହାରାଷ୍ଟ୍ରର ବଦଲାପୁରରେ ଗତବର୍ଷ  ଅଗଷ୍ଟ ୧୨ରେ ଦୁଇଜଣ ନାବାଳିକାଙ୍କ ସହ ଯୌନ ଶୋଷଣ  ଘଟଣା ଘଟିଥିଲା। ଏହାପରେ ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ସିନ୍ଦେ  ସେପ୍ଟେମ୍ବର ୨୩ରେ ପୁଲିସ ଏନ୍‌କାଉଣ୍ଟରରେ ପ୍ରାଣ  ହରାଇଥିଲା । ଏନ୍‌କାଉଣ୍ଟର ଘଟଣାର ମାଜିଷ୍ଟ୍ରେଟ  ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ।  ୪ ମାସ ପରେ ସୋମବାର ବମ୍ବେ ହାଇକୋର୍ଟରେ ଏହି ରିପୋର୍ଟ ଦାଖଲ ହୋଇଛି । 

ରିପୋର୍ଟ ପାଇବା ପରେ ହାଇକୋର୍ଟ ବିଚାରପତି ରେବତୀ  ମୋହିତେ ଡେରେ ଓ ବିଚାରପତି ନୀଲା ଗୋଖଲେଙ୍କ ଡିଭିଜନ ଖଣ୍ଡପୀଠ କହିଛନ୍ତି, ତଦନ୍ତରୁ ଜଣାପଡ଼ିଛି ଯେ ଏନ୍‌କାଉଣ୍ଟର  ପାଇଁ ଭ୍ୟାନ୍‌ରେ ଥିବା ୫ ପୁଲିସ କର୍ମୀ ଦାୟୀ । ଏହି ୫ ଜଣଙ୍କ  ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଉ । ଏମାନଙ୍କ  ବିରୋଧରେ କିଭଳି ତଦନ୍ତ କରାଯିବ, ତାହା ନେଇ ରାଜ୍ୟ  ସରକାର ଆମକୁ ୨ ସପ୍ତାହ ମଧ୍ୟରେ ଅବଗତ କରାଇବେ ।  

ଉଲ୍ଲେଖଯୋଗ୍ୟ, ଥାନେ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ  ଅକ୍ଷୟକୁ ସେପ୍ଟେମ୍ବର ୨୩ ସନ୍ଧ୍ୟା ୬ଟା ୧୫ରେ  ଏନ୍‌କାଉଣ୍ଟର କରିଥିଲା । କ୍ରାଇମ ବ୍ରାଞ୍ଚ ଅକ୍ଷୟକୁ  ତଲୋଜା ଜେଲରୁ ବଦଲାପୁର ନେଇଥିଲା । ଏ  ନେଇ ସରକାର କହିଥିଲେ କି ଅକ୍ଷୟ ପୁଲିସଠାରୁ  ରିଭଲଭର ଛଡ଼ାଇ ଗୁଳି ଫୁଟାଇଥିଲା । ଆତ୍ମରକ୍ଷା ପାଇଁ ପୁଲିସ  ତା’ ଉପରେ ଗୁଳିମାଡ଼ କରିଥିଲା । ଅକ୍ଷୟର ମୃତ୍ୟୁ ପରେ ତା’ର  ପିତା ବମ୍ବେ ହାଇକୋର୍ଟରେ ପିଟିସନ କରି ଏନ୍‌କାଉଣ୍ଟରର ତଦନ୍ତ  ଲାଗି ଏସ୍‌ଆଇଟି ଗଠନ ପାଇଁ ଗୁହାରି କରିଥିଲେ ।

ସଞ୍ଜୟ ରାୟକୁ କାହିଁକି ମିଳିଲାନି ଫାଶୀ : ସିବିଆଇର ଦାବିରେ ବିଚାରପତି କହିଲେ ...


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.