ନୂଆଦିଲ୍ଲୀ, ୧୪/୧ : ରାପର ଏବଂ ସିଙ୍ଗର ବାଦଶାହ ନିକଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଫଟୋକୁ ପୋଷ୍ଟ କରି ବାଦଶାହ ଏହି ଭେଟଘାଟକୁ ବହୁତ ଖାସ୍ କହିଛନ୍ତି । ଏହାସହ ସେ ସିଏମ୍ ଯୋଗୀଙ୍କ ପ୍ରଶଂସା ବି କରିଛନ୍ତି । ଇଷ୍ଟାଗ୍ରାମ ଆକାଉଣ୍ଟରେ କରାଯାଇଥିବା ପୋଷ୍ଟରେ ସେ ସିଏମ୍ ଯୋଗୀଙ୍କ ବ୍ୟକ୍ତିତ୍ବକୁ ପ୍ରଶଂସା କରି କହିଛନ୍ତି କି ତାଙ୍କ ସହ ଭେଟଘାଟ ପରେ ଏକ ଅଜବ ଶାନ୍ତି ମିଳିଲା ।
ବାଦଶାହ ଲେଖିଛନ୍ତି କି, ଯୋଗୀ ଆଦିତ୍ୟନାଥଙ୍କ ସହ ମିଶି ଆଜି ଶାନ୍ତି ଅନୁଭବ ହେଲା । ତାଙ୍କ ଚେହେରାରେ ଏକ ଭିନ୍ନ ଚମକ ରହିଛି । ସେହି ଚମକ ଶଦ୍ଦରେ ନୁହେଁ ବରଂ ଭିତରୁ ଆସିଥାଏ । ସେ ଯୋଗୀ ଆଦିତ୍ୟନାଥଙ୍କୁ ବହୁତ ଶାନ୍ତ ଏବଂ ସହଜ ସ୍ବଭାବର କହିଛନ୍ତି । ପୋଷ୍ଟରେ ବାଦଶାହ ଆଗକୁ କହିଛନ୍ତି କି ଯୋଗୀ ଜିଙ୍କ ମଧ୍ୟରେ ପଶୁଙ୍କ ପ୍ରତି ଗଭୀର ପ୍ରେମ, ମଣିଷଙ୍କ ପାଇଁ କରୁଣା ଏବଂ ଜୀବନର ଏକମାତ୍ର ଉଦ୍ଦେଶ୍ୟ ଦେଶର ସେବା । ଧର୍ମର ରକ୍ଷା ଏବଂ ଲୋକଙ୍କ ଲାଗି ପୂରା ସମର୍ପଣ ଦେଖାଦେଇଛି । ସେ ଲେଖିଛନ୍ତି କି, ଯେଉଁ ଲୋକ ତାଙ୍କୁ ଦୂରରୁ ଦେଖିଥାଏ ସେ ବହୁତ କିଛି ବୁଝିପାରିନଥାଏ । କିନ୍ତୁ ପାଖରୁ ଭେଟିବା ପରେ ଜଣାପଡ଼ିଥାଏ କି ତାଙ୍କର ସବୁଠାରୁ ବଡ଼ ଶକ୍ତି ସତ୍ତା ନୁହେଁ ବରଂ ତାଙ୍କ ସମ୍ବେଦନା ଅଟେ ।