ନୂଆଦିଲ୍ଲୀ,୬/୩ : ବଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀ ଏବଂ ରାପର ବାଦଶାହଙ୍କ ବିବାଦ ସହ ପୁରୁଣା ସମ୍ପର୍କ । ସେ କୌଣସି ନା କୌଣସି ଗୀତ କିମ୍ବା ନିଜ ବୟାନକୁ ନେଇ କଣ୍ଟେ୍ରାଭର୍ସିରେ ଫସି ଯାଇଥାନ୍ତି । ଏଭଳି କିଛି ପୁଣି ଥରେ ନିକଟରେ ହୋଇଛି । ବାଦଶାହଙ୍କ ନୂଆ ଗୀତ ‘ଟାଟିହରୀ’କୁ ନେଇ ହରିୟାଣାର ମହିଳା ଆୟୋଗ ନାରାଜ ହୋଇଛନ୍ତି । କେବଳ ନାରାଜ ହୋଇନାହାନ୍ତି ବରଂ କଣ୍ଠଶିଳ୍ପୀଙ୍କୁ ସମନ ବି ପଠାଇଛନ୍ତି। ଏହାସହ କଣ୍ଠଶିଳ୍ପୀଙ୍କୁ ଆୟୋଗଙ୍କ ସାମ୍ନାରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ବି କୁହାଯାଇଛି ।
ପ୍ରକାଶ ଯେ, ନିକଟରେ ବାଦଶାହଙ୍କ ନୂଆ ହରିୟାଣୀ ଗୀତ ‘ଟାଟିହରୀ’ ରିଲିଜ ହୋଇଛି । ଏହି ଗୀତରେ କିଛି କଥା ଏଭଳି ରହିଛି ଯେ ଯାହାକୁ ନେଇ ମହିଳା ଆୟୋଗ ନିଜ ଆପତ୍ତି ଉଠାଇଛି । ଏହା ବ୍ୟତୀତ ଗୀତର ଭିଡ଼ିଓରେ ବି କିଛି ଏଭଳି ସିନ୍ ଅଛି ଯାହା ଉପରେ ଆୟୋଗ ଆପତ୍ତି ଉଠାଇଛନ୍ତି । ଏହାକୁ ନେଇ କଣ୍ଠଶିଳ୍ପୀଙ୍କୁ ସମନ ପଠାଯାଇଛି । ଆୟୋଗଙ୍କ କହିବା ଅନୁସାରେ ମହିଳାଙ୍କ ସମ୍ମାନ ଉପରେ ଆଘାତ ଲାଗିଛି ।