ପୁରୀ,୧୧/୦୧ ଶୁକ୍ରବାର  ସନ୍ଧ୍ୟାରେ ବାଗେଶ୍ୱର ବାବା ପୁରୀ ଗ୍ରସ୍ତରେ  ଆସି ବଳିଆପଣ୍ଡାସ୍ଥିତ ସେଭେନ୍‌ ହିଲ୍‌  ହୋଟେଲରେ ଅବସ୍ଥାନ କରିଛନ୍ତି ।  ତେବେ ବାବାଙ୍କର କ’ଣ କାର୍ଯ୍ୟକ୍ରମ  ରହିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।  ତେବେ ଉକ୍ତ ହୋଟେଲକୁ କଡ଼ା ସୁରକ୍ଷା  ବଳୟ ମଧ୍ୟରେ ବାବାଙ୍କ ସୁରକ୍ଷାକର୍ମୀ ରଖିଛନ୍ତି । ମାତ୍ର ବାବାଙ୍କୁ ଦେଖିବା ଲାଗି  ହୋଟେଲ ସମ୍ମୁଖରେ ଲୋକଙ୍କ ଭିଡ଼  ଦେଖିବାକୁ ମିଳିଛି । କିନ୍ତୁ ବାବାଙ୍କ ସହ  କାହାରିକୁ ସାକ୍ଷାତ୍‌ କରିବାର ସୁଯୋଗ  ମିଳୁନାହିଁ । ଏସମ୍ପର୍କରେ ବଳିଆପଣ୍ଡା  ଥାନା ଅଧିକାରିଣୀ ବିଦିତା ନାୟକ କୁହନ୍ତି, ବାବାଙ୍କ କେଉଁଠି କ’ଣ ପୋଗ୍ରାମ ରହିଛି  ତାହା ଆମ ନିକଟରେ ଖବର ନାହିଁ ।