ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୩ ଅଭିଯୁକ୍ତଙ୍କ ଜାମିନ୍‌ ମାମଲାର ଆଜି ଆସିବ ରାୟ

Published By : Prameya | October 29, 2024 10:51 AM

କଟକ, ୨୯/୧୦: ବାଲେଶ୍ୱର ଜିଲ୍ଲା ବାହାନଗା  ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଜାମିନ୍‌ ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇବ । ଦୀର୍ଘ ପ୍ରାୟ ଦେଢ଼ ବର୍ଷ ଧରି ଜେଲ୍‌ରେ ଥିବା ଅଭିଯୁକ୍ତମାନେ ହେଲେ ମହମ୍ମଦ ଅମିର୍‌ ଖାନ୍‌, ଅରୁଣ କୁମାର  ମହନ୍ତ ଏବଂ ପପୁ କୁମାର। 

ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କ ଅଦାଲତରେ  ଏହି ମାମଲାର ବିଚାର ଚାଲିଥିଲା । ବାଲେଶ୍ୱର ଜିଲ୍ଲା ବାହାନାଗ ଠାରେ ୨୦୨୩ ଜୁନ୍‌ ୨ ତାରିଖରେ ମର୍ମନ୍ତୁଦ  ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୯୩ ଜଣ  ଲୋକଙ୍କ ମୃତ୍ୟୁ ହୋଇଥିଲା । ବହୁ ଲୋକ ଆହତ  ହୋଇଥିଲେ । ଏହି ଦୁର୍ଘଟଣା ଦେଶବ୍ୟାପୀ ଆଲୋଡ଼ନ  ସୃଷ୍ଟି କରିଥିଲା । ସିବିଆଇ ଏହି ମାମଲାର ତଦନ୍ତ  କରି ଉପରୋକ୍ତ ତିନିଜଣଙ୍କୁ ଗିରଫ କରିଥିଲା ।  ନିମ୍ନ ଅଦାଲତରୁ ଜାମିନ୍‌ ଖାରଜ ହେବା ପରେ  ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ହାଇକୋର୍ଟ ଏହି ଜାମିନ୍‌ ମାମଲାର  ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆସନ୍ତାକାଲି  ରାୟ ପ୍ରକାଶ ପାଇବାକୁ ଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.