ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାହରାଇଚରେ ଉତ୍ତେଜନା,ଗାଡ଼ି ଶୋ'ରୁମରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକେ

Published By : Anindita Ratha | October 20, 2024 2:43 PM

ନୂଆଦିଲ୍ଲୀ,୨୦/୧୦: ଉତ୍ତରପ୍ରଦେଶର ବାହରାଇଚରେ ଲାଗି ରହିଛି ଉତ୍ତେଜନା। ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟି ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ବି ସ୍ଥାନୀୟ ଲୋକେ ବିକ୍ଷୋଭ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଘଟଣାକୁ ନେଇ ଗତକାଲି ଏକ ଗାଡ଼ି ଶୋ'ରୁମରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ। ଫଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି। ଏଥିସହ ୪ ଲକ୍ଷ ଟଙ୍କା କ୍ୟାସ୍ ମଧ୍ୟ ଜଳି ଯାଇଥିବା ଶୋ-ରୁମ୍ ମାଲିକ କହିଛନ୍ତି। 

ତେବେ ସୂଚନା ମୁତାବକ, ଶୋ'ରୁମ୍ ମାଲିକ ହରିୟାଣାର ଏକ ହସ୍ପିଟାଲକୁ ହାର୍ଟ ଚେକ୍-ଅପ୍ ପାଇଁ ଯାଇଥିଲେ। ଏହି ସମୟରେ ମହାରାଜଗଞ୍ଜରେ ଥିବା ତାଙ୍କ ଗାଡ଼ି ଶୋ-ରୁମରେ ନିଆଁ ଲଗାଇ ଦେଇଥିଲେ ଉତ୍ୟକ୍ତ ଲୋକେ। ଏଥିରେ ୩୮ଟି ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି।  ଏନେଇ ଶୋ'ରୁମ୍ ମାଲିକ ଅନୁପ ଶୁକ୍ଳା କହିଛନ୍ତି ଯେ, "ଏହି କୋଠାଟି ମହମ୍ମଦ ସଇଦଙ୍କର, କିନ୍ତୁ ମୁଁ ଏହାକୁ ଭଡ଼ାରେ ନେଇ ଶୋ'ରୁମ୍ କରିଥିଲି। ଭିକ୍ଷୋଭକାରୀ ମୋ ଶୋ'ରୁମକୁ ବି ଛାଡ଼ିଲେନି। ନିଆଁ ଲଗାଇଦେବା ଫଳରେ ୩୪ଟି ବାଇକ୍ ଏବଂ ଚାରିଟି କାର୍ ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଦୋକାନରେ ଥିବା ୪ଲକ୍ଷ ନଗଦ ଟଙ୍କା ମଧ୍ୟ ପୋଡ଼ି ଯାଇଛି। ଏଥିରେ ମୋର ମୋଟ ୫୦ ଲକ୍ଷ ଟଙ୍କା କ୍ଷତି ହୋଇଛି।" ନିକଟରେ PWD ମଧ୍ୟ ସ୍ଥାନୀୟ ଅଞ୍ଚଳର ୨୩ଟି ପ୍ରତିଷ୍ଠାନକୁ ନୋଟିସ୍ ପଠାଇଥିଲା। ବେଆଇନ ନିର୍ମାଣ ପାଇଁ ଏସବୁ ପ୍ରତିଷ୍ଠାନର ଉଚ୍ଛେଦ ପାଇଁ ଜାରି କରାଯାଇଥିଲା, ଯେଉଁଥିରେ ୨୦ ଜଣ ମୁସଲିମ ମାଲିକଙ୍କ ଦୋକାନ ରହିଛି। ଏସବୁ ନୋଟିସ୍ ମଧ୍ୟରେ ରାମ ଗୋପାଳ ମିଶ୍ରାଙ୍କ ହତ୍ୟାକାଣ୍ଡକୁ ନେଇ ଏକ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ସ୍ଥାନୀୟ ଲୋକେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.